Below header

ଟ୍ରେନରେ ତ ସିସିଟିଭି କ୍ୟାମେରା ନାହିଁ, ହେଲେ ପୋଲିସ କିପରି ଜାଣିପାରେ କେଉଁ ବଗିରେ ଟଣାଯାଇଛି ଚେନ୍‌

ଭାରତୀୟ ରେଳ ପାଖରେ ଦୁନିଆର ଚତୁର୍ଥ ସବୁଠାରୁ ବଡ଼ ନେଟୱର୍କ ଅଛି । ଯେଉଁଥିରେ ଦୈନନ୍ଦିନ ହଜାର ହଜାର ଲୋକ ଯାତ୍ରା କରୁଛନ୍ତି । କାହିଁକିନା ଏଥିରେ ଯାତ୍ରା କରିବା ସହଜ ହେବା ସହ ଲୋକଙ୍କ ବଜେଟକଚ ସୁହାଇଲା ଭଳି ସାଧନ ଅଟେ ।

ଭାରତୀୟ ରେଳ ପାଖରେ ଦୁନିଆର ଚତୁର୍ଥ ସବୁଠାରୁ ବଡ଼ ନେଟୱର୍କ ଅଛି । ଯେଉଁଥିରେ ଦୈନନ୍ଦିନ ହଜାର ହଜାର ଲୋକ ଯାତ୍ରା କରୁଛନ୍ତି । କାହିଁକିନା ଏଥିରେ ଯାତ୍ରା କରିବା ସହଜ ହେବା ସହ ଲୋକଙ୍କ ବଜେଟକଚ ସୁହାଇଲା ଭଳି ସାଧନ ଅଟେ । ମୋଟାମୋାଟି ଭାବେ ଯଦି କହିବା ତାହେଲେ ଏହା ହେଉଛି ଶସ୍ତା ଦାମରେ ଆରାମଦାୟକ ଯାତ୍ରା । ତେବେ ଆପଣ ଟ୍ରେନରେ ଯାତ୍ରା କରୁଥିବା ବେଳେ ଗୋଟିଏ କଥା ଲକ୍ଷ କରିଥିବେ ନିଶ୍ଚୟ, ତାହା ହେଉଛି ବହୁତ ସମୟରେ ଦେଖିବାକୁ ମିଳେ ଯେ ଖାଲି ଖାଲିରେ ଅସମୟରେ ଟ୍ରେନ ଅଟକିଯାଏ, ଯେଉଁଥିରେ ଯାତ୍ରୀମାନେ ଅନେକ ସମସ୍ୟାକୁ ସାମ୍ନା କରନ୍ତି । ଏହାର ବଡ଼ କାରଣ ହେଉଛି ଚେନ ପୁଲିଙ୍ଗ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଯେକୌଣସି ବଗିରେ ଚେନ ପୁଲିଙ୍ଗ ହେଲେ, ସେହି ବିଷୟରେ ପୋଲିସକୁ ତୁରନ୍ତ ଖବର ପହଁଚିଥାଏ । ତେଣୁ ଆଜି ଆମେ କହିବାକୁ ଚାହିଁବୁ ଯେ ଟ୍ରେନ ଭିତେ ତ କ୍ୟାମେରା ଲଗାଯାଇନଥାଏ ତାହେଲେ କେମିତି ତୁରନ୍ତ ଜଣାପଡିଯାଏ ଯେ କେଉଁ ବଗିରେ ଚେନ୍‌ ପୁଲିଙ୍ଗ ହୋଇଛି । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, ଏହା କେଉଁ ପ୍ରକାର ଟେକନିକ ।

ଯେତେବେଳେ ଚେନ ପୁଲିଙ୍ଗ କରାଯାଏ, ସେତେବେଳେ ବଗିର ଉପର କୋଣରେ ଲଗାଯାଇଥିବା ଏକ ବଲ୍ଵ ବୁଲି ପଡେ ଯାହା ମୁଖ୍ୟ ନିୟନ୍ତ୍ରଣ ପ୍ରଣାଳୀକୁ ସୂଚିତ କରେ ଯେ ଏହି ବଗିରେ ଚେନ ଟଣାଯାଇଛି। ଖୋଜିବାର ଆଉ ଏକ ଉପାୟ ଅଛି। ଯେଉଁଠାରୁ ଚେନ ପୁଲିଙ୍ଗ ହୋଇଥାଏ ସେହି ବଗିରୁ ଏୟାର ପ୍ରେସର ଲିକ୍‌ ହେବାର ଶବ୍ଦ ଶୁଣାଯାଏ। ରେଳବାଇ ପୋଲିସ ଏହି ଶବ୍ଦ ଶୁଣିବା ମାତ୍ରେ ତୁରନ୍ତ ସେହି ବଗିରେ ପହଞ୍ଚିଥାଏ ଏବଂ ପଚରାଉଚରା ପରେ ଏହାର ଚେନ ଟାଣିବାର କାରଣ ଖୋଜି ବାହାର କରେ।

