ଆଧାରକୁ ମୋବାଇଲ୍, ଓ୍ବାଲେଟ୍ ଓ ବ୍ୟାଙ୍କରୁ କେମିତି କରିବେ ଡି-ଲିଙ୍କ୍ ‌? ଜାଣନ୍ତୁ ପ୍ରକ୍ରିୟା

ଆଧାରର ଗୋପନୀୟତା ଓ ସାମ୍ବିଧାନିକ ବୈଧତା ସମ୍ପର୍କିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ ସାରିଛନ୍ତି । କେବଳ ପାନ୍ କାର୍ଡ, ଆୟକର ରିଟର୍ଣ୍ଣ ଫାଇଲ୍, ଜନକଲ୍ୟାଣକାରୀ ସରକାରୀ ଯୋଜନା ଓ ସବସିଡି ଆଦି କ୍ଷେତ୍ରରେ ଆଧାର ଲିଙ୍କ୍ ବାଧ୍ୟତାମୂଳକ । ତେବେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ବେଳେ ଆଧାର‌ କାର୍ଡ ଦରକାର ନାହିଁ । ସେହିପରି ମୋବାଇଲ୍ ଅପରେଟର୍, ଡିଜିଟାଲ ମୋବାଇଲ୍ ଓ୍ବାଲେଟ୍, ଘରୋଇ କମ୍ପାନୀ, କୋରିୟର ସଂସ୍ଥା ଆଉ ଏଣିକି କୌଣସି କାମରେ ଗ୍ରାହକଙ୍କୁ ଆଧାର ମାଗି ପାରିବେ ନାହିଁ । ଯେଉଁ ଲୋକମାନେ ଏଯାଏ କୌଣସି ସ୍ଥାନରେ ଆଧାର ଲିଙ୍କ୍ କରି ନାହାନ୍ତି ସେମାନଙ୍କ ପାଇଁ ନିହାତି ଭଲ ଖବର । କିନ୍ତୁ ଯେଉଁମାନେ ସବୁ କ୍ଷେତ୍ରରେ ଆଧାର ସଂଯୋଗ କରିଛନ୍ତି ସେମାନେ ଆମେ ତଳେ ଦେଇଥିବା ପ୍ରକ୍ରିୟାରେ ଆଧାରକୁ ହଟାଇ ପାରିବେ ବା ଡି-ଲିଙ୍କ୍ କରି ପାରିବେ ।

ଡିଜିଟାଲ୍ ଓ୍ବାଲେଟ୍ କମ୍ପାନୀ

ପେଟିଏମ୍, ଫୋନ୍-ପେ ଭଳି ଡିଜିଟାଲ  ଓ୍ବାଲେଟ୍ କମ୍ପାନୀ ଏପର୍ଯ୍ୟନ୍ତ ଆଧାରକୁ ଡି-ଲିଙ୍କ କରିବା ଅପସନ୍ ଦେଇ ନାହାନ୍ତି । କିନ୍ତୁ ଆଶା କରାଯାଉଛି ସୁପ୍ରିମକୋର୍ଟଙ୍କ ରାୟ ପରେ ଏସବୁ କମ୍ପାନୀ ଡି-ଲିଙ୍କ ଅପସନ୍ ଉପଲବ୍ଧ କରାଇବେ ।

-ବର୍ତ୍ତମାନ ପେଟିଏମରୁ ଆଧାର ଡି-ଲିଙ୍କ କରିବା ପାଇଁ କଷ୍ଟମର କେୟାର୍ ନମ୍ବରକୁ ଫୋନ କରନ୍ତୁ । ଏହାପରେ ଇ-ମେଲ୍ ଜରିଆରେ ଜଣେ ଗ୍ରାହକ ପେଟିଏମରୁ ଆଧାର ଲିଙ୍କ୍କୁ ହଟାଇ ପାରିବେ ।

-ଏହାପରେ ଇ-ମେଲ୍ ଆସିବ ଆପଣଙ୍କ ଆଧାରର ସଫ୍ଟ କପି ଦେବାକୁ ହେବ । ଏହାର ୭୨ ଘଣ୍ଟା ଭିତରେ ପେଟିଏମରୁ ଆଧାର ଡି-ଲିଙ୍କ୍ ହୋଇଯିବ ।

ବ୍ୟାଙ୍କ ଆକାଉଣ୍ଟ

ବ୍ୟାଙ୍କ ଓ‌ ଆଧାର‌ ଲିଙ୍କ୍ ହଟାଇବା ସୁବିଧା ଅନ୍ ଲାଇନରେ ଏବେ ଭପଲବ୍ଧ‌ ନାହିଁ । ଏଥିପାଇଁ ଆପଣଙ୍କୁ ନିଜ ବ୍ୟାଙ୍କ ଶାଖାକୁ ଯିବାକୁ ହେବ । ଆଧାର ଡି-ଲିଙ୍କ୍‌ ପାଇଁ ଉଦ୍ଦିଷ୍ଟ ନିର୍ଦ୍ଦିଷ୍ଟ ଫର୍ମ ପୂରଣ କରି ବ୍ୟାଙ୍କରେ ଡିପୋଜିଟ୍ କରନ୍ତୁ । ୪୮ ଘଣ୍ଟା ଭିତରେ ବ୍ୟାଙ୍କରୁ ଆଧାର‌ ସଂଯୋଗ କଟିଯିବ ।

ମୋବାଇଲ୍ କମ୍ପାନୀ ଗୁଡ଼ିକ ଆଧାରକୁ ଡି-ଲିଙ୍କ୍‌ କରିବା ପାଇଁ ଏବେ ସୁଦ୍ଧା କୌଣସି ଅପସନ୍‌ ଦେଇ ନିହିନ୍ତି । ଆଗକୁ ସୁବିଧା କରାଇବେ । ସେହିପରି ଯଦି‌ ଅନ୍ୟ‌ କୌଣସି ସଂସ୍ଥାରୁ ଗ୍ରାହକ ଆଧାର ବାୟୋମେଟ୍ରିକ୍ ତଥ୍ୟ ଡି-ଲିଙ୍କ୍‌ କରିବା ପାଇଁ ଚାହିଁବେ, ତେବେ କରି ପାରିବେ । ସଂପୃକ୍ତ ସଂସ୍ଥାକୁ ଏଥିପାଇଁ ଏକ ଦରଖାସ୍ତ ଦେବାକୁ ପଡ଼ିବ । ପୂରା ପ୍ରକ୍ରିୟା ଶେଷ ହେବାକୁ କିଛି ଦିନ‌ ଅପେକ୍ଷା କରିବାକୁ ପଡିପାରେ ।ସୁପ୍ରିମକୋର୍ଟଙ୍କ ରାୟ ପରେ ବିଭିନ୍ନ ସଂସ୍ଥା ଆଧାର ନମ୍ବର ପାଇଁ‌ ଡି-ଲିଙ୍କ୍ ସୁବିଧା ଧୀରେ ଧୀରେ କରିବେ । କାରଣ ସେମାନେ ଗ୍ରାହକଙ୍କ ସୁବିଧା ଓ ସେବାକୁ ପ୍ରାଥମିକତା ଦେଇ ଥାଆନ୍ତି ।

KNews Bureau

Recent Posts

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

4 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

18 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

54 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

56 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

60 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

1 hour ago