ଇଚ୍ଛା ଶକ୍ତି ଥିଲେ ଉପାୟ ଆପେ ଆପେ ଆସେ: ଅନ୍ ଲାଇନ୍ ଦ୍ବାରା ସ୍କୁଲ୍ ପିଲାଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି ଭିସୁଟ୍ ସହିତ ଅନେକ କଲେଜର ଛାତ୍ର ଛାତ୍ରୀ

ସମ୍ବଲପୁର: ମନରେ ସେବା କରିବାର ଇଚ୍ଛା ଶକ୍ତି ଥିଲେ ଉପାୟ ଆପେ ଆପେ ଆସେ। କୋଭିଡ ୧୯ ସମୟରେ ଆମ ମାନଙ୍କୁ ଅନେକ ସମସ୍ଯା ଦେଇ ଗତି କରୁବାରୁ ପଡୁଛି । କେତେବେଳେ ଲକ୍ ଡାଉନ୍ , ସଟ୍ ଡାଉନ୍ ର ପ୍ରଭାବ ଦେଖିବାକୁ ମିଳିଛି ତ କେତେବେଳେ ଜୀବନ ଜୀବିକାକୁ ହରେଇବା ପଡିଛି । ଏହାରି ଭିତରେ ଛାତ୍ର ଛାତ୍ରୀଙ୍କ ଭବିଷ୍ଯତ ମଧ୍ଯ ଏକ ପ୍ରକାରର ଅନ୍ଧାର ଭିତରୁ ଟାଣି ହୋଇଯାଇଛି । ତଥାପି ସରକାରଙ୍କ ଅନଲାଇନ୍ କ୍ଳାସ୍ କିଛିଟା ଆଶ୍ବସ୍ତି ଦେଇଛି । ସମସ୍ତ ସ୍କୁଲ ବନ୍ଦ ରହିଛି । ତେବେ ଏହି ସମୟରେ ବୁର୍ଲା ଭିସୁଟର କିଛି ଛାତ୍ର ଆରମ୍ଭ କରିଥିଲେ ଏକ ଅନିଭବ ପ୍ରୟାସ । online unlock education ଦ୍ବାରା ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି । ଯେଉଁଥିରେ ପାଖାପାଖି ୨୫୦ଟି ସ୍କୁଲର ଛାତ୍ରଛାତ୍ରୀ ମାନେ ଏହି ପାଠ ପଢ଼ାର ଲାଭ ଉଠାଇ ପାରୁଛନ୍ତି।

studentଦୀର୍ଘ ଦିନ ହେଲାଣି ଛାତ୍ର ଛାତ୍ରୀ ମାନଙ୍କର ପାଠ ପଢ଼ା ଗୁରୁତର ଭାବେ ବ୍ୟାଘାତ ହୋଇଛି। ତେବେ ଏଭଳି ସମୟରେ ପ୍ରଥମେ ବୁର୍ଲା ଭିସୁଟ ଇଂଜିନୟରିଂ କଲେଜର ପ୍ରଥମେ ୩ ଜଣ ଛାତ୍ର ଛାତ୍ରୀ ଆରମ୍ଭ କରିଥିଲେ free online unlock education । ଏହାପରେ ଧୀରେ ଧୀରେ ଏହି ମହତ କାର୍ଯ୍ୟରେ ଆହୁରି ଛାତ୍ର ଛାତ୍ରୀ ଯୋଡିହୋଇଥିଲେ, ଛୋଟ ଛୋଟ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ। ଏବେ ଭିସୁଟର ୫୦ ଜଣ ଛାତ୍ରଛାତ୍ରୀ ପ୍ରାୟ ୨୫୦ ସ୍କୁଲର ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି।

educationପ୍ରତେକଦିନ ସକାଳ ୮ଟା ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଏହି ପାଠ ପଢ଼ା ହେଉଛି। ମୁଖ୍ୟତଃ ଅଷ୍ଟମ ରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ପାଠ ପଢୁଛନ୍ତି। ଏଥିପାଇଁ ଏକ ଟୋଲଫ୍ରି ନମ୍ବର ମଧ୍ୟ ଏହି ଇଞ୍ଜିନିୟର ଛାତ୍ର ଛାତ୍ରୀ ମାନେ ଏବେ ବାହାର କରିଛନ୍ତି। ଏହି unlock education ରେ  OUAT, NIFT, ମାଦ୍ରାସ ମେଡିକାଲ କଲେଜ୍, ବିଜେବି ଜୁନିଅର କଲେଜ୍, ବରଗଡ ଓମେନ୍ସ କଲେଜ ଏବଂ ଆହୁରି ଅନେକ କଲେଜର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼ାଉଛନ୍ତି।

Captureଏହି online unlock educationକୁ ରାଜ୍ୟ ସରକାରଙ୍କ ସଚିବ ରାଜେଶ ପାଟିଲ ଏବଂ ନୂତନ ଭାବେ IAS ପାଇଥିବା ତଥା ଟପ୍ପର ସଞ୍ଜିତା ମହାପାତ୍ର ଏହି unlock education ର ପ୍ରଶଂସା କରିଛନ୍ତି। ସତରେ ଏହି ଅନଲକ୍ ଶିକ୍ଷା ଅନେକ ଛାତ୍ର ଛାତ୍ରୀଙ୍କ ପାଇଁ ଆଣିଦେଇଛି ଏକ ଆଶାର ଆଲୋକ।

ସମ୍ବଲପୁରରୁ ଶ୍ରବଣ କୁମାର ପତିଙ୍କ ରିପୋର୍ଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.