ସମୁଦ୍ର ମଧ୍ୟସ୍ଥ ଜାହାଜରୁ ପ୍ରଥମ ଥର ପାଇଁ ଚୀନ୍‌ ସଫଳତାର ସହ ଉତ୍‌କ୍ଷେପଣ କଲା ରକେଟ୍‌

ବେଜିଙ୍ଗ୍‌: ପ୍ରଥମ ଥର ପାଇଁ ସମୁଦ୍ର ମଧ୍ୟସ୍ଥ ଜାହାଜରୁ ଆଜି ଚୀନ୍‌ ସଫଳତାର ସହ ରକେଟ୍‌ ଉତ୍‌କ୍ଷେପଣ କରିଥିବା ନେଇ ସରକାରୀ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି। ‘ପୀତ ସାଗର’ର ମଧ୍ୟରେ ଥିବା ଗୋଟାଏ ବିଶାଳ ଆଂଶିକ ବୁଡ଼ାଜାହାଜର ପ୍ଲାଟ୍‌ଫର୍ମ ଉପରୁ ‘ଲଙ୍ଗ୍‌ ମାର୍ଚ ୧୧’ ରକେଟ୍‌ ଉତ୍‌କ୍ଷେପିତ କରିଛି ଚୀନ୍। ଯୁକ୍ତରାଷ୍ଟ୍ର ଆମେରିକା ସହ ସମକକ୍ଷ ହୋଇ ୨୦୩୦ ସୁଦ୍ଧା ପ୍ରମୁଖ ମହାକାଶ ଶକ୍ତି ହେବା ନିମନ୍ତେ ଗତ କେତେ ବର୍ଷ ହେବ ମହାକାଶ କାର୍ଯ୍ୟକ୍ରମକୁ ପ୍ରାଥମିକତା ଦେଇ ଆସୁଛି। ଆସନ୍ତାବର୍ଷ ନିଜସ୍ୱ ମାନବସମ୍ବଳିତ ସ୍ପେସ୍‌ ଷ୍ଟେସନ୍‌ ନିର୍ମାଣ ପାଇଁ ବେଜିଙ୍ଗ୍‌ ଯୋଜନା କରୁଛି।

ଅନ୍ୟପଟେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ବିଭାଗ ସଙ୍କଟ ସମୟରେ ମହାକାଶ ଆଧାରିତ ସମ୍ବଳ ବ୍ୟବହାରରୁ ଅନ୍ୟ ଦେଶକୁ ବାଧା ଦେବା ନିମନ୍ତେ ଚୀନ୍‌ ଉଦ୍ୟମ କରୁଥିବା ନେଇ ଅଭିଯୋଗ କରିଛି । ତେବେ ନିଜର ଉଦ୍ଦେଶ୍ୟ ଶାନ୍ତିପୂର୍ଣ୍ଣ ବୋଲି ଚୀନ୍‌ କହିଛି ।

 

Sonalisa

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

1 min ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

10 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

13 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

47 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

49 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago