ଦେଶ ବିଦେଶ

ପଞ୍ଜାବ ଅମୃତସର ସ୍ୱର୍ଣ୍ଣମନ୍ଦିର ନିକଟ ବିସ୍ଫୋରଣ ଘଟଣାରେ ୫ ଗିରଫ

ପଞ୍ଜାବ ସ୍ୱର୍ଣ୍ଣ ମନ୍ଦିର ପାଖରେ ହୋଇଥିବା ବିସ୍ଫୋରଣ ଘଟଣାରେ ୫ ଜଣକୁ ଗିରଫ କରିଛି ଅମୃତସର ପୋଲିସ । ପାଞ୍ଚ ଦିନରେ ସ୍ୱର୍ଣ୍ଣ ମନ୍ଦିର ନିକଟରେ ହେଲାଣି ୩ଟି ବିସ୍ଫୋରଣ । ଗତ କାଲିରାତି ୧ଟା ରେ ଗଲିୟାରା ସ୍ଥିତ ଶ୍ରୀ ଗୁରୁ ସରାୟ ନିକଟରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ପରେ ଲୋକେ ଘରୁ ବାହାରି ଆସିଥିଲେ । ଘଟଣା ସ୍ଥଳରେ ପୋଲିସ ଓ ଫରେନସିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାକୁ ନେଇପଞ୍ଜାବ ପୋଲିସ ଡିଜିପି ଗୌରବ ଯାଦବ ଏହି ମାମଲାରେ ଆଜି ପ୍ରେସ କନଫରନ୍ସେ କରିବେ । ଗିରଫ ହୋଇଥିବା ସମସ୍ତ ଲୋକ ପଞ୍ଜାବର ବୋଲି ଜଣାପଡିଛି । ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ଜଣେ ମହିଳା ସାମିଲ ରହିଛନ୍ତି ।

ଗତ ରାତିରେ ଗୁରୁ ରାମଦାସଙ୍କ ଆଶ୍ରମ ନିକଟରେ ବିସ୍ଫୋରଣ ହେବା ପରେ ଉକ୍ତ ଆଶ୍ରମରେ ଖାନ ତଲାସୀ ଆରମ୍ଭ କରିଥିବା ପୁଲିସ୍ ୩ ଶ୍ରଦ୍ଧାଳୁଙ୍କୁ ଏ ସମ୍ପର୍କରେ ପଚରାଉଚରା କରୁଛି। ସେମାନେ ଉକ୍ତ ଆଶ୍ରମରେ ରୁମ୍ ନଂ ୨୨୫ରେ ରହୁଥିଲେ ।

ପୂର୍ବ ବିସ୍ଫୋରଣ ସ୍ଥାନରୁ ଏହା ୨ କିଲୋମିଟର ଦୂରରେ। ପୋଲିସ ଘଟଣାରେ ୫ଜଣଙ୍କ ଗିରଫ କରିଛି । ତେବେ ବିସ୍ଫୋରଣ ପଛରେ କିଏ ଅଛି ତାହା ଜଣାପଡିନି। ଶାନ୍ତି ଭଙ୍ଗ ଉଦ୍ଦେଶ୍ୟରେ କିଛି ଲୋକ ବିସ୍ଫୋରଣ କରିଥିବା କହିଛି ପଞ୍ଜାବ ପୋଲିସ । ଗତ ଶନିବାର ସ୍ୱର୍ଣ୍ଣ ମନ୍ଦିର ପାର୍କିଂରେ ଥିବା ରେଷ୍ଟୁରାଣ୍ଟରେ ବିସ୍ଫୋରଣ ହୋଇଥିଲା । ପୁଣି ସୋମବାରରେ ଏକ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣର ତ୍ରୀବତା ଏତେ ଥିଲା ଯେ କିଛି ଘରର ଝରକା ଭାଙ୍ଗି ଯାଇଥିଲା ।

ସୂଚନାଯୋଗ୍ୟ, ଗତ ଶନିବାର ସନ୍ଧ୍ୟାରେ ଓ ସୋମବାର ସକାଳେ ସ୍ୱର୍ଣ୍ଣ ମନ୍ଦିର ନିକଟ ହେରିଟେଜ ଷ୍ଟ୍ରିଟରେ ୨ଟି ବୋମା ବିସ୍ଫୋରଣ ହୋଇଥିଲା।

Swagatika

Recent Posts

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

15 mins ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

15 mins ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

22 mins ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

28 mins ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

45 mins ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

54 mins ago