ବର୍ଷର ପ୍ରଥମ ଦିନରେ ରାଜୋରୀ ଜିଲ୍ଲାର ନୌସେରା ସେକ୍ଟରରେ ଆତଙ୍କବାଦୀ ଆକ୍ରମଣ, ୨ଯବାନ ସହିଦ

ରାଜୋରୀ : ବର୍ଷର ପ୍ରଥମ ଦିନରେ ଆତଙ୍କବାଦୀ ଆକ୍ରମଣ । ରାଜୋରୀ ଜିଲ୍ଲାର ନୌସେରା ସେକ୍ଟରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି । ଆତଙ୍କବାଦୀଙ୍କ ବିରୋଧରେ ସେନାର ଅଭିଯାନ ଜାରି ରହିଛି । ପୂରା ଅଞ୍ଚଳରେ ଘେରାଉ କରାଯାଇଛି । ବର୍ତ୍ତମାନ ସୁଦ୍ଧା କୌଣସି ଆତଙ୍କବାଦୀ ନିହତ ହୋଇଥିବା ନେଇ ସୂଚନା ମିଳିନାହିଁ । ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସମ୍ପର୍କରେ ସୂଚନା ପାଇବା ପରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.