Below header

ନୂଆବର୍ଷରେ ନିଜ ପତ୍ନୀଙ୍କୁ ଏହି ନିଆରା ଉପହାର ଦେଲେ ପତି, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଫଟୋ

କାନପୁର: ଏବେ ମାର୍କେଟରେ ପିଆଜ ଦର ଆକାଶ ଛୁଆଁ । ଯାହାଫଳରେ ସାଧାରଣ ଲୋକେ ଖୁବ୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ଭିତରେ ପିଆଜକୁ ନେଇ ଆମେ ଅନେକ ପ୍ରକାରର ଖବର ମଧ୍ୟ ନିତିଦିନ ଜାଣିବାକୁ ପାଉଛେ । କେଉଁଠୁ ପିଆଜ ଚୋରି ହୋଇଥିବା ଖବର ଆସୁଛି ତ କେଉଁଠି ବିବାହ ପାର୍ଟିରେ ବର କନ୍ୟା ପିଆଜ ମାଳ ପିନ୍ଧାପିନ୍ଧି ହେଉଥିବା ଖବର ସାମ୍ନାକୁ ଆସୁଛି ।
ଏହାଭିତରେ ଆଜି ପିଆଜକୁ ନେଇ କାନପୁରରୁ ଆଉ ଏକ ମଜାଳିଆ ଖବର ସାମ୍ନାକୁ ଆସିଛି ।

Onion malaତେବେ ନୂଆବର୍ଷକୁ ଖୁବ୍ ଖୁସିର ସହିତ ସ୍ୱାଗତ କରିଛି ସାରା ଦେଶ। ପରସ୍ପରକୁ ଅଭିନନ୍ଦନ ଜଣାଇବା ପାଇଁ କିଛି ନା କିଛି ଉପହାର କିମ୍ବା ଫୁଲତୋଡା ଦେଇ ବର୍ଷକୁ ସ୍ୱାଗତ କରାଯାଉଛି । ଏହାଭିତରେ କାନପୁରରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ନୂଆବର୍ଷ ଉପଲକ୍ଷେ ନିଆରା ଉପହାର ଦେଇଛନ୍ତି ।

onionସଞ୍ଜୟ ତିୱାରୀ ନାମକ ଜଣେ ବ୍ୟକ୍ତି ପିଆଜରେ ନିର୍ମିତ ଏକ ପୁଲତୋଡା ନିଜ ପତ୍ନୀଙ୍କୁ ଉପହାର ସ୍ୱରୁପ ପ୍ରଦାନ କରିଛନ୍ତି । ଯାହାର ମୂଲ୍ୟ ପାଖାପାଖି ୭୦୦ ଟଙ୍କା । ଫୁଲତୋଡାରେ ୨ କିଲୋ ପିଆଜରରେ ତିଆରି ହୋଇଛି । ଯାହା ଦେଖିବାକୁ ଖୁବ୍ ସୁନ୍ଦର ହୋଇଥିବାବେଳେ ପୁଲତୋଡାର ଫଟୋଟି ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।

onion-bouquetଏହି ସ୍ବତନ୍ତ୍ର ପିଆଜ ତୋଡାଟିକୁ ତିଆରି କରିଥିବା ରୋହିତ୍ କହିଛନ୍ତି କି, ସଞ୍ଜୟ ତିୱାରୀ ତାଙ୍କ ପାଖକୁ ଆସି କିଛି ଅଲଗା କରିବାକୁ କହିଥିଲେ। ଯାହାପରେ ଫୁଲତୋଡା ବଦଳରେ ପିଆଜତୋଡା କରିବା ପାଇଁ ମନରେ ନିଆରା ଚିନ୍ତା ଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.