Below header

କରୋନା ହସପିଟାଲରୁ ଅଚାନକ ବାହାରକୁ ବାହାରି ଆସିଲେ ଟ୍ରମ୍ପ, ଡାକ୍ତର ଲଗାଇଲେ ଦାୟିତ୍ୱହୀନତା ଅଭିଯୋଗ

କରୋନା ଭାଇରସ୍‌ ସଂକ୍ରମିତ ଆମେରିକା ରାଷ୍ଟ୍ରପତି ରବିବାର ସନ୍ଧ୍ୟାରେ ଅଚାନକ ଓ୍ଵାଲଟର ରିଡ୍‌ ହସପିଟାଲରୁ ବାହାରକୁ ବାହାରି ସେଠାରେ ଥିବା ନିଜ ପ୍ରଶଂସକଙ୍କର ଅଭିବାଦନ ସ୍ୱିକାର କରିଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରାଷ୍ଟ୍ରପତି ଟ୍ରମ୍ପ ଏବଂ ତାଙ୍କ ସ୍ତ୍ରୀ ମେଲାନିୟା ଟ୍ରମ୍ପ କରୋନା ପଜିଟିଭ୍‌ ହୋଇଥିଲେ ଯାହାପରେ ତାଙ୍କର ଚିକିତ୍ସା ଚାଲୁଛି।

ହ୍ଵାଇଟ୍‌ ହାଉସ ଏକ ବୟାନ ଜାରି କରିଛି, ‘ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ୫.୩୦ ମିନିଟରେ କିଛି ସମୟ ପାଇଁ ଓ୍ଵାଲଟର ରୀଡ ହସପିଟାଲରୁ ବାହାରକୁ ଆସି କଳା ରଙ୍ଗର ଏସୟୁଭି କାରରେ ବସି ନିଜ ପ୍ରଶଂସକଙ୍କ ନିକଟକୁ ଯାଇଥିଲେ। ଏହାପରେ ପୁଣି ଥରେ ହସିପିଟାଲକୁ ଚାଲିଯାଇଥିଲେ।

ଡାକ୍ତର ଲଗାଇଲେ ଟ୍ରମ୍ପଙ୍କ ବିରୁଦ୍ଧରେ ଦାୟିତ୍ୱହୀନତା ଅଭିଯୋଗ

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ଯାତ୍ରାକୁ ହସପିଟାଲର ଡାକ୍ତରମାନେ ଆଲୋଚନା କରିଛନ୍ତି ଏବଂ ତାଙ୍କ ଉପରେ ଦାୟିତ୍ୱହୀନତାର ଅଭିଯୋଗ ଲଗାଇଛନ୍ତି। ଡାକ୍ତରଙ୍କ କହିବାନୁଯାୟୀ ଟ୍ରମ୍ପ କରୋନା ସଂକ୍ରମିତ, ଏଥିପାଇଁ ତାଙ୍କୁ ନିଜକୁ ଅଲଗା ରଖିବା ଉଚିତ। ତାଙ୍କୁ ଲୋକଙ୍କ ଠାରୁ ଦୂରତା ରକ୍ଷା କରିବା ଉଚିତ।

ଜର୍ଜ ଓ୍ଵାସିଙ୍ଗଟନ ବିଶ୍ୱବିଦ୍ୟାଳୟର ଜଣେ ଡାକ୍ତର କହିଛନ୍ତି, ରାଷ୍ଟ୍ରପତି ଯେଉଁ ଏସୟୁଭି ଜରିଆରେ ନିଜର ପ୍ରଶଂସକଙ୍କ ସହ ସାକ୍ଷାତ କରୁଥିଲେ। ତାହା ବୁଲଟେପୃଫ ଏବଂ କେମିକାଲ ଆକ୍ରମଣ ଠାରୁ ରକ୍ଷା ପାଇବା ପାଇଁ ମଧ୍ୟ ସୁରକ୍ଷିତ। ତେଣୁ ଏହି କଥାକୁ ଧ୍ୟାନରେ ରଖି କାର ଭିତରେ ସଂକ୍ରମଣ ବ୍ୟାପିବାର ସବୁଠାରୁ ଅଧିକ ଭୟ ରହିଛି। ତାଙ୍କୁ ଏଥିପ୍ରତି ଦାୟିତ୍ୱବାନ ହେବା ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.