Below header

ଚନ୍ଦ୍ର ମିଶନ ପରେ ଇସ୍ରୋର ଲକ୍ଷ୍ୟ ଏବେ ସୂର୍ଯ୍ୟ, ଆସନ୍ତା ମାସରେ ଲଞ୍ଚ ହେବ ଭାରତର ପ୍ରଥମ ସୂର୍ଯ୍ୟ ମିଶନ

୧୪ ଜୁଲାଇରେ ଚନ୍ଦ୍ରଯାନ-୩ ର ସଫଳ ଉତକ୍ଷେପଣ ପରେ ଇସ୍ରୋ ଏବେ ସୂର୍ଯ୍ୟ ମିଶନ ଉପରେ ଦୃଷ୍ଟି ଦେବାକୁ ଯାଉଛି । କରୋନା କାରଣରୁ ଚନ୍ଦ୍ର ଯାନ-୩ ର ଉତକ୍ଷେପଣରେ ବିଳମ୍ବ ହୋଇଥିଲା ।

୧୪ ଜୁଲାଇରେ ଚନ୍ଦ୍ରଯାନ-୩ ର ସଫଳ ଉତକ୍ଷେପଣ ପରେ ଇସ୍ରୋ ଏବେ ସୂର୍ଯ୍ୟ ମିଶନ ଉପରେ ଦୃଷ୍ଟି ଦେବାକୁ ଯାଉଛି । କରୋନା କାରଣରୁ ଚନ୍ଦ୍ର ଯାନ-୩ ର ଉତକ୍ଷେପଣରେ ବିଳମ୍ବ ହୋଇଥିଲା । ଚନ୍ଦ୍ରଯାନ-୩ ଅଗଷ୍ଟ ୨୩ କିମ୍ବା ୨୪ ରେ ଚନ୍ଦ୍ରରେ ପହଞ୍ଚି ଯିବ । ଏହାର ୩ ଦିନ ପରେ ଇସ୍ରୋ ସୂର୍ଯ୍ୟ ମିଶନ ଲଞ୍ଚ କରିବାକୁ ବିଚାର କରୁଛି । ସୂଚନା ଅନୁଯାୟୀ, ଭାରତ ତା’ର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ୍‌-୧ ଆସନ୍ତା ୨୬ ଅଗଷ୍ଟରେ ଲଞ୍ଚ କରିବ ।

ଚନ୍ଦ୍ର ପରେ ସୂର୍ଯ୍ୟ ଉପରେ ଅଧ୍ୟୟନ କରିବାକୁ ଆଦିତ୍ୟ-ଏଲ ୧ ମିଶନ ପ୍ରସ୍ତୁତ କରାଯାଉଛି । ଏଥି ସହିତ ଏକଷ୍ଟ୍ରା ସୋଲାର ଗ୍ରହ(ଏକ୍ସୋପ୍ଲେନଟ) ର ଅଧ୍ୟୟନ ପାଇଁ ଏକ ଉପଗ୍ରହ ତିଆରି କରିବା ପାଇଁ ମଧ୍ୟ ଆଲୋଚନା ଜାରି ରହିଛି ବୋଲି ଇସ୍ରୋର ମୁଖ୍ୟ ସୋମନାଥ ଏସ୍‌ ପ୍ରକାଶ କରିଛନ୍ତି ।

ଆଦିତ୍ୟ ସୂର୍ଯ୍ୟ-ପୃଥିବୀ ପ୍ରଣାଳୀ ପ୍ରଭା ମଣ୍ଡଳ କକ୍ଷ ଲେଂଗ୍ରେଜ ପଏଣ୍ଟ-୧ ଆଖପାଖରେ ଘୁରିବ । ପୃଥିବୀ ଠାରୁ ଏହାର ଦୂରତା ୧୫ ଲକ୍ଷ କିଲୋମିଟର । ଏହି ଠାରୁ ଏହି ଯାନ ସୂର୍ଯ୍ୟଙ୍କୁ ଭଲ ଭାବେ ନିରୀକ୍ଷଣ କରିପାରିବ ।ଏହି ଯାନ ଜରିଆରେ ସୂର୍ଯ୍ୟର ବିଭିନ୍ନ ପ୍ରକ୍ରିୟାକୁ ଦେଖି ପାରିବ । ଆହୁରି ମଧ୍ୟ ସୂର୍ଯ୍ୟଙ୍କ ଗତିବିଧି ମହାକାଶରେ ପାଗ ପରିବର୍ତ୍ତନ ଉପରେ କି ପ୍ରଭାବ ପକାଉଛି ।

ଆଦିତ୍ୟ ଏଲ-୧ ପିଏସଏଲଭି ଦ୍ୱାରା ମହାକାଶକୁ ଉତକ୍ଷେପଣ କରାଯିବ । ଏହାକୁ ନିଜ ଲକ୍ଷ୍ୟ ପଥରେ ପହଞ୍ଚିବା ପାଇଁ ପ୍ରାୟ ୪ ମାସ ଲାଗିବ ବୋଲି ଆଶା କରାଯାଉଛି । ଇସ୍ରୋର ପୂର୍ବ ଅଭିଯାନ ଚନ୍ଦ୍ରଯାନ-୨ ବିଫଳ ହୋଇଥିଲା । ଫଳରେ ଚନ୍ଦ୍ରଯାନ-୩ କୁ ସଫଳ କରିବା ପାଇଁ ଅଧିକ ଧ୍ୟାନ ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.