Below header

ଡିସେମ୍ବର ମାସରେ ବି ପିଛା ଛାଡୁନି ଲଘୁଚାପ, ଦେଶର କିଛି ଅଞ୍ଚଳରେ ଲାଗି ରହିଛି ବର୍ଷା

ନୂଆଦିଲ୍ଲୀ : ଡିସେମ୍ବର ମାସରେ ବି ଲଘୁଚାପ । ଆଜି ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ଘନ କୁହୁଡ଼ି ସାଙ୍ଗକୁ ମାଘୁଆ ପାଗ ଦେଖିବାକୁ ମିଳିଛି । ମଝିରେ ମଝିରେ ଜୋରରେ ପବନ ମଧ୍ୟ ବହୁଛି । ଅନ୍ୟପଟେ ସୀମାନ୍ତ କୋରାପୁଟ ଜିଲ୍ଲାରେ ସାମାନ୍ୟ ବର୍ଷା ମଧ୍ୟ ହୋଇଛି । ଆରବ ସାଗରର ଦକ୍ଷିଣ ପଶ୍ଚିମ ଭାଗରେ ଏହି ଲଘୁଚାପ ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବ । ଏହାର ପ୍ରଭାବରେ ତାମିଲନାଡୁ, ପଣ୍ଡିଚେରୀ, ଲାକ୍ଷାଦୀପ ଆଦି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି କେନ୍ଦ୍ର ପାଣିପାଗ ବିଭାଗ ସୂଚନା ଦେଇଛି । ୩ ତାରିଖ ପରେ ବର୍ଷାର ପରିମାଣ କମିବ । ସେହିପରି କେରଳ, ତାମିଲନାଡୁ ଆଦି ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି ।
ଅନ୍ୟପଟେ ଆସାମ, ଓଡ଼ିଶା, ମେଘାଳୟ, ମିଜୋରାମ ଆଦି ଅଞ୍ଚଳରେ ଘନ କୁହୁଡ଼ି ରହିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.