Below header

ବିନା କ୍ଲଚରେ ଚାଲିବ ବାଇକ୍‌, ହୋଣ୍ଡା ଆଣୁଛି E-Clutch ଟେକ୍ନୋଲୋଜି

ବାଇକ୍ ଚଳାଇବା ସମୟରେ ଟ୍ରାଫିକ ଅଧିକ ଥିଲେ ହାତ ଓ ପାଦ ଉପରେ ଅଧିକ ମାତ୍ରାରେ ଚାପ ପଡ଼ିଥାଏ । ଏହି କାରଣରୁ କ୍ଲଚ ଓ ଗିଅରକୁ ବାରମ୍ବାର ପ୍ରେସ କରିବାକୁ ପଡ଼ିଥାଏ । ତେବେ ଖୁବଶୀଘ୍ର ଏହି ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ ।

ବାଇକ ଚଲାଇବା ସମୟରେ ଟ୍ରାଫିକ୍‌ ଜାମରେ ସବୁଠାରୁ ଅଧିକ ହାତ ଓ ପାଦ ଉପରେ ଚାପ ପଡିଥାଏ । କାହିଁକିନା କ୍ଲଚ୍‌ ଓ ଗିୟର ଉପରେ ପାଦ ଓ ହାତକୁ ରଖିବା ଦରକାର ପଡିଥାଏ । ସହରାଞ୍ଚଳରେ ବାଇକ ଚଲାଉଥିବା ସମୟରେ ଗିୟର ବଦଳାଇଲେ ବାରମ୍ବାର କ୍ଲଚକୁ ପ୍ରେସ୍‌ କରିବାକୁୁ ପଡିଥାଏ । କିନ୍ତୁ ବହୁତ ଜଲଦି ଏହି ସମସ୍ୟାରୁ ମୁକ୍ତି ମିଳିବାକୁ ଯାଉଛି । ଜାପାନୀ ଦୁଇ ଚକିଆ ବାହନ ନିର୍ମାତା କମ୍ପାନୀ ହୋଣ୍ଡା ଏକ ବହୁତ ଖାସ୍‌ ଇ-କ୍ଲଚ୍‌ ଟେକ୍ନୋଲୋଜି ଉପରେ କାମ କରୁଛି । ଯେଉଁଥିରେ ଅଟୋମେଟେଡ କ୍ଲଚ୍‌ ସିଷ୍ଟମ ବ୍ୟବହାର କରାଯାଇଛି । ଏହା ମୋଟରସାଇକେଲକୁ କ୍ଲଚ୍‌ ଲେସ୍‌ ଗିୟର ସିଫ୍ଟିଙ୍ଗର ସୁବିଧା ଦେବ । ଅର୍ଥାତ୍‌ ଏହାଦ୍ୱାରା ପାରମ୍ପରିକ ବାଇକ ଡ୍ରାଇଭିଙ୍ଗର ତରିକା ସମ୍ପୂର୍ଣ୍ଣ ଭାବେ ବଦଳିଯିବ ।

ଦିନକୁ ଟେକ୍ନୋଲୋଜିରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ତେବେ ଏହା ମଧ୍ୟରେ ବଜାରକୁ ଏକ ନୂଆ ଟେକ୍ନୋଲୋଜି ଆସୁଛି । ଏହାଦ୍ୱାରା ଆପଣଙ୍କର ଡ୍ରାଇଭିଂ ଯାତ୍ରା ସମ୍ପୂର୍ଣ୍ଣ ଭାବେ ବଦଳିଯିବ । ବିନା କ୍ଲଚ କରି ଆପଣମାନେ ଗିଅର ବଦଳାଇ ପାରିବେ । ହୋଣ୍ଡାର ଇ-କ୍ଲଚ ଟେକ୍ନୋଲୋଜି ଦ୍ୱାରା ଏହି କାର୍ଯ୍ୟକୁ ଆପଣ ସମ୍ଭବ କରିପାରିବେ । ତେବେ ଏହାର ବ୍ୟବହାର ମାନୁଆଲି ମଧ୍ୟ କରାଯାଇ ପାରିବ ବୋଲି କୁହାଯାଇଛି ।

ସାଧାରଣ ଭାବେ ବାଇକ୍ ଚଳାଇବା ସମୟରେ ଟ୍ରାଫିକ ଅଧିକ ଥିଲେ ହାତ ଓ ପାଦ ଉପରେ ଅଧିକ ମାତ୍ରାରେ ଚାପ ପଡ଼ିଥାଏ । ଏହି କାରଣରୁ କ୍ଲଚ ଓ ଗିଅରକୁ ବାରମ୍ବାର ପ୍ରେସ କରିବାକୁ ପଡ଼ିଥାଏ । ତେବେ ଖୁବଶୀଘ୍ର ଏହି ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ । ଜାପାର ଦୁଇଚକିଆ ଯାନ ନିର୍ମାତା କମ୍ପାନୀ ହୋଣ୍ଡା ଏକ ଖାସ୍ ଇ-କ୍ଲଚ ଟେକ୍ନୋଲୋଜି ଉପରେ କାମ କରୁଛି ।

ସେହି ଟେକ୍ନୋଲୋଜିରେ ଅଟୋମେଟେଡ କ୍ଲଚ ସିଷ୍ଟମର ବ୍ୟବହାର କରାଯାଇଛି । ଏହା ବାଇକକୁ କ୍ଲଚ-ଲେସ ଗିଅର ଶିଫ୍ଟିଂର ସୁବିଧା ପ୍ରଦାନ କରିବ । ଅର୍ଥାତ ପାରମ୍ପରିକ ବାଇକ ଡ୍ରାଇଭିଂର ପ୍ରଣାଳୀ ସମ୍ପୂର୍ଣ୍ଣ ଭାବେ ବଦଳିଯିବ । ସବୁଠାରୁ ଖାସ କଥା ହେଉଛି ସେଥିରେ ଗାଡ଼ି ଚାଳକଙ୍କୁ ଗିଅର ବଦଳାଇବା ପାଇଁ ବାରମ୍ବାର କ୍ଲଚକୁ ଦବାଇବାକୁ ଆବଶ୍ୟକତା ପଡ଼ିବ ନାହିଁ । ଏହାକୁ ମାନୁଆଲି ମଧ୍ୟ ବ୍ୟବହାର କରିହେବ ବୋଲି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.