ଦେଶ ବିଦେଶ

ଏୟାର ଏସିଆ ଉପରେ ୨୦ ଲକ୍ଷ ଟଙ୍କାର ଜରିମାନା ଲଗାଇଲା DGCA, ପ୍ରଶିକ୍ଷକ ମୁଖ୍ୟଙ୍କୁ ଦାୟିତ୍ୱରୁ ହଟାଇଲା

DGCA ନିୟମ ଉଲ୍ଲଙ୍ଘନ କରିଥିବାରୁ ଏୟାର ଏସିଆକୁ ଲାଗିଲା ବଡ ଝଟକା । ୨୦ ଲକ୍ଷ ଟଙ୍କା ଜରିମାନା ଲଗାଇଲା ଡିଜିସି । ଡିଜିସିଏ ମୁତାବକ, ଏୟାର ଏସିଆ ପାଇଲଟ ଟ୍ରେନିଂରେ ଗଡବଡ କରିଛି। ଏହା ସହିତ ପାଇଲଟଙ୍କ ପ୍ରୋଫିସିଏନ୍ସି ରେଟିଂ ଚେକ୍‌ ସମୟରେ ଅଭ୍ୟାସ କରିନାହିଁ । ତେଣୁ ଏୟାର ଏସିଆ ଉପରେ ୨୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ଡିଜିସିଏ ।

ଖବର ମୁତାବକ, ଡିଜିସିଏର ନିୟମ ମୁତାବକ କାମ ନ କରିବାରୁ ଏୟାର ଏସିଆକୁ ଲାଗିଲା ୨୦ ଲକ୍ଷ ଟଙ୍କାର ଜରିମାନା । ଏୟାର ଏସିଆର ଟ୍ରେନିଂ ମୁଖ୍ୟକୁ ମଧ୍ୟ ନିଜ କାର୍ଯ୍ୟ ସଠିକ୍‌ ଭାବେ ନ ତୁଲାଇବା ଅଭିଯୋଗରେ ତିନି ମାସ ପାଇଁ କାର୍ଯ୍ୟରୁ ବହିଷ୍କାର କରାଯାଇଛି । ଏହାଛଡା ୮ ଜଣ ପରୀକ୍ଷକଙ୍କ ଉପରେ ୩ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି । ଏଥିପାଇଁ ଡିଜିସିଏ ନୋଟିସ ମଧ୍ୟ ଜାରି କରିଛି ।

ସୂଚନାଯୋଗ୍ୟ, ନିକଟରେ ବିମାନ ଜଡିତ ମାମଲା ବଢିବାରେ ଲାଗିଛି । ବିମାନରେ ପରିସ୍ରା କରିବା ମାମଲା ଠାରୁ ଆରମ୍ଭ କରି ଯାତ୍ରୀଙ୍କୁ ନ ନେଇ ବିମାନ ଉଡିଯିବା ମାମଲା ରହିଛି । ବିମାନରେ ପରିସ୍ରା କରିବା ଘଟଣାରେ ଏୟାର ଇଣ୍ଡିଆକୁ ୩୦ ଲକ୍ଷ ଟଙ୍କାର ଜରିମାନା କରିଥିଲା ଡିଜିସିଏ । ପାଇଲଟଙ୍କ ଲାଇସେନ୍ସ ମଧ୍ୟ ରଦ୍ଦ କରିଥିଲା ଡିଜିସିଏ । ସେହିପରି ଗୋ ଫାଷ୍ଟର ଏକ ବିମାନ ଯାତ୍ରୀଙ୍କୁ ନ ନେଇ ଉଡାଣ ଭରିଥିଲା। ଏୟାରଲାଇନ ଛାଡି ଚାଲିଯାଇଥିବା ୫୫ ଜଣ ଯାତ୍ରୀଙ୍କୁ ବର୍ଷକ ଭିତରେ କୌଣସି ସ୍ଥାନକୁ ଟ୍ରାଭେଲ କରିବା ପାଇଁ ଗୋଟିଏ ମାଗଣା ଟିକେଟ ଦେବ । ଏହି ମାମଲାରେ ମଧ୍ୟ ଡିଜିସିଏ କଠୋର କାର୍ଯ୍ୟାନୁଷ୍ଠାନ ନେଇଥିଲା ।

Swagatika

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ…

7 hours ago

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ, କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ

ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି…

9 hours ago

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଘର

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…

10 hours ago

ଘୋଷଣା ହେଲା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ସୂର୍ଯ୍ୟବଂଶୀଙ୍କୁ ଉଚ୍ଚଶିକ୍ଷା

କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…

11 hours ago

ମୃତ ଝିଅର ନ୍ୟାୟ ପାଇଁ ଥାନା ବାରଣ୍ଡାରେ ନେହୁରା ହେଉଛି ମା

ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍‌ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…

11 hours ago

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ । ଆହତ ଜେଟିପି ହେଉଛନ୍ତି ଲଷ୍ମୀଧର ଉପାଧ୍ୟାୟ…

12 hours ago