ଦେଶ ବିଦେଶ

ରୋଗୀର ଗୋଡ ବଦଳରେ ପେଟ ଅପରେସନ କରିଦେଲେ ଡାକ୍ତର, ହସପିଟାଲ ହେଲା ସିଲ୍‌

ଉତ୍ତରପ୍ରଦେଶ ଲଖମିପୁର ଖିରୀରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଗୋଡ ଅପରେସନ ପାଇଁ ଡାକ୍ତରଖାନାରେ ଆଡମିଟ୍‌ ହୋଇଥିଲେ ଜଣେ ବ୍ୟକ୍ତି । କିନ୍ତୁ ଡାକ୍ତର ବ୍ୟକ୍ତିଙ୍କର ପେଟ ଅପରେସନ କରିଦେଇଛନ୍ତି । ଘଟଣାଟି ସୋସିଆଲ ମିଡିଆରେ ଭାଇରଲ ହେବା ପରେ ସିଏମଓ ପକ୍ଷରୁ ହସପିଟାଲକୁ ସିଲ୍‌ କରାଯାଇଛି ।

ଖବର ମୁତାବକ, ଲଖମିପୁର ଖିରୀ ନିଘାସନ ରୋଡ ସ୍ଥିତ ଆପୋଲୋ ହସପିଟାଲରେ ଜଣେ ବ୍ୟକ୍ତି ଗୋଡ ଅପରେସନ ପାଇଁ ଆଡମିଟ୍‌ ହୋଇଥିଲେ । ଆଡମିଟ୍‌ ହେବା ପରେ ଡାକ୍ତର ବ୍ୟକ୍ତିଙ୍କୁ ନେଇ ଅପରେସନ କରିଥିଲେ । ହେଲେ ଡାକ୍ତର ଗୋଡ ବଦଳରେ ଆଡମିଟ୍‌ ହୋଇଥିବା ବ୍ୟକ୍ତିଙ୍କ ପେଟ ଅପରେସନ କରିଦେଇଥିଲେ । ଏହି ଖବର ସୋସିଆଲ ମିଡିଆରେ ଭାଇରଲ ହେବା ପରେ ସିଏମଓ ପକ୍ଷରୁ ହସପିଟାଲକୁ ସିଲ୍‌ କରିଦିଆଯାଇଛି ।

ସିଏମଓ ଡା. ସନ୍ତୋଷ ଗୁପ୍ତା କହିଛନ୍ତି, ସୋସିଆଲ ମିଡିଆରୁ ଏହା ବିଷୟରେ ସୂଚନା ମିଳିଥିଲା । ଯାଞ୍ଚ ପାଇଁ ଅଧିକାରୀମାନେ ସେହି ହସପିଟାଲକୁ ଯାଇଥିଲେ । ଆଉ ଘଟଣା ଜଣାପଡିବା ପରେ ହସପିଟାଲକୁ ସିଲ୍‌ କରାଯାଇଛି । ଅଧିକ ଯାଞ୍ଚ କରିବା ସହ ନିଷ୍କର୍ସ ମିଳିବା ପରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ତେବେ ହସପିଟାଲ ମ୍ୟାନେଜମେଣ୍ଟ ପକ୍ଷରୁ ଏହା ମିଥ୍ୟା ଅଭିଯୋଗ ବୋଲି କୁହାଯାଇଛି । ହସପିଟାଲ ପକ୍ଷରୁ କୁହାଯାଇଛି କି, ବ୍ୟକ୍ତିଙ୍କର ସଠିକ୍‌ ଅପରେସନ ହୋଇଥିଲା । ଆଉ ଚିକିତ୍ସା ହୋଇଥିବା ଅର୍ଥ ମାଗିବା ଯୋଗୁଁ ରୋଗୀଙ୍କ ପରିଜନ ବ୍ୟାଙ୍କରୁପଇସା ଉଠାଇଲେ ଦେବେ ବୋଲି କହିଥିଲେ । ଏହା ପରେ ହଠାତ୍‌ ହସପିଟାଲକୁ କିଛି ଲୋକ ଆସି ଗଣ୍ଡଗୋଳ କରିବା ପରେ ସୋସିଆଲ ମିଡିଆରେ ମିଛ ଖବର ଭାଇରଲ କରିଥିଲେ ।

Swagatika

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କିଛି ନୂଆ କାର୍ଯ୍ୟ ଆରମ୍ଭ କରିବେ

ମେଷ : ବାକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ…

1 hour ago

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପାଣ୍ଡିଆନଙ୍କ ଦିଲ୍ଲୀ ଗସ୍ତ :ସସ୍ମିତ

ଭୁବନେଶ୍ୱର  : ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ଯାଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ପାଣ୍ଡିଆନଙ୍କ ଦିଲ୍ଲୀ ଗସ୍ତକୁ…

3 hours ago

ଫିସୁ ବିଶ୍ୱ ବିଶ୍ୱବିଦ୍ୟାଳୟ ରଗ୍‍ବୀ ୭-ଏସ୍‍ ଚାମ୍ପିୟନ୍‍ସିପରେ କିଟ୍‍ ବିଶ୍ୱବିଦ୍ୟାଳୟର ୩ଜଣ ଖେଳାଳି

ଫ୍ରାନ୍‍ସର ଏକ୍‍ସ ଏନ୍‍ ରାଜ୍ୟରେ ଜୁନ୍‍ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଫିସୁ ବିଶ୍ୱ ବିଶ୍ୱବିଦ୍ୟାଳୟ…

5 hours ago

ଆସନ୍ତା ୯ ତାରିଖରେ ଶପଥ ନେବେ ନରେନ୍ଦ୍ର ମୋଦି, କେନ୍ଦ୍ର କ୍ୟାବିନେଟରେ ଓଡ଼ିଶାର କେତେଜଣ ନେଇ ଚର୍ଚ୍ଚା

ଆସନ୍ତା ୯ ତାରିଖରେ ଶପଥ ନେବେ ନରେନ୍ଦ୍ର ମୋଦି । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ…

5 hours ago

ନବୀନ ଆମ ପୁଅ ଠୁ ଅଧିକ ଥିଲେ, ଏକଥା କହି କାନ୍ଦୁଛନ୍ତି ମାଆ ମାନେ

ଆଖିରେ ଲୁହର ଧାର । ନବୀନଙ୍କ ଫଟୋ ଆଗରେ କାନ୍ଦୁଛନ୍ତି ଜଣେ ମା । କହୁଥିଲେ…ପୁଅ ଥିଲା ଆମର ।…

6 hours ago

ସାବିତ୍ରୀ ବ୍ରତରେ ପୂଜା ପାଇଥାଆନ୍ତେ ତା ପୂର୍ବରୁ ଉଠିଲା କୋକେଇ

ସାବିତ୍ରୀ ବ୍ରତରେ ସତ୍ୟବାନ୍‌ ହୋଇ ପୂଜା ପାଇ ଥାଆନ୍ତେ । ତା ପୂର୍ବରୁ ଘଟିଗଲା ଏପରି କିଛି । ମୃତକଙ୍କ…

6 hours ago