ନୂଆବର୍ଷରେ ନିଜ ପତ୍ନୀଙ୍କୁ ଏହି ନିଆରା ଉପହାର ଦେଲେ ପତି, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଫଟୋ

କାନପୁର: ଏବେ ମାର୍କେଟରେ ପିଆଜ ଦର ଆକାଶ ଛୁଆଁ । ଯାହାଫଳରେ ସାଧାରଣ ଲୋକେ ଖୁବ୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ଭିତରେ ପିଆଜକୁ ନେଇ ଆମେ ଅନେକ ପ୍ରକାରର ଖବର ମଧ୍ୟ ନିତିଦିନ ଜାଣିବାକୁ ପାଉଛେ । କେଉଁଠୁ ପିଆଜ ଚୋରି ହୋଇଥିବା ଖବର ଆସୁଛି ତ କେଉଁଠି ବିବାହ ପାର୍ଟିରେ ବର କନ୍ୟା ପିଆଜ ମାଳ ପିନ୍ଧାପିନ୍ଧି ହେଉଥିବା ଖବର ସାମ୍ନାକୁ ଆସୁଛି ।
ଏହାଭିତରେ ଆଜି ପିଆଜକୁ ନେଇ କାନପୁରରୁ ଆଉ ଏକ ମଜାଳିଆ ଖବର ସାମ୍ନାକୁ ଆସିଛି ।

ତେବେ ନୂଆବର୍ଷକୁ ଖୁବ୍ ଖୁସିର ସହିତ ସ୍ୱାଗତ କରିଛି ସାରା ଦେଶ। ପରସ୍ପରକୁ ଅଭିନନ୍ଦନ ଜଣାଇବା ପାଇଁ କିଛି ନା କିଛି ଉପହାର କିମ୍ବା ଫୁଲତୋଡା ଦେଇ ବର୍ଷକୁ ସ୍ୱାଗତ କରାଯାଉଛି । ଏହାଭିତରେ କାନପୁରରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ନୂଆବର୍ଷ ଉପଲକ୍ଷେ ନିଆରା ଉପହାର ଦେଇଛନ୍ତି ।

ସଞ୍ଜୟ ତିୱାରୀ ନାମକ ଜଣେ ବ୍ୟକ୍ତି ପିଆଜରେ ନିର୍ମିତ ଏକ ପୁଲତୋଡା ନିଜ ପତ୍ନୀଙ୍କୁ ଉପହାର ସ୍ୱରୁପ ପ୍ରଦାନ କରିଛନ୍ତି । ଯାହାର ମୂଲ୍ୟ ପାଖାପାଖି ୭୦୦ ଟଙ୍କା । ଫୁଲତୋଡାରେ ୨ କିଲୋ ପିଆଜରରେ ତିଆରି ହୋଇଛି । ଯାହା ଦେଖିବାକୁ ଖୁବ୍ ସୁନ୍ଦର ହୋଇଥିବାବେଳେ ପୁଲତୋଡାର ଫଟୋଟି ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।

ଏହି ସ୍ବତନ୍ତ୍ର ପିଆଜ ତୋଡାଟିକୁ ତିଆରି କରିଥିବା ରୋହିତ୍ କହିଛନ୍ତି କି, ସଞ୍ଜୟ ତିୱାରୀ ତାଙ୍କ ପାଖକୁ ଆସି କିଛି ଅଲଗା କରିବାକୁ କହିଥିଲେ। ଯାହାପରେ ଫୁଲତୋଡା ବଦଳରେ ପିଆଜତୋଡା କରିବା ପାଇଁ ମନରେ ନିଆରା ଚିନ୍ତା ଆସିଥିଲା ।

Sonalisa

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

11 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

28 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

40 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

49 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

53 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago