ଦେଶ ବିଦେଶ

ପରିବାରର ମରଶରୀର ଦେଖି ବେହୋସ୍‌ ହେଲେ ଡାକ୍ତର

ଜଣେ ଡାକ୍ତର ହସ୍ପିଟାଲରେ ନିଜର ହିଁ ପରିବାରକୁ ଦେଖିଲେ ମୃତ ଅବସ୍ଥାରେ । ହଁ ଆଜ୍ଞା ଏଭଳି ନିଜ ପରିବାର ସଦସ୍ୟଙ୍କୁ ଏକା ସାଥିରେ ମୃତ ଅବସ୍ଥାରେ ଦେଖି ହୋସ୍‌ ଉଡିଗଲା । ଆଉ ସେ ବୋହସ୍‌ ହୋଇ ସେହି ହସ୍ପିଟାଲରେ ହିଁ ପଡିଗଲେ । ଆପଣ କୁହନ୍ତୁ କେମିତି ବା ସହିଥାନ୍ତେ, ଡାକ୍ତର ହେଲେ ବି ସେ ଜଣେ ମଣିଷ, ତାଙ୍କର ବି ଘର ସଂସାର ଅଛି । ତେବେ ହଠାତ୍‌ ଏମିତି ନିଜ ପରିବାରକୁ ସଦସ୍ୟଙ୍କୁ ଏକାସାଥିରେ ମୃତ ଅବସ୍ଥାରେ ଦେଖି ନିଜକୁ ସମ୍ଭାଳିପାରିଲେଏନି ଡାକ୍ତର । ଶବଗୃହରେ ହିଁ ଚେତାଶୂନ୍ୟ ହୋଇଗଲେ ଡାକ୍ତର ।

ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଗାଜା ଖାନ୍‌ ୟୁନିସରେ । ଯେଉଁଠି ଏପରି ଏକ ଲୋମଟାଙ୍କୁରା ଚିତ୍ର ଦେଖିବାକୁ ମିଳିଥିଲା । ଆପଣ ତ ଜାଣିଛନ୍ତି ବତ୍ତର୍ମାନ ହମାସ୍‌ ଓ ଇସ୍ରାଏଲ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଛି । ଆଉ ପ୍ରତିଦିନ ଅନେକ ଲୋକଙ୍କର ପ୍ରାଣହାନୀ ଘଟୁଛି । ତେବେ ଗାଜାର ଜଣେ ଫାର୍ମାସିଷ୍ଟ ଇୟାଦ୍‌ ଶକୁରା, ଯିଏ କି ଏହି ଯୁଦ୍ଧପାଇଁ ଆପାତକାଳୀନ ସ୍ଥିତି ପାଇଁ ହସ୍ପିଟାଲରେ ଏମରଜେନ୍ସୀ ଡାକ୍ତର ଭାବେ ନିୟୋଜିତ ଅଛନ୍ତି ।

ତେବେ ସେ ହଠାତ୍‌ ଏମିତି କିଛି ଦୃଶ୍ୟ ଦେଖିଲେ ଯେ ସେ ସେଇଠାରେ ହିଁ ବେହୋସ୍‌ ହୋଇଗଲେ । ଏମରଜେନ୍ସୀ ଓ୍ଵାର୍ଡରେ ନିଜର ଦୁଇ ପୁଅ, ନିଜ ମାଆ ଓ ନିଜର ଦୁଇ ଭାଇଙ୍କୁ ଦେଖି ଡାକ୍ତର ଶକୁରା ବେହୋସ ହୋଇଗଲେ । ବାସ୍ତବରେ ତାଙ୍କର ପୁରା ପରିବାର ସାଉଥ୍‌ ଗାଜାର ଖାନ୍‌ ୟୁନିସରେ ରୁହନ୍ତି । ଯେଉଁମାନେ କି ଆକ୍ରମଣରେ ଶିକାର ହୋଇଛନ୍ତି । ୭ ଅକ୍ଟୋବରେ ସାଉଥ ଇସ୍ରାଏଲରେ ଆତଙ୍କବାଦୀ ଆକ୍ରମଣ ପରେ ହମାସକୁ ଶେଷ କରିବା ପାଇଁ ପାଲେଷ୍ଟାଇନକୁ ଇସ୍ରାଏଲରେ ଦ୍ୱାରା ଭାରି ବୋମାବର୍ଷଣ ହୋଇଛି । ଯେଉଁଥିରେ ଡାକ୍ତର ଶକୁରାଙ୍କୁ ନିଜ ପରିବାରକୁ ହରାଇବାକୁ ପଡିଛି ।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗାଜାରେ ହମାସ ଦ୍ୱାରା ସଞ୍ଚାଳିତ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ନିକଟରେ ଜାରୀ ହୋଇଥିବା ସଂଖ୍ୟାରୁ ଜଣାପଡୁଛି ୭ ଅକ୍ଟୋବର ଠାରୁ ନେଇ ଏବେ ପର୍ଯ୍ୟନ୍ତ ଇସ୍ରାଏଲର ବୋମାବର୍ଷଣ ଅଭିଯାନରେ ୪,୨୩୭ ଛୋଟ ପିଲାଙ୍କ ସମେତ ୧୦,୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି ।

Pritiparna

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

2 hours ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

2 hours ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

3 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

4 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

5 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

5 hours ago