୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରିଲା ମତଦାନ, ଇଭିଏମ୍‌ରେ ସିଲ୍‌ ହେଲା ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ

କେନ୍ୟୁଜ୍(ବ୍ୟୁରୋ): ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରିଛି ମତଦାନ । ଇଭିଏମ୍‌ରେ ସିଲ୍‌ ହୋଇଛି ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ । ମତଦାନ ହାର ରହିଛି ୫୭ ଦଶମିକ ୦୬ ପ୍ରତିଶତ । ଆସନ୍ତା ୧୧ ତାରିଖରେ ଭୋଟ୍‌ ଗଣତି ଓ ଫଳାଫଳ ପ୍ରକାଶ ପାଇବ । କଡ଼ା ସୁରକ୍ଷା ଭିତରେ ଆଜି ଦିଲ୍ଲୀରେ ଭୋଟ୍‌ ଗ୍ରହଣ ହୋଇଥିଲା । ୨୦୧୫ ନିର୍ବାଚନରେ ଦିଲ୍ଲୀକୁ ଝାଡୁ ମାରିଥିଲା କେଜ୍ରିଓ୍ଵାଲଙ୍କ ଆମ୍‌ ଆଦମୀ ପାର୍ଟି। ଦଳ ୬୭ଟି ଆସନରେ ବାଜିମାରିଥିଲା । ବିଜେପି ପାଇଥିଲା ମାତ୍ର ୩ଟି ସିଟ । କଂଗ୍ରେସ ଖାତା ଖୋଲପାରିନଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.