ଜ୍ଞାନବାପି ମସଜିଦ୍‌ ପରିସରରେ ASI ସର୍ଭେକୁ ମିଳିଲା ଅନୁମତି, ମୁସଲିମ୍‌ ପକ୍ଷ କରିଥିଲେ ବିରୋଧ

ବାରାଣସୀ କୋର୍ଟ ଜ୍ଞାନବାପି ସର୍ଭେ ପକ୍ଷରେ ରାୟ ଦେଇଛନ୍ତି। କୋର୍ଟ ASI ସର୍ଭେକୁ ଅନୁମୋଦନ କରିଛନ୍ତି। ବିବାଦୀୟ ଭାଗକୁ ଛାଡ଼ି ପୂରା ପରିସରର ASI ସର୍ଭେକୁ ମଞ୍ଜୁରୀ ପ୍ରଦାନ କରାଯାଇଛି।

ବାରାଣସୀ କୋର୍ଟ ଜ୍ଞାନବାପି ସର୍ଭେ ପକ୍ଷରେ ରାୟ ଦେଇଛନ୍ତି। କୋର୍ଟ ASI ସର୍ଭେକୁ ଅନୁମୋଦନ କରିଛନ୍ତି। ବିବାଦୀୟ ଭାଗକୁ ଛାଡ଼ି ପୂରା ପରିସରର ASI ସର୍ଭେକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଜ୍ଞାନବାପି ମସଜିଦ ମାମଲାରେ ହିନ୍ଦୁ ପକ୍ଷର ପ୍ରତିନିଧିତ୍ୱ କରୁଥିବା ଓକିଲ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି ଯେ କୋର୍ଟ ASI ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସେ କହିଛନ୍ତି ଯେ କୋର୍ଟ ସିଲ୍ ହୋଇଥିବା ଭଜୁ ଟ୍ୟାଙ୍କକୁ ଛାଡ଼ିଛନ୍ତି। ASI ଏହି ସର୍ଭେ ରିପୋର୍ଟ ଜିଲ୍ଲା ଜଜଙ୍କୁ ଅଗଷ୍ଟ ୪ରେ ହସ୍ତାନ୍ତର କରିବ। କହି ରଖୁଛୁ, ଜ୍ଞାନବାପି ମସଜିଦ୍‌ ପରିସର ଭିତରୁ ମିଳିଥିବା ଶିବଲିଙ୍ଗର ବୈଜ୍ଞାନିକ ସର୍ବେକ୍ଷଣ ଏବଂ କାର୍ବନ-ଡେଟିଂକୁ ଅନୁମତି ଦେଇଥିବା ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ରୋକ୍‌ ଲଗାଇଥିଲେ।

ତେବେ ଏହି ମାମଲାରେ ଗୋଟିଏ ପକ୍ଷ କହୁଛନ୍ତି ଯେ ଏହା ଏକ ଶିବଲିଙ୍ଗ ଏବଂ ଅନ୍ୟ ପକ୍ଷ କହୁଛନ୍ତି, ଏହା ଏକ ଫାଉଣ୍ଟେନ୍‌ (ଝରଣା)। ବର୍ତ୍ତମାନ ପରିସର ସର୍ଭେରୁ ଜଣା ପଡ଼ିବ ଯେ ମସଜିଦ କେତେ ପୁରୁଣା ଏବଂ ହିନ୍ଦୁ ପକ୍ଷଙ୍କ ଦାବିରେ କେତେ ସତ୍ୟତା ରହିଛି।

ସୂଚନାଥାଉ କି, ଜ୍ଞାନବାପି ମସଜିଦକୁ ନେଇ ୧୯୯୧ରେ ବାରାଣସୀ କୋର୍ଟରେ ପ୍ରଥମ ମକଦ୍ଦମା ଦାଖଲ କରାଯାଇଥିଲା। କିନ୍ତୁ ଏହି ବିବାଦ ସେତେବେଳେ ତେଜିଥିଲା, ଯେତେବେଳେ ୨୦୨୧ ଅଗଷ୍ଟ ୧୮ରେ ୫ ଜଣ ମହିଳା ଶୃଙ୍ଗାର ଗୌରୀ ମନ୍ଦିରରେ ଦୈନନ୍ଦିନ ପୂଜା ଓ ଦର୍ଶନ ଦାବିରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.