ପୁଣି ଖାକିର ଲାଞ୍ଚର ଛିଟା, ଲକ୍ଷେ ଟଙ୍କା ଲାଞ୍ଚନେଇ ଭିଜିଲାନ୍ସ ପଞ୍ଝାରେ ହରଭଙ୍ଗା ଥାନା IIC

ଗୋଟେ ଯୋଡେ ନୁହେଁ ପୁରା ଲକ୍ଷେ ଟଙ୍କା ଲାଞ୍ଚନେଇ ଧରାପଡିଲେ ମହିଳା ଆଇ ଆଇଆଇସି। ଆଜି ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ମହିଳା ପୋଲିସ୍ ଅଧିକାରୀ ଜଣକ ପଡିଛନ୍ତି ।

ବୌଦ୍ଧ(କେନ୍ୟୁଜ୍): ପୁଣି ଭିଜିଲାନ୍ସ ଜାଲରେ ପୋଲିସ। ଗୋଟେ ଯୋଡେ ନୁହେଁ ପୁରା ଲକ୍ଷେ ଟଙ୍କା ଲାଞ୍ଚନେଇ ଧରାପଡିଲେ ମହିଳା ଆଇ ଆଇଆଇସି। ଆଜି ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ମହିଳା ପୋଲିସ୍ ଅଧିକାରୀ ଜଣକ ପଡିଛନ୍ତି ।

ସେ ହେଉଛନ୍ତି ହରଭଙ୍ଗା ଥାନା IIC ପୁଷ୍ପଲତା ରାଉତରାୟ । ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ ।  ସୂଚନା ମିଳିଛି କି ବେଆଇନ ବାଲି ବୋଝେଇ ଟ୍ରକ ଛାଡ଼ିବା ପାଇଁ ସେ ଏହି ଲାଞ୍ଚ ନେଉଥିଲେ । ପୂର୍ବରୁ ଖବର ପାଇ ଭିଜିଲାନ୍ସ ଟିମ୍ ସଜାଗ ହୋଇଥିଲା। ଆଉ ଆଜି ଟଙ୍କା ନେଉଥିବା ବେଳ ଧରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.