‘ଆମେ ଅପେକ୍ଷା କରିଛୁ କି କେବେ ଇମ୍ରାନ ଖାନ ଆତ୍ମହତ୍ୟା କରିବେ’, କାହିଁକି ଏମିତି କହିଲେ ନଓ୍ଵାଜ ସରିଫ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସବୁବେଳେ ଅପଦସ୍ତ ହେଉଛନ୍ତି। ଖାସ୍ ତାଙ୍କ ପାଇଁ ପାକିସ୍ତାନ ଉପରେ ସମସ୍ତେ ରାଗ ସୁଝାଉଛନ୍ତି । ଏହାରି ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆତ୍ମହତ୍ୟା କରନ୍ତୁ ବୋଲି ଚାହୁଁଛନ୍ତି ନୱାଜ ସରିଫ। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ସରିଫ ପ୍ରଧାନମନ୍ତ୍ରୀଙ୍କ ଚେୟାରରେ ବସିଥିବା ଇମ୍ରାନ ଖାନଙ୍କୁ କଡା ଟାର୍ଗେଟ କରିଛନ୍ତି । ନଓ୍ଵାଜ ସରିଫ କହିଛନ୍ତି, କ୍ରିକେଟରୁ ରାଜନୀତିକୁ ଆସିଥିବା ଇମ୍ରାନ କେବେ ଆତ୍ମହତ୍ୟା କରିବେ, ତାହାକୁ ଚାହିଁରହିଛନ୍ତି। ସେ କେବେ ଏମିତି କରିବେ, ଆମେ ତାହା ଚାହିଁ ରହିଛୁ।ଇମ୍ରାନ ଖାନ ଆଇଏମଏଫକୁ ଯିବା ପରିବର୍ତ୍ତେ ଆତ୍ମହତ୍ୟା କରିବେ ବୋଲି କହୁଥିଲେ। ଏଥିପାଇଁ ଆମେ ଅପେକ୍ଷା କରିଛୁ ସେ କେତେବେଳେ ଆତ୍ମହତ୍ୟା କରିବେ । ନଓ୍ଵାଜ ସରିଫ ଏବେ ଲଣ୍ଡନରେ ହାର୍ଟର ଚିକିତ୍ସା କରୁଛନ୍ତି। ସେ ଭିଡିଓ ଲିଙ୍କ୍ ଜରିଆରେ ଗୁରୁବାର ଲାହୋରରେ ଆୟୋଜିତ ପାକିସ୍ତାନୀ ମୁସଲିମ୍ ଲିଗ୍-ନୱାଜର ଏକ ବୈଠକକୁ ସମ୍ବୋଧିତ କରିଥିଲେ।
ପାକିସ୍ତାନର ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ନୱାଜ ସରିଫ କହିଛନ୍ତି, କ୍ରିକେଟ ଜଗତରୁ ରାଜନୀତି ଦୁନିଆରେ ପାଦ ଦେଇଥିବା ଇମ୍ରାନ ଖାନ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିକୁ ଯିବା ପରିବର୍ତ୍ତେ ଆତ୍ମହତ୍ୟା କରିବେ ବୋଲି କହୁଥିଲେ। ତେଣୁ ସେ କେବେ କରିବେ ତାହା ଦେଖିବା ପାଇଁ ଆମେ ଅପେକ୍ଷା କରିଛୁ । ଭାରତରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ‘କାଠ କଣ୍ଢେଇ’ ବୋଲି କୁହାଯାଉଛି। ଆମେରିକାରେ ତାଙ୍କୁ ମେୟରଙ୍କ ତୁଳନାରେ କମ୍ ଅଧିକାର ବୋଲି କୁହା ଯାଉଛି।
ସରିଫ କହିଛନ୍ତି ଯେ, ୨୦୧୮ରେ କ୍ଷମତାକୁ ଆସିବାର ପ୍ରଥମ ତିନି ବର୍ଷରେ ଇମ୍ରାନ ବୈଦେଶିକ ସରକାର ଏବଂ ଅନୁଷ୍ଠାନରୁ ୩୪ବିଲିୟନ ଆମେରିକୀୟ ଡଲାରରୁ ଅଧିକ ଋଣ ନେଇଛନ୍ତି। ଏଭଳି ପରିସ୍ଥିତିରେ, ବର୍ତ୍ତମାନ ସେ ନିଜେ ଦେଶକୁ ଋଣ କରଜରେ ବୁଡ଼ାଇ ଦେଇଛନ୍ତି । ଏହାକୁ ଦେଖି ବିରୋଧୀମାନେ ତାଙ୍କୁ ଟାର୍ଗେଟ କରିବାର ସୁଯୋଗ ପାଇଛନ୍ତି। ଏଥିପାଇଁ ସରିଫ କହିଛନ୍ତି ଯେ ‘ନୟା ପାକିସ୍ତାନ’ ନାମରେ ଇମ୍ରାନ ଖାନଙ୍କ ଭଳି ଅଯୋଗ୍ୟ ତଥା ଅକ୍ଷମ ବ୍ୟକ୍ତିଙ୍କ ଉପରେ ନିର୍ଭର କରି ଅର୍ଥନୀତି ନଷ୍ଟ ହୋଇଯାଇଛି। ଯଦି ପାକିସ୍ତାନ ସମୃଦ୍ଧତା ଆଡକୁ ଯିବାକୁ ଚାହୁଁଛି, ତେବେ ଅତୀତରୁ ଶିକ୍ଷା ଗ୍ରହଣ କରିବା ଜରୁରୀ ।