ଯଦି ଆପଣଙ୍କ ପାଖେ ସଠିକ୍ କାରଣ ଅଛି ତେବେ ଚେନ ଟାଣିବା ବେଆଇନ ନୁହେଁ। ଯାତ୍ରା କରିବା ସମୟରେ, ଆପଣଙ୍କର ପରିବାର ସଦସ୍ୟ, ବନ୍ଧୁ କିମ୍ବା ସମ୍ପର୍କୀୟମାନଙ୍କ ମଧ୍ୟରୁ ଜଣେ କେହି ପ୍ଲାଟଫର୍ମରେ ଆପଣଙ୍କଠାରୁ ଅଲଗା ହୋଇଯାଏ। ଟ୍ରେନ୍ ଅଟକାଇବା ସମୟରେ ତଳକୁ ଓହ୍ଲାନ୍ତୁ ଏବଂ ଟ୍ରେନ୍ ଫେରିବା ପୂର୍ବରୁ ଯିବା ଉଚିତ୍। ଏଥିସହ ଅନ୍ୟ କୌଣସି ଜରୁରୀକାଳୀନ ପରିସ୍ଥିତି କିମ୍ବା ଦୁର୍ଘଟଣା ଘଟିଲେ ଟ୍ରେନକୁ ଅଟକାଇବା ପାଇଁ ଜରୁରୀକାଳୀନ ବ୍ରେକ୍ ଦିଆଯାଇଛି। ଯାହାକୁ ପ୍ରତ୍ୟେକ ବଗିରେ ଦିଆଯାଇଥିବା ଚେନକୁ ଟାଣି ଆପଣ ଅଟକାଇପାରିବେ । ଏହାଦ୍ୱାରା ଟ୍ରେନ୍ ତୁରନ୍ତ ଅଟକିଯାଏ । ଜେନେରାଲ୍, ସ୍ଲିପର୍, ଏସି ପରି ଏହି ସମସ୍ତ କୋଚ୍ ଚେନ୍ ଟାଣିବା କିମ୍ବା ଜରୁରୀକାଳୀନ ବ୍ରେକ୍ ଲଗାହୋଇଥାଏ। ଜରୁରୀକାଳୀନ ପରିସ୍ଥିତିରେ ଜଣେ ବ୍ୟକ୍ତି ଚେନ ଟାଣି ଟ୍ରେନକୁ ଅଟକାଇ ପାରିବେ।

ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ଆପଣ ଜାଣିଳେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଜରୁରୀ ସୁବିଧାର ବହୁତ ଦୂରୁପଯୋଗ ବି ହୁଏ । ଅନେକ ଥର ଦେଖାଯାଏ ଯେ ଲୋକମାନେ ବିନା କାରଣରେ କେଉଁଠି ବି ଟ୍ରେନକୁ ଅଟକାଇ ଦିଅନ୍ତି । କିଛି ସ୍ଥିତିରେ ତ ଏମିତି ଦେଖାଯାଇଛି ଲୋକମାନେ ନିଜ ଘର ସାମ୍ନାରେ ଚଳନ୍ତା ଟ୍ରେନକୁ ଅଟକାଇ ଦିଅନ୍ତି । ପୋଲିସ ଧରିବା ଭିତରେ ସେ ସେଠାରୁ ଖସି ପଳାଇଥାନ୍ତି । ଏହା ବ୍ୟତୀତ ଲୁଟ ଚୋରି ଭଳି ଘଟଣାକୁ ବି ଏହି ଚେନ୍‌ ପୁଲିଙ୍ଗ ସାହାଯ୍ୟରେ କରାଯାଏ । ଏହିସବୁକୁ ଦୃଷ୍ଟିରେ ରଖି ସରକାର ଏକ ନିୟମ ବନାଇଦେଲେ ଯେ ବିନା କାରଣରୁ ଏବଂ ବିନା କୌଣସି ଏମରଜେନ୍ସୀରେ ଟ୍ରେନର ଚେନ ଟାଣିଲେ ଭାରି ଜରିମାନା ଭରିବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.