Below header

ମଣିପୁର: ୧୧ ଦିନ ପାଇଁ ପୋଲିସ ହେପାଜତରେ ଗଲେ ଚାରି ଅଭିଯୁକ୍ତ, ଆହୁରି ଚିହ୍ନଟ ହୋଇଛନ୍ତି ୧୨

ମଣିପୁରରେ ଦୁଇ ମହିଳାଙ୍କୁ ନିବସ୍ତ୍ର କରି ବୁଲାଇବା ଏବଂ ସେମାନଙ୍କ ସହ ବର୍ବର କାଣ୍ଡ ଘଟାଇଥିବା ୪ ଅଭିଯୁକ୍ତଙ୍କୁ ୧୧ ଦିନ ପାଇଁ ପୋଲିସ ହେପାଜତକୁ ପଠାଯାଇଛି।

ମଣିପୁରରେ ଦୁଇ ମହିଳାଙ୍କୁ ନିବସ୍ତ୍ର କରି ବୁଲାଇବା ଏବଂ ସେମାନଙ୍କ ସହ ବର୍ବର କାଣ୍ଡ ଘଟାଇଥିବା ୪ ଅଭିଯୁକ୍ତଙ୍କୁ ୧୧ ଦିନ ପାଇଁ ପୋଲିସ ହେପାଜତକୁ ପଠାଯାଇଛି। ମୁଖ୍ୟ ଅଭିଯୁକ୍ତ ହୁରେମ୍‌ ହେରାଦାସଙ୍କ ସହ ଅରୁଣ ସିଂ, ଜୀବନ ଇଲାଙ୍ଗବାମ ଓ ତୋମ୍ବା ସିଂଙ୍କୁ ପୋଲିସ ଗିରଫ କରିଛି। ଏମାନେ ସମସ୍ତେ ଭିଡ଼ ଭିତରେ ସାମିଲ ଥିଲେ।

ଦୁଇ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ପରେଡ୍‌ କରାଇବା ନେଇ ଏମାନଙ୍କ ବିରୋଧରେ ଅଭିଯୋଗ ରହିଛି। ୪ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା, ସେଠାରୁ ୧୧ ଦିନ ପାଇଁ ପୋଲିସ ହେପାଜତ ମିଳିଛି। ପୋଲିସ ଅଭିଯୁକ୍ତମାନଙ୍କୁ ଗୁରୁବାର ଗିରଫ କରିଥିଲା।

ମଣିପୁର ପୋଲିସ ଏବଂ କେନ୍ଦ୍ରୀୟ ବାହିନୀର ମିଳିତ ଦଳ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜାଖୋଜି କରୁଛି। ଗିରଫ ୪ ଅଭିଯୁକ୍ତଙ୍କ ବ୍ୟତୀତ ଆହୁରି ୧୨ ଜଣଙ୍କୁ ଚିହ୍ନଟ କରାଯାଇଛି। ପୋଲିସ ମୁତାବକ, ହୁରେମ୍‌ ମୁଖ୍ୟ ଅଭିଯୁକ୍ତ। ସେ ହିଁ ଲୋକଙ୍କୁ ଉସୁକାଇଥିଲେ। ବର୍ତ୍ତମାନ ୪ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ।

ସେପଟେ ମୁଖ୍ୟ ଅଭିଯୁକ୍ତଙ୍କ ଘରେ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇ ଦେଇଛନ୍ତି। ମଣିପୁରର ଏହି ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ କ୍ରୋଧର ନିଆଁ ଜଳୁଛି। ଏହି ଘଟଣାକୁ ନେଇ ବର୍ତ୍ତମାନ ଅଭିଯୁକ୍ତଙ୍କ ନିଜ ସମ୍ପ୍ରଦାୟର ଲୋକମାନେ ଖୋଲାଖୋଲି ଭାବେ ଅଭିଯୁକ୍ତଙ୍କୁ ବିରୋଧ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.