Below header

ଆସିଲା ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏଗଜିଟ୍‌ ପୋଲ୍‌, ତୃତୀୟ ଥର ପାଇଁ ତାଜ୍‌ ପିନ୍ଧିବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ

କେନ୍ୟୁଜ୍(ବ୍ୟୁରୋ): ଦିଲ୍ଲୀରେ ପୁଣି କେଜ୍ରି ରାଜ୍‌ । ହାଟ୍ରିକ୍‌ ମାରିବେ କେଜ୍ରିଓ୍ଵାଲ । ତୃତୀୟ ଥର ପାଇଁ ତାଜ୍‌ ପିନ୍ଧିବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ । ଏଗଜାକ୍ଟ ରେଜଲ୍ଟ ପୂର୍ବରୁ ବିଭିନ୍ନ ସଂସ୍ଥା କରିଥିବା ଏଗଜିଟ୍‌ ପୋଲ୍‌ ଏହି ଚିତ୍ର ଦେଇଛି। ବିଜେପି ଠାରୁ ବହୁ ଆଗରେ ରହିଛି ଆପ୍‌ । କଂଗ୍ରେସ ଆଦୌ ଖାତା ଖୋଲି ନପାରେ କିମ୍ବା ଗୋଟିଏରୁ ଦୁଇଟି ଆସନରେ ସନ୍ତୁଷ୍ଟ ରହିପାରେ । ଟାଇମ୍‌ସ ନାଓର ଆକଳନ ଅନୁସାରେ ଆପ୍‌କୁ ମଳିବ ୪୭ଟି ଆସନ। ବିଜେପିକୁ ୨୩ ଆସନ ଏବଂ କଂଗ୍ରେସକୁ ଗୋଟିଏ ବି ଆସନ ମିଳିବ ନାହିଁ। ଏବିପି ନିଉଜ୍‌-ସି ଭୋଟର ଆକଳନ କହୁଛି ଆପ୍‌କୁ ୪୯ ରୁ ୬୩ଟି ଆସନ ମିଳିବ। ବିଜେପିକୁ ମିଳିବ ୫ ରୁ ୧୯ଟି ଆସନ। କଂଗ୍ରେସକୁ ୦ ରୁ ୪ଟି ଆସନ ମିଳିପାରେ।

exit poll1ସେହିଭଳି ରିପବ୍ଲିକ୍‌ ଟିଭି-ଜନ୍‌ କି ବାତ୍‌ର ଆକଳନ ଅନୁସାରେ ଆପ୍‌ ୪୮ ରୁ ୬୧ ଟି ଆସନ ପାଇବ। ବିଜେପିକୁ ୯ ରୁ ୨୧ଟି ଏବଂ କଂଗ୍ରେସକୁ ୦ ରୁ ୧ଟି ଆସନ ମିଳିପାରେ । TV 9 ଭାରତବର୍ଷ -ସିସେରୋ ଆକଳନ କରିଛି, ଆପ୍‌କୁ ମିଳିବ ୫୪ଟି ଆସନ। ବିଜେପିକୁ ୧୫ ଓ କଂଗ୍ରେସ ପାଇବ ମାତ୍ର ୧ଟି ଆସନ। ଇଣ୍ଟିଆ ଟୁଡେ- ଆକ୍ସିସ୍‌ ମାଇ ଇଣ୍ଡିଆ ଆପ୍‌କୁ ସବୁଠୁ ଅଧିକ ଆସନ ଦେଇଛି। ଏହି ସଂସ୍ଥାର ଆକଳନ ଅନୁସାରେ ଆପ୍‌ ୫୯ ରୁ ୬୮ଟି ଆସନ ପାଇବ। ବିଜେପି କୁ ୨ ରୁ ୧୧ଟି ଆସନ ଏବଂ କଂଗ୍ରେସ ଖାତା ଖୋଲି ନପାରେ । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ମ୍ୟାଜିକ୍‌ ନମ୍ବର ୩୬। ଏହା ଠାରୁ ଢେର ଆଗରେ ରହିଛି କେଜ୍ରିଓ୍ଵାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.