Below header

ନୂଆବର୍ଷ ସନ୍ଧ୍ୟାରେ ନିଜ ଅତିଥି ମାନଙ୍କ ପାଇଁ ପ୍ରସ୍ତୁତ କରନ୍ତୁ ଟେଷ୍ଟି ‘ଆଳୁ ପ୍ୟାନ କେକ’

ଭାରତୀୟ ଖାଦ୍ୟରେ ଆଳୁର ବ୍ୟବହାର କଥା ନକହିବା ଭଲ । ଆଳୁ ବିନା ଯେମିତି କୌଣସି ଖାଦ୍ୟ ସମ୍ପୂର୍ଣ୍ଣ ହୋଇନଥାଏ । ଆଳୁ ଦମ, ଆଳୁ ପରଠା, ଆଳୁ ଚପ, ଆଳୁ ଟିକି ପରି ସ୍ୱାଦିଷ୍ଟ ଖାଦ୍ୟ ମାନ ନିଜ ଘରେ ପ୍ରସ୍ତୁତ କରି ନିୟମିତ ଖାଇଥାଉ । କିନ୍ତୁ ଆମେ ଆଳୁ ପ୍ରସ୍ତୁତ କେକ ବିଷୟରେ କେବେ ବି ହୁଏତ ଚିନ୍ତା କରି ନଥିବୁ । ତେବେ ନୂଆ ବର୍ଷରେ ଆଳୁ ପ୍ରସ୍ତୁତ ଏକ ନିଆରା ଖାଦ୍ୟ ପ୍ରସ୍ତୁତ କରି ଖାଆନ୍ତୁ ଓ ଅନ୍ୟ ମାନଙ୍କୁ ଖୁଆନ୍ତୁ । ତେବେ ଆସନ୍ତୁ ଜାଣି ରଖିବା ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

୧. କୋରା ଯାଇଥିବା ଆଳୁ -୧ କପ

୨. ଚାଉଳ ଗୁଣ୍ଡ – ଅଧା କପ

୩. ଧନିଆ ପତ୍ର – କିଛି

୪. କଞ୍ଚା ଲଙ୍କା- ୨ ଟେବଲ ଚାମଚ

୫. ବାଦାମ – ୨ ଛୋଟ ଚାମଚ (ପେଷ୍ଟ ହୋଇଥିବା)

pan cake

୬. ଲୁଣ – ସ୍ୱାଦ ଅନୁସାରେ

୭. ତେଲ- ଆବଶ୍ୟକତା ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ:

ସମସ୍ତ ଜିନିଷ ଗୁଡିକୁ ଗୋଟିଏ ପାତ୍ରରେ ନିଅନ୍ତୁ । ପାଣି ସାହାଯ୍ୟରେ ଏହାର ଏକ ଗାଢ଼ ଘୋଳ ପ୍ରସ୍ତୁତ କରନ୍ତୁ । ଏବେ ତାୱା ଗରମ କରନ୍ତୁ । ଏବେ ସେଥିରେ ହାଲ୍କା ଭାବେ କିଛି ତେଲ ଲଗାଇ ଦିଅନ୍ତୁ । ଯାହାଦ୍ୱାରା ଘୋଳ ପକେଇଲେ ତାୱାରେ ଚିପକିବ ନାହିଁ । ଏବେ ଏକ ବଡ଼ ଚାମଚ ସାହାଯ୍ୟରେ ଛୋଟ ଛୋଟ ପ୍ୟାନ କେକ ପ୍ରସ୍ତୁତ କରନ୍ତୁ । ଏହାକୁ ଏପଟ ସେପଟ କରି ଭଲ ଭାବେ ସେକି ଦିଅନ୍ତୁ । ଗରମ ଗରମ ଏହାକୁ ଚଟଣି ବା ଟମାଟୋ ସସ ସହ ନିଜ ଅତିଥି ମନଙ୍କୁ ପରସନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.