ବରଗଡ଼ କେଶବ ନଗରରେ ରାକେଶ ପ୍ରଧାନ ହତ୍ୟା ଘଟଣାର ପର୍ଦ୍ଦାଫାସ: ସ୍ତ୍ରୀକୁ କମେଣ୍ଟ ମାରିବାରୁ ସାଙ୍ଗକୁ ବୀଭତ୍ସ ହତ୍ୟା

ତକାଲି ବରଗଡ଼ ସହର କେଶବ ନଗରର ଏକ ଘରୁ ରାକେଶଙ୍କ ଗଳା କଟା ମୃତଦେହ ଉଦ୍ଧାର କରିଥିଲା ପୋଲିସ। ଛାନଭିନ୍‌ ପରେ ରାକେଶଙ୍କ ଦୁଇବନ୍ଧୁଙ୍କୁ ପଚରାଉଚରା କରିଥିଲା ପୋଲିସ। ପରେ ସେମାନେ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ରାକେଶ ପ୍ରଧାନ, କାର୍ତ୍ତିକ ବାଗ ଏବଂ ବଣ୍ଟି ଭୂଏଙ୍କ ମଧ୍ୟରେ ବନ୍ଧୁତା ରହିଥିଲା।

ବରଗଡ଼(କେନ୍ୟୁଜ୍):  ପତ୍ନୀଙ୍କୁ କମେଣ୍ଟ ମାରିବାରୁ ସାଙ୍ଗକୁ ବୀଭତ୍ସ ହତ୍ୟା। ବରଗଡ଼ କେଶବନଗରରେ ରାକେଶ ପ୍ରଧାନ ହତ୍ୟା ଘଟଣାର ପର୍ଦ୍ଦାଫାସ। ୨ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗତକାଲି ବରଗଡ଼ ସହର କେଶବ ନଗରର ଏକ ଘରୁ ରାକେଶଙ୍କ ଗଳା କଟା ମୃତଦେହ ଉଦ୍ଧାର କରିଥିଲା ପୋଲିସ। ଛାନଭିନ୍‌ ପରେ ରାକେଶଙ୍କ ଦୁଇବନ୍ଧୁଙ୍କୁ ପଚରାଉଚରା କରିଥିଲା ପୋଲିସ। ପରେ ସେମାନେ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ରାକେଶ ପ୍ରଧାନ, କାର୍ତ୍ତିକ ବାଗ ଏବଂ ବଣ୍ଟି ଭୂଏଙ୍କ ମଧ୍ୟରେ ବନ୍ଧୁତା ରହିଥିଲା।

ମାସକ ତଳେ କାର୍ତ୍ତିକ ବାଗ ବିବାହ କରିଥିଲେ। ଏହା ପରଠାରୁ କାର୍ତ୍ତିକଙ୍କ ପତ୍ନୀ ଙ୍କୁ ବିଭିନ୍ନ ସମୟରେ କମେଣ୍ଟ ମାରୁଥିଲା ରାକେଶ। ଏନେଇ କାର୍ତ୍ତିକ ବାରମ୍ବାର ବାରଣ କରିଆସୁଥିଲା। କିନ୍ତୁ ରାକେଶ କମେଣ୍ଟ ମରା ବନ୍ଦ ନକରିବାରୁ କାର୍ତ୍ତିକ ଓ ବଣ୍ଟି ରାକେଶକୁ କଟୁରୀରେ ବେକ କାଟି ହତ୍ୟା କରିଥିଲେ। ଗିରଫ ପରେ ହତ୍ୟାର ଡେମୋ ଦେଖାଇଛନ୍ତି ୨ଅଭିଯୁକ୍ତ। ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀ, ଗୋଟିଏ ଧାରୁଆ ଅସ୍ତ୍ର ଏବଂ ୪ ଗୋଟି ମୋବାଇଲ ଜବତ କରିଛି ପୋଲିସ। ପୁଅଙ୍କ ହତ୍ୟାକାରୀଙ୍କୁ ଫାଶୀ ଦଣ୍ଡ ଦାବି କରିଛନ୍ତି ମୃତକଙ୍କ ମାଆ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.