ସଂସଦରେ ଉଠିଲା ହାଇଦ୍ରାବାଦ୍ ଭେଟେନାରୀ ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ମାମଲା, ଉଭୟ ଲୋକସଭା ଓ ରାଜ୍ୟସଭାରେ ପ୍ରକାଶ ପାଇଛି ଉଦବେଗ

ନୂଆଦିଲ୍ଲୀ: ସଂସଦରେ ଉଠିଲା ହାଇଦ୍ରାବାଦ୍ ଭେଟେନାରୀ ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ମାମଲା। ଉଭୟ ଲୋକସଭା ଓ ରାଜ୍ୟସଭାରେ ଏହି ପ୍ରସଙ୍ଗକୁ ନେଇ ଉଦବେଗ ପ୍ରକାଶ ପାଇଛି। ଦଳମତ ନିର୍ବିଶେଷରେ ସମସ୍ତେ ଏହି ଘଟଣାକୁ ନିନ୍ଦା କରିଛନ୍ତି। କଂଗ୍ରେସ ନେତା ଗୁଲାମନବୀ ଆଜାଦ କହିଛନ୍ତି, କୌଣସି ବି ସରକାର କିମ୍ବା ନେତା ଏହା ଚାହିଁବନି କି ତାଙ୍କ ରାଜ୍ୟରେ ଏଭଳି ଘଟଣା ଘଟୁ । କେବଳ ଆଇନ ବନାଇଲେ ସମସ୍ୟାର ସମାଧାନ ହେବ ନାହିଁ । ଏଭଳି ଅପରାଧ ବିରୋଧରେ ଆମ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ।

ସେହିପରି ଅପରାଧୀଙ୍କ ବିରୋଧୀରେ କଠୋରରୁ କଠୋର କାର୍ଯ୍ୟନୁଷ୍ଠାନ ପାଇଁ ମତ ରଖିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ। ଅଭିଯୁକ୍ତଙ୍କ ମା ସେମାନଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ ପାଇଁ ମତ ରଖିଥିବାରୁ ଏହାକୁ ବିଚାର କରାଯିବା ଆବଶ୍ୟକ। ସଭ୍ୟ ସମାଜରେ ଏଭଳି ଘଟଣା ନିନ୍ଦନୀୟ ବୋଲି ସେ କହିଛନ୍ତି। ସେପଟେ ଏହି ଘଟଣାରେ ବଡ଼ ବୟାନ ଦେଇଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟାନାଇଡୁ। ମହିଳାଙ୍କ ବିରୋଧରେ ଅପରାଧ ପାଇଁ କୌଣସି ନୂଆ ଆଇନ ନୁହେଁ, ବରଂ ମାନସିକତାରେ ପରିବର୍ତ୍ତନ ଆବଶ୍ୟକ ବୋଲି ସେ କହିଛନ୍ତି। ରାଜନୈତିକ ଇଚ୍ଛାଶକ୍ତି, ପ୍ରଶାସନିକ ଦକ୍ଷତା ଓ ମାନସିକତାର ପରିବର୍ତ୍ତନ ଦ୍ୱାରା ଏହି ସାମାଜିକ ବ୍ୟାଧିକୁ ଦୂର କରାଯାଇପାରିବ ବୋଲି କହିଛନ୍ତି ଭେଙ୍କୟା।

ସେହିପରି ଏହି ପ୍ରସଙ୍ଗରେ ଲୋକସଭାରେ ବିବୃତି ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ଏହି ଘଟଣା ଠାରୁ କୌଣସି ଅମାନବୀୟ ଘଟଣା ଘଟିନାହିଁ। ଏହା ସମଗ୍ର ଦେଶକୁ ଲଜ୍ଜିତ କରିଛି। ଏହା ସମସ୍ତଙ୍କୁ ଆଘାତ ଦେଇଛି। ଅଭିଯୁକ୍ତଙ୍କ ବିରୋଧରେ ଆଇନର ସବୁଠାରୁ କଠୋର ଦଣ୍ଡ ଲାଗୁ ହେବ ବୋଲି ସେ କହିଛନ୍ତି।

KNews Bureau

Recent Posts

ବ୍ରେକଅପ୍‌ ଆମକୁ କଣ ଶିକ୍ଷା ଦିଏ ? ଜାଣନ୍ତୁ କିଛି ରୋଚକ କଥା

ମେଣ୍ଟାଲ ହେଲଥ୍‌ ଏବଂ ଇମୋସନ୍‌ ପାଇଁ ବ୍ରେକଅପ୍‌ ଭଲ ହୋଇନଥାଏ । ଏହା ଅନେକ ଲୋକଙ୍କ ପାଇଁ ଜୀବନର ସବୁଠାରୁ…

1 min ago

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା, ଜାଣନ୍ତୁ କ’ଣ ଏହାର ସ୍ୱତନ୍ତ୍ରତା?

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ । ଏକ…

9 mins ago

କୋଚିନ ସିପୟାର୍ଡରେ ସେଫ୍ଟି ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି, ଜାଣନ୍ତୁ କେତେ ମିଳିବ ଦରମା

କୋଚିନ ସିପୟାର୍ଡ ଲିମିଟେଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ୩୦ରୁ ଅଧିକ ପଦବୀରେ…

24 mins ago

ସତସଙ୍ଗ ବିହାରରେ ସିରିଜ୍‌ ଦୁର୍ଘଟଣା, ଦୁଇଟି କାର୍‌କୁ ପଛରୁ ପିଟିଲା ବସ୍‌

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ସିରିଜ୍‌ ଦୁର୍ଘଟଣା । ଭୁବନେଶ୍ବର ସତସଙ୍ଗ ବିହାର ନିକଟରେ ଘଟିଛି ଏହି ଦୁର୍ଘଟଣା । ପ୍ରଥମେ…

35 mins ago

ଟି୨୦ ବିଶ୍ୱକପ ମହାକୁମ୍ଭ ଆରମ୍ଭ, ପ୍ରଥମ ମ୍ୟାଚରେ ୭ ଓ୍ଵିକେଟରେ କାନାଡାକୁ ହରାଇଲା ଆମେରିକା

ଟି-୨୦ ବିଶ୍ବକପ ମହାକୁମ୍ଭ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଆମେରିକା ଓ କାନାଡା । ଏହି…

43 mins ago

ପରକୀୟା ପ୍ରୀତିକୁ ବାରଣ କରିବାରୁ ସ୍ତ୍ରୀକୁ ମାଡ ମାରି ଘରୁ ତଡିଦେଲା ସ୍ୱାମୀ, ଏବେ ଥାନାରେ ମାମଲା

ନରସିଂହପୁର(କେନ୍ୟୁଜ୍): ପରକୀୟା ପ୍ରୀତିକୁ ନେଇ ଥାନାରେ ଆସି ମାମଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର…

55 mins ago