ଦେଶ ବିଦେଶ

ମହାରାଷ୍ଟ୍ର: ଅଳ୍ପକେ ବର୍ତ୍ତିଲେ ଶିବସେନା ନେତ୍ରୀ, ନିର୍ବାଚନ ରାଲିରେ ଯିବା ପୂର୍ବରୁ କ୍ରାସ୍‌ ହେଲା ହେଲିକପ୍ଟର

ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ହେଲିକପ୍ଟରରେ ଶିବସେନା (ଉଦ୍ଧବ ଦଳ) ନେତ୍ରୀ ସୁଷମା ଅନ୍ଧାରେ ଯିବାର ଥିଲା । କିନ୍ତୁ ଏହାପୂର୍ବରୁ ହିଁ ହେଲିକପ୍ଟରଟି ଖସିପଡିଥିଲା । ଏହି ଘଟଣାରେ ଦୁଇ ଜଣ ପାଇଲଟ୍‌ ସାମାନ୍ୟ ଆହତ ହୋଇଥିବା ସୂଚନା ରହିଛି ।

ଘଟଣା ସକାଳ ପ୍ରାୟ ୯ଟା ୩୦ ମିନିଟ୍‌ରେ ଘଟିଥିଲା । ହେଲିକପ୍ଟରଟି ଏକ ସାଧାରଣ ସଭା ପାଇଁ ଅନ୍ଧାରେଙ୍କୁ ଆଣିବାକୁ ଯାଉଥିଲା । ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ହେଲିକପ୍ଟରଟି ଲ୍ୟାଣ୍ଡିଂ ବେଳେ ନିୟନ୍ତ୍ରଣ ହରାଇ କ୍ରାସ୍‌ ହେଉଥିବାର ଏଥିରେ ଦେଖାଯାଉଛି । ଘଟଣାରେ ହେଲିକପ୍ଟରର ଉଭୟ ପାଇଲଟ୍ ସାମାନ୍ୟ ଆହତ ହୋଇଛନ୍ତି । ପୋଲିସ ଏବଂ ଏମରଜେନ୍ସି ଟିମ୍‌ର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ପାଇଲଟମାନଙ୍କୁ ଫାର୍ଷ୍ଟ ଡେ ଯୋଗାଇ ଦେଇଥିଲେ ।

ଏହି ହେଲିକପ୍ଟର ଏକ ଘରୋଇ ବିମାନ କମ୍ପାନୀର ଥିଲା । କୁହାଯାଉଛି ଯେ ହେଲିକପ୍ଟର ଅବତରଣ ପାଇଁ କୌଣସି ହେଲିପ୍ୟାଡ୍ ନ ଥିଲା, ଯେଉଁ କାରଣରୁ ଲ୍ୟାଣ୍ଡିଂ ସମୟରେ ଏହା କ୍ରାସ୍‌ ହୋଇଯାଇଥିଲା । ଏ ସମ୍ପର୍କରେ ସୂଚନା ପାଇ ରାଇଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।

ସୁଷମା ଅନ୍ଧାରେ ନିଜେ ମଧ୍ୟ ଏହି କ୍ରାସ୍ ଭିଡିଓକୁ ନିଜ ଫେସବୁକ୍ ପେଜ୍‌ରେ ସେୟାର କରିଛନ୍ତି । ସୂଚନାଥାଉ କି, ଅନ୍ଧାରେଙ୍କ ରାଲି ଗୁରୁବାର ମହାଦରେ ଥିଲା । କିନ୍ତୁ ରାତି ଅଧିକ ହୋଇଯିବାରୁ ସେ ମହାଦରେ ହିଁ ଅଟକି ଯାଇଥିଲେ । ଶୁକ୍ରବାର ନିର୍ବାଚନ ରାଲି କରିବା ପାଇଁ ତାଙ୍କୁ ଅମରାବତୀ ଯିବାର ଥିଲା । ହେଲିକପ୍ଟରଟି ତାଙ୍କୁ ଆଣିବାକୁ ଯାଉଥିବା ବେଳେ ହଠାତ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସୁଷମା ଅନ୍ଧାରେ ଜଣେ ଓକିଲ ସାଙ୍ଗକୁ ଲେଖିକା ମଧ୍ୟ ।

କହି ରଖୁଛୁ ଯେ ମହାରାଷ୍ଟ୍ରର ରାଇଗଡ଼ ଲୋକସଭା ଆସନ ପାଇଁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅଧୀନରେ ଭୋଟ୍‌ ଗ୍ରହଣ କରାଯିବ । ଏଠାରେ ମେ’ ୭ରେ ମତଦାନ ଅନୁଷ୍ଠିତ ହେବ ।

Roshni

Recent Posts

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

4 mins ago

ବାରବାଟୀରେ ଖେଳାଯିବ ଓ୍ଵାନ-ଡେ ମ୍ୟାଚ୍‌, ଫେବ୍ରୁଆରୀ ୯ରେ ହେବ ଖେଳ

କେନ୍ୟୁଜ(ବ୍ୟୁରୋ) : ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଓ୍ଵାନ ଡେ ମ୍ୟାଚ୍‌ । ୨୦୨୫ ଫେବ୍ରୁଆରୀ ୯ ତାରିଖ ରବିବାରରେ ଖେଳାଯିବ…

6 mins ago

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

20 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

21 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

1 hour ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

1 hour ago