ଦେଶ ବିଦେଶ

ଆସିଲା ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏଗଜିଟ୍‌ ପୋଲ୍‌, ତୃତୀୟ ଥର ପାଇଁ ତାଜ୍‌ ପିନ୍ଧିବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ

କେନ୍ୟୁଜ୍(ବ୍ୟୁରୋ): ଦିଲ୍ଲୀରେ ପୁଣି କେଜ୍ରି ରାଜ୍‌ । ହାଟ୍ରିକ୍‌ ମାରିବେ କେଜ୍ରିଓ୍ଵାଲ । ତୃତୀୟ ଥର ପାଇଁ ତାଜ୍‌ ପିନ୍ଧିବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ । ଏଗଜାକ୍ଟ ରେଜଲ୍ଟ ପୂର୍ବରୁ ବିଭିନ୍ନ ସଂସ୍ଥା କରିଥିବା ଏଗଜିଟ୍‌ ପୋଲ୍‌ ଏହି ଚିତ୍ର ଦେଇଛି। ବିଜେପି ଠାରୁ ବହୁ ଆଗରେ ରହିଛି ଆପ୍‌ । କଂଗ୍ରେସ ଆଦୌ ଖାତା ଖୋଲି ନପାରେ କିମ୍ବା ଗୋଟିଏରୁ ଦୁଇଟି ଆସନରେ ସନ୍ତୁଷ୍ଟ ରହିପାରେ । ଟାଇମ୍‌ସ ନାଓର ଆକଳନ ଅନୁସାରେ ଆପ୍‌କୁ ମଳିବ ୪୭ଟି ଆସନ। ବିଜେପିକୁ ୨୩ ଆସନ ଏବଂ କଂଗ୍ରେସକୁ ଗୋଟିଏ ବି ଆସନ ମିଳିବ ନାହିଁ। ଏବିପି ନିଉଜ୍‌-ସି ଭୋଟର ଆକଳନ କହୁଛି ଆପ୍‌କୁ ୪୯ ରୁ ୬୩ଟି ଆସନ ମିଳିବ। ବିଜେପିକୁ ମିଳିବ ୫ ରୁ ୧୯ଟି ଆସନ। କଂଗ୍ରେସକୁ ୦ ରୁ ୪ଟି ଆସନ ମିଳିପାରେ।

ସେହିଭଳି ରିପବ୍ଲିକ୍‌ ଟିଭି-ଜନ୍‌ କି ବାତ୍‌ର ଆକଳନ ଅନୁସାରେ ଆପ୍‌ ୪୮ ରୁ ୬୧ ଟି ଆସନ ପାଇବ। ବିଜେପିକୁ ୯ ରୁ ୨୧ଟି ଏବଂ କଂଗ୍ରେସକୁ ୦ ରୁ ୧ଟି ଆସନ ମିଳିପାରେ । TV 9 ଭାରତବର୍ଷ -ସିସେରୋ ଆକଳନ କରିଛି, ଆପ୍‌କୁ ମିଳିବ ୫୪ଟି ଆସନ। ବିଜେପିକୁ ୧୫ ଓ କଂଗ୍ରେସ ପାଇବ ମାତ୍ର ୧ଟି ଆସନ। ଇଣ୍ଟିଆ ଟୁଡେ- ଆକ୍ସିସ୍‌ ମାଇ ଇଣ୍ଡିଆ ଆପ୍‌କୁ ସବୁଠୁ ଅଧିକ ଆସନ ଦେଇଛି। ଏହି ସଂସ୍ଥାର ଆକଳନ ଅନୁସାରେ ଆପ୍‌ ୫୯ ରୁ ୬୮ଟି ଆସନ ପାଇବ। ବିଜେପି କୁ ୨ ରୁ ୧୧ଟି ଆସନ ଏବଂ କଂଗ୍ରେସ ଖାତା ଖୋଲି ନପାରେ । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ମ୍ୟାଜିକ୍‌ ନମ୍ବର ୩୬। ଏହା ଠାରୁ ଢେର ଆଗରେ ରହିଛି କେଜ୍ରିଓ୍ଵାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି ।

KNews Bureau

Recent Posts

କଲରାପତରିଆ ବାଘ ଆତଙ୍କ : ୧୧ ଘଣ୍ଟାର ଉଦ୍ୟମ ପରେ କାବୁ କଲା ବନବିଭାଗ

ବାଲେଶ୍ବର (କେନ୍ୟୁଜ): ଦୀର୍ଘ ୧୧ ଘଣ୍ଟାର ଉଦ୍ୟମ ପରେ ବାଘକୁ କାବୁ କଲା ବନବିଭାଗ ।  କାଲି ଦିନ ସାରା…

9 mins ago

ମଝି ଆକାଶରେ Air Canada ବିମାନରେ ଲାଗିଲା ନିଆଁ, ଥିଲେ ୪୦୨ ଯାତ୍ରୀ

ଏୟାର କାନାଡା ବିମାନରେ ଲାଗିଲା ନିଆଁ । ଟରୋଣ୍ଟୋ ବିମାନବନ୍ଦରରୁ ପ୍ୟାରିସ୍‌ ପାଇଁ ଉଡ଼ାଣ ଭରିବାର କିଛି ମିନିଟ୍‌ ପରେ…

24 mins ago

ନିର୍ବାଚନୀ ପରବର୍ତ୍ତୀ ହିଂସା: କଥା କଟାକଟି ପରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ,୫ ଆହତ

କେନ୍ଦୁଝର (କେନ୍ୟୁଜ): ନିର୍ବାଚନ ପରବର୍ତ୍ତୀ ହିଂସା, ୫ରୁ ଊର୍ଦ୍ଧ୍ବ ଆହତ ମେଡିକାଲରେ ଭର୍ତ୍ତି । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା…

48 mins ago

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୪ ଆହତ

ବ୍ରହ୍ମପୁର (କେନ୍ୟୁଜ): ଗୋଷ୍ଠୀ ସଂଘର୍ଷ । ୪ ଆହତ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଭୀଷ୍ମଗିରିରେ ଦୁଇ ଗୋଷ୍ଠୀ…

1 hour ago

ଥମିବାର ନା ନେଉନାହିଁ ଆନ୍ଥ୍ରାକ୍ସ ରୋଗ, ରୋଗୀଙ୍କୁ ଘାରୁଛି ଚିନ୍ତା

କୋରାପୁଟ(କେନ୍ୟୁଜ): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ବ୍ୟାପିବାରେ ଲାଗିଛି ବିରଳ ରୋଗ ଆନ୍ଥ୍ରାକ୍ସ । ଶୁକ୍ରବାର ଦିନ ଲକ୍ଷ୍ମୀପୁର ବ୍ଲକର…

1 hour ago

କେନ୍ଦୁପତ୍ର ଗୋଦାମରେ ଅଗ୍ନିକାଣ୍ଡ, ୫ କୋଟିରୁ ଅଧିକ ଟଙ୍କାର କେନ୍ଦୁପତ୍ର ପୋଡି ପାଉଁଶ

ମାଲକାନଗିରି (କେନ୍ୟୁଜ): କେନ୍ଦୁପତ୍ର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା କେନ୍ଦୁପତ୍ର । ମାଲକାନଗିରି ଜିଲ୍ଲା ଏମଭି-୩…

2 hours ago