ପରିବାରର ମରଶରୀର ଦେଖି ବେହୋସ୍ ହେଲେ ଡାକ୍ତର
ହଠାତ୍ ଏମିତି ନିଜ ପରିବାରକୁ ସଦସ୍ୟଙ୍କୁ ଏକାସାଥିରେ ମୃତ ଅବସ୍ଥାରେ ଦେଖି ନିଜକୁ ସମ୍ଭାଳିପାରିଲେନି ଡାକ୍ତର

ଜଣେ ଡାକ୍ତର ହସ୍ପିଟାଲରେ ନିଜର ହିଁ ପରିବାରକୁ ଦେଖିଲେ ମୃତ ଅବସ୍ଥାରେ । ହଁ ଆଜ୍ଞା ଏଭଳି ନିଜ ପରିବାର ସଦସ୍ୟଙ୍କୁ ଏକା ସାଥିରେ ମୃତ ଅବସ୍ଥାରେ ଦେଖି ହୋସ୍ ଉଡିଗଲା । ଆଉ ସେ ବୋହସ୍ ହୋଇ ସେହି ହସ୍ପିଟାଲରେ ହିଁ ପଡିଗଲେ । ଆପଣ କୁହନ୍ତୁ କେମିତି ବା ସହିଥାନ୍ତେ, ଡାକ୍ତର ହେଲେ ବି ସେ ଜଣେ ମଣିଷ, ତାଙ୍କର ବି ଘର ସଂସାର ଅଛି । ତେବେ ହଠାତ୍ ଏମିତି ନିଜ ପରିବାରକୁ ସଦସ୍ୟଙ୍କୁ ଏକାସାଥିରେ ମୃତ ଅବସ୍ଥାରେ ଦେଖି ନିଜକୁ ସମ୍ଭାଳିପାରିଲେଏନି ଡାକ୍ତର । ଶବଗୃହରେ ହିଁ ଚେତାଶୂନ୍ୟ ହୋଇଗଲେ ଡାକ୍ତର ।
ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଗାଜା ଖାନ୍ ୟୁନିସରେ । ଯେଉଁଠି ଏପରି ଏକ ଲୋମଟାଙ୍କୁରା ଚିତ୍ର ଦେଖିବାକୁ ମିଳିଥିଲା । ଆପଣ ତ ଜାଣିଛନ୍ତି ବତ୍ତର୍ମାନ ହମାସ୍ ଓ ଇସ୍ରାଏଲ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଛି । ଆଉ ପ୍ରତିଦିନ ଅନେକ ଲୋକଙ୍କର ପ୍ରାଣହାନୀ ଘଟୁଛି । ତେବେ ଗାଜାର ଜଣେ ଫାର୍ମାସିଷ୍ଟ ଇୟାଦ୍ ଶକୁରା, ଯିଏ କି ଏହି ଯୁଦ୍ଧପାଇଁ ଆପାତକାଳୀନ ସ୍ଥିତି ପାଇଁ ହସ୍ପିଟାଲରେ ଏମରଜେନ୍ସୀ ଡାକ୍ତର ଭାବେ ନିୟୋଜିତ ଅଛନ୍ତି ।
ତେବେ ସେ ହଠାତ୍ ଏମିତି କିଛି ଦୃଶ୍ୟ ଦେଖିଲେ ଯେ ସେ ସେଇଠାରେ ହିଁ ବେହୋସ୍ ହୋଇଗଲେ । ଏମରଜେନ୍ସୀ ଓ୍ଵାର୍ଡରେ ନିଜର ଦୁଇ ପୁଅ, ନିଜ ମାଆ ଓ ନିଜର ଦୁଇ ଭାଇଙ୍କୁ ଦେଖି ଡାକ୍ତର ଶକୁରା ବେହୋସ ହୋଇଗଲେ । ବାସ୍ତବରେ ତାଙ୍କର ପୁରା ପରିବାର ସାଉଥ୍ ଗାଜାର ଖାନ୍ ୟୁନିସରେ ରୁହନ୍ତି । ଯେଉଁମାନେ କି ଆକ୍ରମଣରେ ଶିକାର ହୋଇଛନ୍ତି । ୭ ଅକ୍ଟୋବରେ ସାଉଥ ଇସ୍ରାଏଲରେ ଆତଙ୍କବାଦୀ ଆକ୍ରମଣ ପରେ ହମାସକୁ ଶେଷ କରିବା ପାଇଁ ପାଲେଷ୍ଟାଇନକୁ ଇସ୍ରାଏଲରେ ଦ୍ୱାରା ଭାରି ବୋମାବର୍ଷଣ ହୋଇଛି । ଯେଉଁଥିରେ ଡାକ୍ତର ଶକୁରାଙ୍କୁ ନିଜ ପରିବାରକୁ ହରାଇବାକୁ ପଡିଛି ।
ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗାଜାରେ ହମାସ ଦ୍ୱାରା ସଞ୍ଚାଳିତ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ନିକଟରେ ଜାରୀ ହୋଇଥିବା ସଂଖ୍ୟାରୁ ଜଣାପଡୁଛି ୭ ଅକ୍ଟୋବର ଠାରୁ ନେଇ ଏବେ ପର୍ଯ୍ୟନ୍ତ ଇସ୍ରାଏଲର ବୋମାବର୍ଷଣ ଅଭିଯାନରେ ୪,୨୩୭ ଛୋଟ ପିଲାଙ୍କ ସମେତ ୧୦,୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି ।