ସଂସଦରେ ଉଠିଲା ହାଇଦ୍ରାବାଦ୍ ଭେଟେନାରୀ ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ମାମଲା, ଉଭୟ ଲୋକସଭା ଓ ରାଜ୍ୟସଭାରେ ପ୍ରକାଶ ପାଇଛି ଉଦବେଗ

ନୂଆଦିଲ୍ଲୀ: ସଂସଦରେ ଉଠିଲା ହାଇଦ୍ରାବାଦ୍ ଭେଟେନାରୀ ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ମାମଲା। ଉଭୟ ଲୋକସଭା ଓ ରାଜ୍ୟସଭାରେ ଏହି ପ୍ରସଙ୍ଗକୁ ନେଇ ଉଦବେଗ ପ୍ରକାଶ ପାଇଛି। ଦଳମତ ନିର୍ବିଶେଷରେ ସମସ୍ତେ ଏହି ଘଟଣାକୁ ନିନ୍ଦା କରିଛନ୍ତି। କଂଗ୍ରେସ ନେତା ଗୁଲାମନବୀ ଆଜାଦ କହିଛନ୍ତି, କୌଣସି ବି ସରକାର କିମ୍ବା ନେତା ଏହା ଚାହିଁବନି କି ତାଙ୍କ ରାଜ୍ୟରେ ଏଭଳି ଘଟଣା ଘଟୁ । କେବଳ ଆଇନ ବନାଇଲେ ସମସ୍ୟାର ସମାଧାନ ହେବ ନାହିଁ । ଏଭଳି ଅପରାଧ ବିରୋଧରେ ଆମ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ।

rapeସେହିପରି ଅପରାଧୀଙ୍କ ବିରୋଧୀରେ କଠୋରରୁ କଠୋର କାର୍ଯ୍ୟନୁଷ୍ଠାନ ପାଇଁ ମତ ରଖିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ। ଅଭିଯୁକ୍ତଙ୍କ ମା ସେମାନଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ ପାଇଁ ମତ ରଖିଥିବାରୁ ଏହାକୁ ବିଚାର କରାଯିବା ଆବଶ୍ୟକ। ସଭ୍ୟ ସମାଜରେ ଏଭଳି ଘଟଣା ନିନ୍ଦନୀୟ ବୋଲି ସେ କହିଛନ୍ତି। ସେପଟେ ଏହି ଘଟଣାରେ ବଡ଼ ବୟାନ ଦେଇଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟାନାଇଡୁ। ମହିଳାଙ୍କ ବିରୋଧରେ ଅପରାଧ ପାଇଁ କୌଣସି ନୂଆ ଆଇନ ନୁହେଁ, ବରଂ ମାନସିକତାରେ ପରିବର୍ତ୍ତନ ଆବଶ୍ୟକ ବୋଲି ସେ କହିଛନ୍ତି। ରାଜନୈତିକ ଇଚ୍ଛାଶକ୍ତି, ପ୍ରଶାସନିକ ଦକ୍ଷତା ଓ ମାନସିକତାର ପରିବର୍ତ୍ତନ ଦ୍ୱାରା ଏହି ସାମାଜିକ ବ୍ୟାଧିକୁ ଦୂର କରାଯାଇପାରିବ ବୋଲି କହିଛନ୍ତି ଭେଙ୍କୟା।

ସେହିପରି ଏହି ପ୍ରସଙ୍ଗରେ ଲୋକସଭାରେ ବିବୃତି ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ଏହି ଘଟଣା ଠାରୁ କୌଣସି ଅମାନବୀୟ ଘଟଣା ଘଟିନାହିଁ। ଏହା ସମଗ୍ର ଦେଶକୁ ଲଜ୍ଜିତ କରିଛି। ଏହା ସମସ୍ତଙ୍କୁ ଆଘାତ ଦେଇଛି। ଅଭିଯୁକ୍ତଙ୍କ ବିରୋଧରେ ଆଇନର ସବୁଠାରୁ କଠୋର ଦଣ୍ଡ ଲାଗୁ ହେବ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.