ଆଶ୍ରମ ସ୍କୁଲ ଛାତ୍ରୀଙ୍କ ଯୌନ ନିର୍ଯାତନା ମାମଲା: ଅଭିଯୁକ୍ତ ଦୁଇ ଶିକ୍ଷକ ଗଲେ ଜେଲ

ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଜଣେ ୧୧ ବର୍ଷିୟା ଆଶ୍ରମ ସ୍କୁଲ ଛାତ୍ରୀ ଗଣଧର୍ଷଣ ଘଟଣାରେ ଅଟକ ପ୍ରଧାନ ଶିକ୍ଷକ ସଚିନ୍ଦ୍ର ବିଶ୍ୱାସ ଓ ସହକାରୀ ଶିକ୍ଷକ କେଶବ ମାଝୀଙ୍କୁ କୁନ୍ଦେଇ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।

ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଜଣେ ୧୧ ବର୍ଷିୟା ଆଶ୍ରମ ସ୍କୁଲ ଯୌନ ନିର୍ଯାତନା ଘଟଣାରେ ଅଟକ ପ୍ରଧାନ ଶିକ୍ଷକ ସଚିନ୍ଦ୍ର ବିଶ୍ୱାସ ଓ ସହକାରୀ ଶିକ୍ଷକ କେଶବ ମାଝୀଙ୍କୁ କୁନ୍ଦେଇ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ହାତଭରଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରୀ ମଇନା ପରେ ଉମରକୋଟ ସବ ଜେଲ ଯାଇଛନ୍ତି ଦୁଇ ଶିକ୍ଷକ ।

ଏପଟେ ଦୁଇ ଶିକ୍ଷକଙ୍କ ବିରୋଧରେ କାନ୍ଦି କାନ୍ଦି ଝିଅ ପାଇଁ ନ୍ୟାୟ ମାଗିଛନ୍ତି ପିଡିତାଙ୍କ ବାପା । ଦୁଷ୍କର୍ମକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି କରିବା ସହ କୌଣସି ଆଇନଯିବି ମଧ୍ୟ ଯୌନ ରାକ୍ଷାସଙ୍କ କେସ ନ ଲଢ଼ିବା ପାଇଁ ନିବେଦନ କରିଛି ମା’ ଘର ସ୍ୱେଚ୍ଛାସେବୀ ଅନୁଷ୍ଠାନ। ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଯୋଗୁଁ ନବରଙ୍ଗପୁର ମୂଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କ ଚିକିତ୍ସା ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.