Below header

ଗଞ୍ଜି-ଚଡ଼ି ପିନ୍ଧି କଲେଜରେ ପହଞ୍ଚିଲେ ବଡବାବୁ, ଫଟୋ ଭାଇରାଲ ହେବା ପରେ କହିଲେ ଏମିତି

ବେଳେ ବେଳେ ସୋସିଆଲ ମିଡିଆରେ ଏମିତି ଫଟୋ ଭାଇରାଲ ହୁଏ,ଯାହାକୁ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ୍‌ । ଏମିତି ଏକ ଫଟୋ ଭାଇରାଲ ହୋଇଛି ଉତ୍ତର ପ୍ରଦେଶର ହମିରପୁର ଜିଲ୍ଲାରେ । ଏଠାରେ ରାଜକୀୟ ଡିଗ୍ରୀ ମହାବିଦ୍ୟାଳୟର ଜଣେ ବରିଷ୍ଠ କିରାଣି ଚଡ଼ି- ଗଞ୍ଜି ପିନ୍ଧି ଅଫିସରେ ପହଞ୍ଚି ଯିବାର ଦେଖାଯାଇଥିଲା ।

ଖାଲି ସେତିକି ନୁହେଁ ଅଫିସରେ ନିଜ ଚେୟାରରେ ବସି କାମ ମଧ୍ୟ କରୁଥିବାର ଦେଖାଯାଇଥିଲା । ଏହି ଫଟୋ ଭାଇରାଲ ହେବା ପରେ କଲେଜର ଅଧ୍ୟକ୍ଷ ଉକ୍ତ କିରାଣୀଙ୍କୁ କୈଫିୟତ ମାଗିଛନ୍ତି । ଖାଲି ସେତିକି ନୁହେଁ ପୁରା ଘଟଣାର ତଦନ୍ତ କରିବା ପାଇଁ ଅଧ୍ୟକ୍ଷ ଏକ କମିଟି ଗଠନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଘଟଣାଟି ହେଉଛି ହରିମପୁରର ରାଜକୀୟ ଡିଗ୍ରୀ କଲେଜର ଘଟଣା ।ଏଠାରେ ଅଖିଳେଶ ସାହୁ ନାମରେ ଜଣେ ବରିଷ୍ଠ କିରାଣୀ ୧୫ ବର୍ଷ ହେଲା କାମ କରି ଆସୁଛନ୍ତି । ଏଠରେ ତାଙ୍କର ଦୁଇଟି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଗୋଟିଏରେ ସେ ଚଡି-ଗଞ୍ଜି ପିନ୍ଧି ଅଫିସ ଚେୟାରରେ ବସି କାହା ସହ ମୋବାଇଲରେ କଥା ହେଉଛନ୍ତି । ଦ୍ୱିତୀୟ ଫଟୋରେ ଚଡ଼ି-ଗଞ୍ଜି ପିନ୍ଧି ଠିଆ ହେବାର ଦେଖାଯାଉଛନ୍ତି ।

ଫଟୋ ଭାଇରାଲ ପରେ ତାଙ୍କୁ ପଚରା ଯିବାରୁ ଅଫିସରେ କିଛି ଜରୁରୀ କାମ ଥିବାରୁ ଆସିବା ବେଳେ ବର୍ଷାରେ ଓଦା ହୋଇଯାଇଥିଲି । ତେବେ ଜରୁରୀ କାମ ଯୋଗୁ ଅଫିସରେ ପୋଷାକ ଶୁଖାଇ ଚଡି-ଗଞ୍ଜିରେ କାମ ଚଳାଉଛି ବୋଲି କହିଥିଲେ । ଭିଡିଓ ଭାଇରାଲ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅଧ୍ୟକ୍ଷ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.