ଏହି ଦେଶର ଲୋକେ ପିଇଥାନ୍ତି ଅସରପା ସୁପ୍ ଏବଂ ସରବତ, ଯାହା ପଛରେ ରହିଛି ଏହି ସ୍ପେଶାଲ୍ କାରଣ

ଅସରପାକୁ ଦେଖିଲେ ମନରେ କେମିତି ଏକ ଅଜବ ଭାବନା ଆସିଥାଏ । କିଛି ଲୋକେ ଏହାକୁ ଦେଖିଲେ ଡରିଯାଇଥାନ୍ତି କିନ୍ତୁ ଚୀନର ଲୋକଙ୍କ ପାଇଁ ଅସରପା ରୋଜଗାରର ଏକ ପନ୍ଥା ଅଟେ । ଆପଣ ଜାଣିରଖନ୍ତୁ କି, ଅସରପାରେ କିଛି ଔଷଧୀୟ ଗୁଣ ଥିବାରୁ ଏହା ଚୀନରେ ବ୍ୟବସାୟର ଏକ ଜରିଆ । ଚୀନ ସମେତ ଅନେକ ଏସୀୟ ଦେଶରେ ଅସରପାକୁ ରନ୍ଧା ଯାଇ ଖିଆଯାଇଥାଏ । ବର୍ତ୍ତମାନ ଏହି ଅସରପାକୁ ବହୁ ପରିମାଣରେ ବିଭିନ୍ନ ପ୍ରକ୍ରୀୟାରେ ଉତ୍ପାଦନ କରାଯାଉଛି ।

Cockroachଚୀନର ସିଚାଙ୍ଗ ସହରରେ ଏକ ଔଷଧ କମ୍ପାନୀ ପ୍ରତି ବର୍ଷ ୬୦୦କୋଟି ଅସରପା ପାଳନ କରିଥାଏ । ସାଉଥ୍ ଚାଇନା ମର୍ଣ୍ଣିଙ୍ଗ ପୋଷ୍ଟ ଅନୁସାରେ ଏକ ବିଲିଂଗରେ ଏହାକୁ ପାଳନ କରାଯାଇଥାଏ । ଏହି ବିଲ୍ଡିଙ୍ଗର କ୍ଷେତ୍ରଫଳ ପାଖାପାଖି ଦୁଇଟି ଖେଳ ମୈଦାନ ପାଖାପାଖି ଅଟେ । ସେଠାରେ ପତଳା ପତଳା ଆଲମାରି ଭିତରେ ଏହାକୁ ରଖାଯାଇ ପାଳନ କରାଯାଇଥାଏ । ଏମାନଙ୍କ ପାଇଁ ଖାଇବା ଏବଂ ପିଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେମାନେ ରଖିଥିବା ସ୍ଥାନ ଅନ୍ଧକାର ହୋଇଥାଏ ଏବଂ ବାତାବରଣ ଉଭୟ ଗରମ ଏବଂ ଥଣ୍ଡା କରି ରଖାଯାଇଥାଏ । ଫାର୍ମ ଭିତରେ କୀଟ ବୁଲିବା ଏବଂ ପ୍ରଜନନ କରିବା ପାଇଁ ବ୍ୟବସ୍ଥା ରହିଥିବାବେଳେ ସେମାନଙ୍କୁ ସୂର୍ଯ୍ୟ କିରଣରୁ ଦୁରେଇ ରଖାଯାଇଥାଏ । ସେମାନେ ଉକ୍ତ ବିଲ୍ଡିଙ୍ଗ ବାହାରକୁ ଯାଇପାରନ୍ତି ନାହିଁ ।

cockroach2ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ସିଷ୍ଟମ ଦ୍ବାରା ଅସରପା ପାଳନ ଉପରେ ନଜର ରଖାଯାଇଥାଏ । ଏହା ଜରିଆରେ ବିଲ୍ଡିଙ୍ଗ ଭିତର ତାପମାତ୍ରା, ଖାଇବା ଏବଂ ପରିବେଶ ନିୟନ୍ତ୍ରଣ ରଖାଯାଇଥାଏ । ଲକ୍ଷ ସବୁବେଳେ ଥାଏ କି,କେମିତି ଅଧିକରୁ ଅଧିକ ଅସରପା ଜନ୍ମ କରିବା । ଯେତେବେଳେ ଏହି ଅସରପା ଗୁଡିକ ବଡ ହୋଇଯାଆନ୍ତି ସେମାନଙ୍କୁ ଦଳି ମାରି ଦିଆଯାଇଥାଏ ଏବଂ ସେଥିରେ ସରବତ ପ୍ରସ୍ତୁତ କରାଯାଇଥାଏ । ଏହି ସରବତକୁ ପରମ୍ପରାଗତ ଔଷଧ ଭାବେ ସେବନ କରାଯାଏ । ଏହାର ବ୍ୟବହାର ଶ୍ବାସ,ବାନ୍ତି,ପେଟ ରୋଗ,ଅଲସର ଆଦି ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଇଥାଏ ।

cockroachଏହି ଔଷଧ ପାଇଁ ଚୀନରେ ଅସରପାର ପାଳନ ସରକାରୀ ଯୋଜନାର ଅନ୍ତର୍ଗତ ଅଟେ ଏବଂ ଏହି ଔଷଧ ହସ୍ପିଟାଲରେ ବ୍ୟବହାର କରାଯାଇଥାଏ । କିନ୍ତୁ କିଛି ଏମିତି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଏହା ଉପରେ ଚିନ୍ତା ଜାହିର କରିଛନ୍ତି । ବିଜିଙ୍ଗର ଚାଇନିଜ୍ ଏକାଡେମୀ ଅଫ୍ ମେଡିକାଲ ସାଇନ୍ସର ଜଣେ ପରୀକ୍ଷାକର୍ତ୍ତା ନିଜ ନାଁ ପ୍ରକାଶ ନକରିବା ସର୍ତ୍ତ ରଖି ସାଉଥ ଚାଇନା ମର୍ଣ୍ଣିଙ୍ଗ ପୋଷ୍ଟକୁ କହିଥିଲେ କି, ଅସରପାର ସରବତ ରୋଗ ପାଇଁ ରାମବାଣ ନୁହେଁ । ଏହା ସବୁ ରୋଗ ପାଇଁ କାମ କରିନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.