ଝିଅ ‘ଆଳତି’ କରିବାରୁ ରାଗରେ ଜଳିଉଠିଲେ ଶାହିଦ୍‌ ଆଫ୍ରିଦି, କଲେ ଏଭଳି କଠୋର କାମ, ଜାଣନ୍ତୁ ପୂରା ଘଟଣା

ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ୍‌ ଆଫ୍ରିଦି ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଭିଡିଓ ବହୁତ ପୁରୁଣା, କିନ୍ତୁ ଏବେ ଏହା ଖୁବ୍‌ ଭାଇରାଲ ହୋଇଯାଇଛି। ଭିଡିଓଟି ଭାଇରାଲ ହେବା ପରେ ଲୋକେ ଆଫ୍ରିଦିଙ୍କୁ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି। ସେପଟେ ବଲିଉଡ୍‌ ନିର୍ଦ୍ଦେଶକ ଓନିର୍‌ ମଧ୍ୟ ଶାହିଦଙ୍କ ଏହି ଭିଡିଓ ଦେଖି ଖୁବ୍‌ ରାଗିଯାଇଛନ୍ତି।

ab2

କଥାଟି ହେଲା, ଶାହିଦ ଏହି ଭିଡିଓରେ କହୁଛନ୍ତି, ତାଙ୍କ ଝିଅ ଏକ ଟିଭି ସିରିଏଲ୍‌ ଦେଖି ‘ଆଳତି’ କରିବାର ନକଲ କରୁଥିଲା। ଏହାପରେ ଶାହିଦ ଆସି ତାଙ୍କ ଘର ଟିଭିକୁ ଭାଙ୍ଗିଦେଇଥିଲେ। ତେବେ ତାଙ୍କର ଏହି କଥା ନିର୍ଦ୍ଦେଶକ ଓନିରଙ୍କୁ ପସନ୍ଦ ଆସି ନ ଥିଲା। ସେ ଶାହିଦଙ୍କ ବିରୋଧରେ ଏକ ଟୁଇଟ୍‌ କରି ତାଙ୍କୁ ହିଂସ୍ର ଏବଂ କଠୋର ବୋଲି କହିଥିଲେ।

ab55

ଓନିର ଲେଖିଥିଲେ, ‘ଏହି ଲୋକକୁ ସତରେ ଲଜ୍ଜା ଲାଗୁନି। ସେ ନିଜ ଝିଅକୁ ଆଉଟ୍‌ଡୋର ସ୍ପୋର୍ଟସ୍‌ ଖେଳିବାକୁ ମଧ୍ୟ ମନା କରିଛି। ସେ ହିଂସ୍ର ଏବଂ କଠୋର ରୂପରେ ସାମ୍ନାକୁ ଆସୁଛନ୍ତି’। ଏହାସହିତ ଓନିର #afridishame ର ହାସ୍‌ଟ୍ୟାଗ୍‌ ମଧ୍ୟ ଲଗାଇଛନ୍ତି। ତେବେ ଆପଣ ଜାଣିଛନ୍ତି କି, ଆଫ୍ରିଦି ନିଜର ପୂରା ଇଣ୍ଟରଭ୍ୟୁରେ କ’ଣ କହିଛନ୍ତି?

ଇଣ୍ଟରଭ୍ୟୁରେ ସେ କହିଛନ୍ତି, ‘ଏ ସବୁ ତାଙ୍କ ସ୍ତ୍ରୀଙ୍କ ଯୋଗୁ ହୋଇଥିଲା। କିଛି ବର୍ଷ ତଳେ ଡେଲି ସୋପ୍ସ ବହୁତ ଲୋକପ୍ରିୟ ଥିଲା। ଯଦିଓ ମୋ ସ୍ତ୍ରୀ ସେତେଟୋ ଟିଭି ଦେଖୁ ନ ଥିଲା, କିନ୍ତୁ ଏହି ଶୋ’ ନିଶ୍ଚିତ ଭାବେ ଦେଖୁଥିଲା। ମୁଁ ଅନେକ ଥର ମୋ ସ୍ତ୍ରୀକୁ କହିଛି, ସେ ଏକୁଟିଆ ଏହି ସିରିଏଲ୍‌ ଦେଖନ୍ତୁ, ପିଲା ସହିତ ବସି ନ ଦେଖନ୍ତୁ’।

ab333

‘ଥରେ ମୁଁ ଦେଖିଲି ମୋ ଝିଅ ଏମିତି ସିରିଏଲ୍‌ ଦେଖି ନିଜ ହାତ ବୁଲାଉଥିଲା। ଏହା ଦେଖି ମୋତେ ବହୁତ ରାଗ ଲାଗିଥିଲା। ଆଉ ରାଗରେ ମୁଁ ଟିଭି ଭାଙ୍ଗିଦେଇଥିଲି’। ଏହା ଶୁଣି ସାମ୍ନାରେ ବସିଥିବା ଦର୍ଶକ ଜୋର୍‌ରେ ତାଳି ମାରିବାକୁ ଲାଗିଥିଲେ। କିନ୍ତୁ ସୋସିଆଲ ମିଡିଆରେ ଆଫ୍ରିଦିଙ୍କ ଏହି କଥାକୁ ସମସ୍ତେ ନାପସନ୍ଦ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.