ଦେଶ ବିଦେଶ

‘ଆମେ ଅପେକ୍ଷା କରିଛୁ କି କେବେ ଇମ୍ରାନ ଖାନ ଆତ୍ମହତ୍ୟା କରିବେ’, କାହିଁକି ଏମିତି କହିଲେ ନଓ୍ଵାଜ ସରିଫ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସବୁବେଳେ ଅପଦସ୍ତ ହେଉଛନ୍ତି। ଖାସ୍‌ ତାଙ୍କ ପାଇଁ ପାକିସ୍ତାନ ଉପରେ ସମସ୍ତେ ରାଗ ସୁଝାଉଛନ୍ତି । ଏହାରି ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆତ୍ମହତ୍ୟା କରନ୍ତୁ ବୋଲି ଚାହୁଁଛନ୍ତି ନୱାଜ ସରିଫ। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ସରିଫ ପ୍ରଧାନମନ୍ତ୍ରୀଙ୍କ ଚେୟାରରେ ବସିଥିବା ଇମ୍ରାନ ଖାନଙ୍କୁ କଡା ଟାର୍ଗେଟ କରିଛନ୍ତି । ନଓ୍ଵାଜ ସରିଫ କହିଛନ୍ତି, କ୍ରିକେଟରୁ ରାଜନୀତିକୁ ଆସିଥିବା ଇମ୍ରାନ କେବେ ଆତ୍ମହତ୍ୟା କରିବେ, ତାହାକୁ ଚାହିଁରହିଛନ୍ତି। ସେ କେବେ ଏମିତି କରିବେ, ଆମେ ତାହା ଚାହିଁ ରହିଛୁ।ଇମ୍ରାନ ଖାନ ଆଇଏମଏଫକୁ ଯିବା ପରିବର୍ତ୍ତେ ଆତ୍ମହତ୍ୟା କରିବେ ବୋଲି କହୁଥିଲେ। ଏଥିପାଇଁ ଆମେ ଅପେକ୍ଷା କରିଛୁ ସେ କେତେବେଳେ ଆତ୍ମହତ୍ୟା କରିବେ । ନଓ୍ଵାଜ ସରିଫ ଏବେ ଲଣ୍ଡନରେ ହାର୍ଟର ଚିକିତ୍ସା କରୁଛନ୍ତି। ସେ ଭିଡିଓ ଲିଙ୍କ୍ ଜରିଆରେ ଗୁରୁବାର ଲାହୋରରେ ଆୟୋଜିତ ପାକିସ୍ତାନୀ ମୁସଲିମ୍ ଲିଗ୍-ନୱାଜର ଏକ ବୈଠକକୁ ସମ୍ବୋଧିତ କରିଥିଲେ।

ପାକିସ୍ତାନର ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରି ନୱାଜ ସରିଫ କହିଛନ୍ତି, କ୍ରିକେଟ ଜଗତରୁ ରାଜନୀତି ଦୁନିଆରେ ପାଦ ଦେଇଥିବା ଇମ୍ରାନ ଖାନ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିକୁ ଯିବା ପରିବର୍ତ୍ତେ ଆତ୍ମହତ୍ୟା କରିବେ ବୋଲି କହୁଥିଲେ। ତେଣୁ ସେ କେବେ କରିବେ ତାହା ଦେଖିବା ପାଇଁ ଆମେ ଅପେକ୍ଷା କରିଛୁ । ଭାରତରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ‘କାଠ କଣ୍ଢେଇ’ ବୋଲି କୁହାଯାଉଛି। ଆମେରିକାରେ ତାଙ୍କୁ ମେୟରଙ୍କ ତୁଳନାରେ କମ୍ ଅଧିକାର ବୋଲି କୁହା ଯାଉଛି।

