ବିନା ହେଲମେଟରେ ମହିଳା ବନ୍ଧୁଙ୍କ ସହିତ ସ୍କୁଟିରେ ବୁଲୁଥିଲେ ଯୁବକ, ପତ୍ନୀଙ୍କ ପାଖକୁ ଆସିଲା ଗାଡିର ଚାଲାଣ ଏବଂ ଫଟୋ
ହେଲମେଟ୍ ନ ପିନ୍ଧି ମହିଳା ବନ୍ଧୁଙ୍କ ସହିତ ସ୍କୁଟିରେ ବୁଲୁଥିଲେ ଯୁବକ । ଟ୍ରାଫିକ ସିସିଟିଭି ଫଟୋ ପତ୍ନୀଙ୍କୁ ଆସିବା ପରେ ଜଣାପଡିଥିଲା ସତ । ଯୁବକ ଗିରଫ କରିଛି ପୋଲିସ ।
ହେଲମେଟ୍ ନ ନେଇ ରାସ୍ତାରେ ଗାଡି ଧରି ବୁଲୁଥିଲେ ଯୁବକ । ଏବେ ହୋଇପାରେ ଛାଡପତ୍ର । ଏମିତି ଅଜବ ଘଟଣା ଘଟିଛି କେରଳରେ । ଟ୍ରାଫିକ ନିୟମ ନ ମାଳି ସମସ୍ୟାରେ ପଡିଛନ୍ତି ଯୁବକ । ଟ୍ରାଫିକ ନିୟମ ଉଲ୍ଲଙ୍ଘନ ପାଇଁ ନୁହେଁ ବରଂ ମହିଳା ବନ୍ଧୁଙ୍କୁ ପଛରେ ଧରି ବୁଲୁଥିବାରୁ ହଇରାଣରେ ପଡିଛନ୍ତି । ଆଉ ଏଥିପାଇଁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗିବା ସହିତ ମାମଲା ଥାନାରେ ପହଞ୍ଚିଛି ।
ଖବର ମୁତାବକ, କେରଳ ଇଡୁକ୍କୀରେ ରହୁଥିବା ଜଣେ ଯୁବକ ୨୫ ଏପ୍ରିଲ ବିନା ହେଲମେଟରେ ଜଣେ ମହିଳା ବନ୍ଧୁଙ୍କୁ ସ୍କୁଟର ପଛରେ ବସାଇ ବୁଲାଉଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ସେ ହେଲମେଟ୍ ପିନ୍ଧିନଥିଲେ କି ତାଙ୍କ ମହିଳା ବନ୍ଧୁ ବି ହେଲମେଟ୍ ପିନ୍ଧିନଥିଲେ। ରାସ୍ତାରେ ଲାଗିଥିବା କ୍ୟାମେରାରେ ଯୁବକଙ୍କ ଗାଡିର ଚାଲାଣ କଟିଥିବା ଏବଂ ତାଙ୍କ ମହିଳା ବନ୍ଧୁଙ୍କ ଫଟୋ ରେକର୍ଡ ହୋଇଥିଲା। ସ୍କୁଟିଟି ଚଲାଉଥିବା ଯୁବକଙ୍କ ପତ୍ନୀଙ୍କ ନାମରେ ରହିଥିବାରୁ ମୋଟର ଯାନ ବିଭାଗ ଦ୍ବାରା ଏହି ଫଟୋ ତାଙ୍କ ନିକଟକୁ ପଠାଯାଇଥିଲା। ଏଥିସହ କେତେ ଟଙ୍କା ଜରିମାନା ଦେବାକୁ ତାହା ମଧ୍ୟ ପଠାଯାଇଥିଲା। ଏହାକୁ ଦେଖିବା ପରେ ମହିଳା ଜଣ ରାଗି ଯାଇଥିଲେ ଏବଂ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା ।
୩୨ ବର୍ଷୀୟ ଯୁବକ ଜଣଙ୍କ ଏକ ଟେକ୍ସଟାଇଲ ସପ୍ରେ କାମ କରନ୍ତି। ଯୁବକ ଜଣଙ୍କ କହିଛନ୍ତି, ଉକ୍ତ ମହିଳାଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ସେ କେବଳ ତାଙ୍କୁ ଲିଫ୍ଟ ଦେଇଥିଲେ। ମହିଳା ଜଣଙ୍କ ମେ ୫ ତାରିଖରେ କର୍ଣ୍ଣାଟକ ପୋଲିସରେ ଏକ ଅଭିଯୋଗ କରିଥିଲେ । ତାଙ୍କ ସ୍ବାମୀ ତାଙ୍କୁ ଏବଂ ତାଙ୍କ ୩ ବର୍ଷର ପିଲାକୁ ମାରଧର କରିଥିବା ସେ ଅଭିଯୋଗ କରିଛନ୍ତି। ତେବେ ମହିଳାଙ୍କ ବୟାନ ଆଧାରରେ ଆଇପିସି ଧାରା ୩୨୧,୨୪୧,୨୯୪ ଏବଂ ୭୫ ଅଧିନରେ ସ୍ବାମୀଙ୍କୁ ଗିରଫ କରାଯାଇଛି।