Below header

ଆପଣାନ୍ତୁ ଟୁ ଫ୍ୟାକ୍ଟର ଅଥେଣ୍ଟିକେସନ୍‌, ସୁରକ୍ଷିତ ରହିବ ଆପଣଙ୍କ ସମସ୍ତ ଡାଟା

ୟୁଜର୍ସଙ୍କ ଡାଟାକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ସୋସିଆଲ ମିଡିଆ ସାଇଟ୍‌ ଭିନ୍ନଭିନ୍ନ ପନ୍ଥା ଆପଣାଉଛନ୍ତି। ନିକଟରେ ଗୁଗଲର ଜି-ମେଲ୍‌ ସର୍ଭିସରେ ଏକ ବଗ ଥିବା ସୂଚନା ମିଳିଛି। ଏହି ବଗ୍‌ ଯୋଗୁ ଗୋଟିଏ ଆଇଡିର ମେଲ୍‌ ଅନ୍ୟ ଆଇଡିକୁ ଚାଲିଯାଉଛି। ଆଇଡିରେ ଏକ ଡଟ୍‌ ଯୋଗୁ ଏଭଳି ସମସ୍ୟା ଦେଖାଦେଉଛି। ଏକାଧିକ ଫାଇନାନ୍ସିଆଲ୍‌ ଆକ୍ଟିଭିଟି ମେଲ୍‌ ସହ ସଂଯୁକ୍ତ ରହିଥିବା ବେଳେ ଏହି ବଗ୍‌ ହେତୁ ଫାଇନାନ୍ସିଆଲ ସୂଚନା ଲିକ୍‌ ହେବା ଆଶଙ୍କା ରହିଛି। ଏଥିପାଇଁ କିଛି ଦିନ ବ୍ୟବଧାନରେ ପାସଓ୍ଵାର୍ଡ ବଦଳାଇବା ଜରୁରୀ। ୟୁଜର ଚାହିଁଲେ ଟୁ ଫ୍ୟାକ୍ଟର ଅଥେଣ୍ଟିକେସନ୍‌ ଫିଚର ମଧ୍ୟ ବ୍ୟବହାର କରିପାରିବେ।

ଟୁ ଫ୍ୟାକ୍ଟର ଅଥେଣ୍ଟିକେସନ୍‌:

ଅନ୍‌ଲାଇନ୍‌ ସୁରକ୍ଷାରେ ଏହା ଡବଲ ଲେୟରର କାମ କରିଥାଏ। ଏହି ଫିଚର ଅନ୍‌ଲାଇନ୍‌ ଠକେଇ ଓ ହ୍ୟାକର୍ସଙ୍କ ଠାରୁ ଆପଣଙ୍କୁ ରକ୍ଷା କରିବ। ଏହି ଫିଚର ଆକ୍ଟିଭ୍‌ ଥିବା ଆକାଉଣ୍ଟକୁ କେହି ଲଗ୍‌ଇନ୍‌ କରିପାରିବେ ନାହିଁ। ଯେତେବେଳେ ଆକାଉଣ୍ଟକୁ ଆଇଡି ଓ ପାସ୍‌ଓ୍ଵାର୍ଡ ଦ୍ୱାରା ଲଗ୍‌ଇନ୍‌ କରିବେ ତାହା ଷ୍ଟେପ୍‌ ଭେରିଫିକେସନ୍‌ ହୋଇଥାଏ। କିନ୍ତୁ ଟୁ ଫ୍ୟାକ୍ଟର ଅଥେଣ୍ଟିକେସନ୍‌ ଅନ୍‌ କଲେ ଆପଣଙ୍କ ଆକାଉଣ୍ଟରେ ଆଇଡି, ପାସ୍‌ଓ୍ଵାର୍ଡ ଦେବା ପରେ ମଧ୍ୟ ଆକାଉଣ୍ଟର ଭେରିଫିକେସନ୍‌ ପାଇଁ ଦ୍ୱିତୀୟ ପାସଓ୍ଵାର୍ଡ ରେଜିଷ୍ଟର ମୋବାଇଲ୍‌ ନମ୍ବର କିମ୍ବା ଇମେଲ୍‌କୁ ଓ୍ଵାନ୍‌ ଟାଇମ୍‌ ପାସ୍‌ଓ୍ଵାର୍ଡ(OTP) ଆସିଥାଏ। ଏହି ପାସ୍‌ଓ୍ଵାର୍ଡକୁ ଆପଣଙ୍କୁ ପୁନର୍ବାର ଦେବାକୁ ପଡ଼ିଥାଏ। ଏହାଦ୍ୱାରା ଆଇଡି ଖୋଲିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.