ସରିଫ କହିଛନ୍ତି ଯେ, ୨୦୧୮ରେ କ୍ଷମତାକୁ ଆସିବାର ପ୍ରଥମ ତିନି ବର୍ଷରେ ଇମ୍ରାନ ବୈଦେଶିକ ସରକାର ଏବଂ ଅନୁଷ୍ଠାନରୁ ୩୪ବିଲିୟନ ଆମେରିକୀୟ ଡଲାରରୁ ଅଧିକ ଋଣ ନେଇଛନ୍ତି। ଏଭଳି ପରିସ୍ଥିତିରେ, ବର୍ତ୍ତମାନ ସେ ନିଜେ ଦେଶକୁ ଋଣ କରଜରେ ବୁଡ଼ାଇ ଦେଇଛନ୍ତି । ଏହାକୁ ଦେଖି ବିରୋଧୀମାନେ ତାଙ୍କୁ ଟାର୍ଗେଟ କରିବାର ସୁଯୋଗ ପାଇଛନ୍ତି। ଏଥିପାଇଁ ସରିଫ କହିଛନ୍ତି ଯେ ‘ନୟା ପାକିସ୍ତାନ’ ନାମରେ ଇମ୍ରାନ ଖାନଙ୍କ ଭଳି ଅଯୋଗ୍ୟ ତଥା ଅକ୍ଷମ ବ୍ୟକ୍ତିଙ୍କ ଉପରେ ନିର୍ଭର କରି ଅର୍ଥନୀତି ନଷ୍ଟ ହୋଇଯାଇଛି। ଯଦି ପାକିସ୍ତାନ ସମୃଦ୍ଧତା ଆଡକୁ ଯିବାକୁ ଚାହୁଁଛି, ତେବେ ଅତୀତରୁ ଶିକ୍ଷା ଗ୍ରହଣ କରିବା ଜରୁରୀ ।

 

Swagatika

Recent Posts

ଝାଡ଼ଖଣ୍ଡ ବିଧାନସଭା ନିକଟରେ ପହଞ୍ଚିଲା ଜଙ୍ଗଲି ହାତୀ, ରାତି ସାରା ପୋଲିସ ନାକେଦମ୍‌

ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଶନିବାର ବିଳମ୍ବିତ ରାତିରେ ଏକ ଜଙ୍ଗଲି ହାତୀ ଆତଙ୍କ ଖେଳାଇଥିଲା । ରାଞ୍ଚି ଜନବସତି ଅଞ୍ଚଳକୁ…

9 mins ago

ସୂର୍ଯ୍ୟୋଦୟର ଏକ ଘଣ୍ଟା ପୂର୍ବରୁ ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ

ଆକାଶରେ ବିରଳ ମହାଜାଗତିକ ଘଟଣା । ଗୋଟିଏ ସରଳ ରେଖାରେ ସୌର ମଣ୍ଡଳର ୬ ଗ୍ରହ ।  ପରେଡ୍  କଲା…

10 mins ago

ମୁଖ୍ୟ ନିର୍ବାଚନ କିମଶନଙ୍କ ପ୍ରେସମିଟ୍‌, ୩୧ କୋଟିରୁ ଅଧିକ ମହିଳା ଭୋଟର ଦେଇଛନ୍ତି ଭୋଟ୍‌

ଲୋକସଭା ନିର୍ବାଚନ ଗଣତି ପୂର୍ବରୁ ନିର୍ବାଚନ ଆୟୋଗ ପ୍ରେସମିଟ୍‌ କରିଛନ୍ତି । ଚଳିତଥର ମତଦାନରେ ଭାରତ ଐତିହାସିକ ରେକର୍ଡ ହାସଲ…

18 mins ago

ଦମଦାର ଫିଚର୍ସ ସହ ଲଞ୍ଚ ହେଲା Redmi Note 13R 5G, ଜାଣନ୍ତୁ ଦାମ୍

Redmi Note 13 ସିରିଜରେ ଆଉ ଏକ ଶସ୍ତା 5G ସ୍ମାର୍ଟଫୋନ୍ ଲଞ୍ଚ କରାଯାଇଛି । ରେଡମିର ଏହି 5G…

24 mins ago

ଧୁମଧାମରେ ପାଳିତ ହେଲା ମା’ ରାମଚଣ୍ଡୀ ଠାକୁରାଣୀଙ୍କ ଜଳାଶାୟୀ ଉତ୍ସବ, ଏକାଦଶୀ ତିଥିରେ ଅନୁଷ୍ଠିତ ଏହି ପବିତ୍ର ଜଳକ୍ରୀଡା

ପୁରୀ(କେନ୍ୟୁଜ): ମା’ ରାମଚଣ୍ଡୀ ଠାକୁରାଣୀଙ୍କ ଜଳାଶାୟୀ ଉତ୍ସବ ବଡ଼ ଧୁମଧାମରେ ପାଳିତ ହୋଇଯାଇଛି । ମା’ଙ୍କ ଉପରେ ସୁବାଷିତ ପାଣି…

29 mins ago

ଅତ୍ୟଧିକ ମଖାନା ଖାଉଛନ୍ତି କି ? ସାବଧାନ ହୋଇପାରେ ଡାଇରିଆ ଭଳି ସମସ୍ୟା

ମଖାନା ସ୍ୱାଦରେ ଅମୃତ ପରି ହୋଇଥାଏ । ସେଗୁଡିକକୁ ଆପଣ ଭଜାକି କିମ୍ବା ସାଧା ମଧ୍ୟ ଖାଇପାରିବେ । ତେବେ…

32 mins ago