କରୋନା ଭାଇରସ୍ ସଂକ୍ରମିତ ଆମେରିକା ରାଷ୍ଟ୍ରପତି ରବିବାର ସନ୍ଧ୍ୟାରେ ଅଚାନକ ଓ୍ଵାଲଟର ରିଡ୍ ହସପିଟାଲରୁ ବାହାରକୁ ବାହାରି ସେଠାରେ ଥିବା ନିଜ ପ୍ରଶଂସକଙ୍କର ଅଭିବାଦନ ସ୍ୱିକାର କରିଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରାଷ୍ଟ୍ରପତି ଟ୍ରମ୍ପ ଏବଂ ତାଙ୍କ ସ୍ତ୍ରୀ ମେଲାନିୟା ଟ୍ରମ୍ପ କରୋନା ପଜିଟିଭ୍ ହୋଇଥିଲେ ଯାହାପରେ ତାଙ୍କର ଚିକିତ୍ସା ଚାଲୁଛି।
ହ୍ଵାଇଟ୍ ହାଉସ ଏକ ବୟାନ ଜାରି କରିଛି, ‘ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ୫.୩୦ ମିନିଟରେ କିଛି ସମୟ ପାଇଁ ଓ୍ଵାଲଟର ରୀଡ ହସପିଟାଲରୁ ବାହାରକୁ ଆସି କଳା ରଙ୍ଗର ଏସୟୁଭି କାରରେ ବସି ନିଜ ପ୍ରଶଂସକଙ୍କ ନିକଟକୁ ଯାଇଥିଲେ। ଏହାପରେ ପୁଣି ଥରେ ହସିପିଟାଲକୁ ଚାଲିଯାଇଥିଲେ।
ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ଯାତ୍ରାକୁ ହସପିଟାଲର ଡାକ୍ତରମାନେ ଆଲୋଚନା କରିଛନ୍ତି ଏବଂ ତାଙ୍କ ଉପରେ ଦାୟିତ୍ୱହୀନତାର ଅଭିଯୋଗ ଲଗାଇଛନ୍ତି। ଡାକ୍ତରଙ୍କ କହିବାନୁଯାୟୀ ଟ୍ରମ୍ପ କରୋନା ସଂକ୍ରମିତ, ଏଥିପାଇଁ ତାଙ୍କୁ ନିଜକୁ ଅଲଗା ରଖିବା ଉଚିତ। ତାଙ୍କୁ ଲୋକଙ୍କ ଠାରୁ ଦୂରତା ରକ୍ଷା କରିବା ଉଚିତ।
ଜର୍ଜ ଓ୍ଵାସିଙ୍ଗଟନ ବିଶ୍ୱବିଦ୍ୟାଳୟର ଜଣେ ଡାକ୍ତର କହିଛନ୍ତି, ରାଷ୍ଟ୍ରପତି ଯେଉଁ ଏସୟୁଭି ଜରିଆରେ ନିଜର ପ୍ରଶଂସକଙ୍କ ସହ ସାକ୍ଷାତ କରୁଥିଲେ। ତାହା ବୁଲଟେପୃଫ ଏବଂ କେମିକାଲ ଆକ୍ରମଣ ଠାରୁ ରକ୍ଷା ପାଇବା ପାଇଁ ମଧ୍ୟ ସୁରକ୍ଷିତ। ତେଣୁ ଏହି କଥାକୁ ଧ୍ୟାନରେ ରଖି କାର ଭିତରେ ସଂକ୍ରମଣ ବ୍ୟାପିବାର ସବୁଠାରୁ ଅଧିକ ଭୟ ରହିଛି। ତାଙ୍କୁ ଏଥିପ୍ରତି ଦାୟିତ୍ୱବାନ ହେବା ଆବଶ୍ୟକ।
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…
କନ୍ଧମାଳ : କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…
ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…
ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…
ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…
ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…