ବିଜୟ ମାଲ୍ୟାଙ୍କୁ ବଡ଼ ଝଟ୍‌କା, ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ସମ୍ପତ୍ତି ଜବତ କରିବା ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ: ବିଜୟ ମାଲ୍ୟାଙ୍କୁ ବଡ଼ ଝଟ୍‌କା । ନିଲାମ ହେବ ବିଜୟ ମାଲ୍ୟାଙ୍କ ସମ୍ପତ୍ତି । ପ୍ରୋବେସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟ ବା ପିଏମ୍‌ଏଲ୍‌ଏର ସ୍ପେଶାଲ କୋର୍ଟ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ସମ୍ପତ୍ତି ଜବତ କରିବା ପାଇଁ ଅନୁମତି ଦେଇଛି । ସମ୍ପତ୍ତି ଜବତ ନେଇ କୌଣସି ଆପତ୍ତି ନଥିବା କହିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗତ ଡିସେମ୍ବର ମାସରେ ଲଣ୍ଡନ କୋର୍ଟ ବିଜୟ ମାଲ୍ୟା ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି । ଚଳିତ ମାସ କୋର୍ଟ ରାୟ ଶୁଣାଇପାରନ୍ତି । ବିଜୟ ମାଲ୍ୟାଙ୍କ ନାଁରେ ୯ ହଜାର କୋଟି ଟଙ୍କାର ବ୍ୟାଙ୍କ ଠକେଇ ଅଭିଯୋଗ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.