ପଞ୍ଜାବ ଅମୃତସର ସ୍ୱର୍ଣ୍ଣମନ୍ଦିର ନିକଟ ବିସ୍ଫୋରଣ ଘଟଣାରେ ୫ ଗିରଫ
ପଞ୍ଜାବ ସ୍ୱର୍ଣ୍ଣ ମନ୍ଦିର ପାଖରେ ହୋଇଥିବା ବିସ୍ଫୋରଣ ଘଟଣାରେ ୫ ଜଣକୁ ଗିରଫ କରିଛି ଅମୃତସର ପୋଲିସ । ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ଜଣେ ମହିଳା ସାମିଲ ରହିଛନ୍ତି ।
ପଞ୍ଜାବ ସ୍ୱର୍ଣ୍ଣ ମନ୍ଦିର ପାଖରେ ହୋଇଥିବା ବିସ୍ଫୋରଣ ଘଟଣାରେ ୫ ଜଣକୁ ଗିରଫ କରିଛି ଅମୃତସର ପୋଲିସ । ପାଞ୍ଚ ଦିନରେ ସ୍ୱର୍ଣ୍ଣ ମନ୍ଦିର ନିକଟରେ ହେଲାଣି ୩ଟି ବିସ୍ଫୋରଣ । ଗତ କାଲିରାତି ୧ଟା ରେ ଗଲିୟାରା ସ୍ଥିତ ଶ୍ରୀ ଗୁରୁ ସରାୟ ନିକଟରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ପରେ ଲୋକେ ଘରୁ ବାହାରି ଆସିଥିଲେ । ଘଟଣା ସ୍ଥଳରେ ପୋଲିସ ଓ ଫରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାକୁ ନେଇପଞ୍ଜାବ ପୋଲିସ ଡିଜିପି ଗୌରବ ଯାଦବ ଏହି ମାମଲାରେ ଆଜି ପ୍ରେସ କନଫରନ୍ସେ କରିବେ । ଗିରଫ ହୋଇଥିବା ସମସ୍ତ ଲୋକ ପଞ୍ଜାବର ବୋଲି ଜଣାପଡିଛି । ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ଜଣେ ମହିଳା ସାମିଲ ରହିଛନ୍ତି ।
ଗତ ରାତିରେ ଗୁରୁ ରାମଦାସଙ୍କ ଆଶ୍ରମ ନିକଟରେ ବିସ୍ଫୋରଣ ହେବା ପରେ ଉକ୍ତ ଆଶ୍ରମରେ ଖାନ ତଲାସୀ ଆରମ୍ଭ କରିଥିବା ପୁଲିସ୍ ୩ ଶ୍ରଦ୍ଧାଳୁଙ୍କୁ ଏ ସମ୍ପର୍କରେ ପଚରାଉଚରା କରୁଛି। ସେମାନେ ଉକ୍ତ ଆଶ୍ରମରେ ରୁମ୍ ନଂ ୨୨୫ରେ ରହୁଥିଲେ ।
#WATCH | Amritsar: Visuals from outside the building of Shri Guru Ramdas Ji Niwas from where suspects were rounded up in the aftermath of a loud sound, that was heard near the Golden Temple, which, as per the police, could be another explosion.#Punjab pic.twitter.com/CXzms3FdYw
— ANI (@ANI) May 10, 2023
ପୂର୍ବ ବିସ୍ଫୋରଣ ସ୍ଥାନରୁ ଏହା ୨ କିଲୋମିଟର ଦୂରରେ। ପୋଲିସ ଘଟଣାରେ ୫ଜଣଙ୍କ ଗିରଫ କରିଛି । ତେବେ ବିସ୍ଫୋରଣ ପଛରେ କିଏ ଅଛି ତାହା ଜଣାପଡିନି। ଶାନ୍ତି ଭଙ୍ଗ ଉଦ୍ଦେଶ୍ୟରେ କିଛି ଲୋକ ବିସ୍ଫୋରଣ କରିଥିବା କହିଛି ପଞ୍ଜାବ ପୋଲିସ । ଗତ ଶନିବାର ସ୍ୱର୍ଣ୍ଣ ମନ୍ଦିର ପାର୍କିଂରେ ଥିବା ରେଷ୍ଟୁରାଣ୍ଟରେ ବିସ୍ଫୋରଣ ହୋଇଥିଲା । ପୁଣି ସୋମବାରରେ ଏକ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣର ତ୍ରୀବତା ଏତେ ଥିଲା ଯେ କିଛି ଘରର ଝରକା ଭାଙ୍ଗି ଯାଇଥିଲା ।
ସୂଚନାଯୋଗ୍ୟ, ଗତ ଶନିବାର ସନ୍ଧ୍ୟାରେ ଓ ସୋମବାର ସକାଳେ ସ୍ୱର୍ଣ୍ଣ ମନ୍ଦିର ନିକଟ ହେରିଟେଜ ଷ୍ଟ୍ରିଟରେ ୨ଟି ବୋମା ବିସ୍ଫୋରଣ ହୋଇଥିଲା।