ଦେଶ ବିଦେଶ

ଐତିହ୍ୟର ମୂଲ୍ୟ ବୁଝିଲେନି, ମଲ୍‌ ନିର୍ମାଣ ପାଇଁ ଓପାଡ଼ି ପକାଇଲେ ୭୦୦୦ ବର୍ଷ ପୁରୁଣା ପଥର

ଫ୍ରାନ୍ସର ବ୍ରିଟିଶ ଅଞ୍ଚଳରେ ଗୋଟିଏ ସରଳରେଖାରେ ଛିଡ଼ା ହୋଇଥିବା ଲମ୍ବା ପଥରଗୁଡ଼ିକ ଶତାବ୍ଦୀ ଧରି ଲୋକଙ୍କୁ ଚକିତ କରିଆସୁଛି। Alignment de Carnacର ଏହି ପଥରଗୁଡ଼ିକ ବହୁତ ସୁନ୍ଦର ଭାବରେ ବିଗତ ୭୦୦୦ ବର୍ଷ ଧରି ଧାଡ଼ିରେ ରହିଛି।

ପ୍ରତିବର୍ଷ ବହୁ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ଆସି ଏହି ରହସ୍ୟ ବୁଝିବାକୁ ଚେଷ୍ଟା କରନ୍ତି ଯେ କିପରି ହଜାର ହଜାର ବର୍ଷ ଧରି ଏହି ଆଶ୍ଚର୍ଯ୍ୟଜନକ କଳାକୃତି ନିଜ ସ୍ଥାନରେ ଠିଆ ହୋଇଛି। କିନ୍ତୁ ବର୍ତ୍ତମାନ ଫ୍ରାନ୍ସ ସରକାର ଏକ ମଲ୍ ନିର୍ମାଣ ପାଇଁ ଏଠାରୁ ୪୦ଟି ପଥର ହଟାଇ ଦେଇଛନ୍ତି।

ସରକାରଙ୍କ ଏହି ପଦକ୍ଷେପକୁ ନେଇ ସ୍ଥାନୀୟ ଲୋକେ ତାତି ଉଠିଛନ୍ତି। କରନାକରେ ୨୦ରୁ ୪୦ ଇଞ୍ଚର ଏହି ପଥରଗୁଡ଼ିକ ସଂରକ୍ଷିତ ଅଞ୍ଚଳରେ ଛିଡା ହୋଇଛି। କିନ୍ତୁ ବର୍ତ୍ତମାନ ଲୋକଙ୍କ କହିବା ହେଲା, ପଥରଗୁଡ଼ିକୁ ନଷ୍ଟ କରାଯାଇଛି। ସ୍ଥାନୀୟ ପ୍ରତ୍ନତତ୍ତ୍ୱବିତ୍ ଖ୍ରୀଷ୍ଟିୟନ ଓବେଟସ୍ କହିଛନ୍ତି ଯେ ଏହି ସାଇଟ୍‌କୁ ନଷ୍ଟ କରି ଦିଆଯାଇଛି। ମନହିର ନାମରେ ପରିଚିତ ପାଖାପାଖି ୪୦ଟି ପଥରକୁ ଓପାଡ଼ି ଦିଆଯାଇଛି। ବର୍ଷ ୨୦୧୦ରେ କାର୍ବନ ଡେଟିଂ ଟେକ୍ନିକ୍‌ ମାଧ୍ୟମରେ ଜଣାପଡିଥିଲା ଯେ ଏହି ପଥରଗୁଡିକ ୭୦୦୦ ବର୍ଷ ପୁରୁଣା।

ସୂଚନାଥାଉ କି, କରନାକ ନିଜର ବିଶାଳ କ୍ଷେତ୍ର ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ଆଟଲାଣ୍ଟିକ୍ ଉପକୂଳ ପର୍ଯ୍ୟନ୍ତ ଏହି ପଥରଗୁଡିକ ଲାଇନରେ ରହିଛନ୍ତି। ଅନୁମାନ ମୁତାବକ, ଏଠାରେ ପ୍ରାୟ ୩୦୦୦ ପଥର ସ୍ଥାପିତ ହୋଇଛି, ଯାହା ୬ କିଲୋମିଟର ଅଞ୍ଚଳ ପର୍ଯ୍ୟନ୍ତ ପରିବ୍ୟାପ୍ତ ରହିଛି। ପଥରଗୁଡିକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ। ବିଶ୍ୱାସ କରାଯାଏ, ଅନ୍ତ୍ୟେଷ୍ଟି କ୍ରିୟାର ରୀତି ଭାବରେ ଏଗୁଡ଼ିକୁ ବ୍ୟବହାର କରାଯାଉଥିଲା।

 

Roshni

Recent Posts

ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି ।  ପଶ୍ଚିମ ଓଡ଼ିଶାରେ…

10 mins ago

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

7 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

10 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

11 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

11 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

13 hours ago