କ’ଣ ଆପଣଙ୍କ କେଶ ବଢ଼ୁନାହିଁ କି? ତ ଏହା ହେଉଛି ସମାଧାନ; ତୁରନ୍ତ ଆପଣାନ୍ତୁ ଏହି ଘରୋଇ ଟିପ୍ସ

ଲମ୍ବା ଏବଂ ମଜଭୁତ କେଶ ବହୁତ ସୁନ୍ଦର ଦେଖାଯାଏ। ଏଥିରୁ ଜଣା ପଡ଼ିଥାଏ କି, ଆପଣଙ୍କ କେଶର ସ୍ୱାସ୍ଥ୍ୟ ମଧ୍ୟ ବହୁତ ଭଲ। କିନ୍ତୁ ବେଳେବେଳେ ବିଭିନ୍ନ କାରଣରୁ କେଶର ବୃଦ୍ଧି ହୋଇ ପାରି ନ ଥାଏ, ଯେଉଁ କାରଣରୁ କେଶ ଲମ୍ବା ହୁଏ ନାହିଁ। ଆପଣଙ୍କ କେଶ ରୁକ୍ଷ ଏବଂ ଶୁଷ୍କ ଦେଖା ଯାଇଥାଏ। ଯଦି ଆପଣ ମଧ୍ୟ ଏହି ସମସ୍ୟାଗୁଡିକୁ ନେଇ ଚିନ୍ତିତ, ତା’ ହେଲେ କେଶକୁ ବୃଦ୍ଧି କରିବା ପାଇଁ ଏହି ଘରୋଇ ଟିପ୍ସ ଆପଣାଇ ପାରିବେ। ଆସନ୍ତୁ ଜାଣିବା।
ଆପଲ୍ ସାଇଡର୍ ଭିନେଗାର: ଆପଲ୍ ଭିନେଗାର କେଶ ପାଇଁ ବହୁତ ଲାଭଦାୟକ ହୋଇଥାଏ, ଯେଉଁ କାରଣରୁ ମୁଣ୍ଡର ତ୍ୱଚା ବା ତାଳୁ ସଫା ହୋଇଥାଏ ଏବଂ ପିଏଚ୍ ସନ୍ତୁଳନ ବଜାୟ ରହିଥାଏ। କେଶରେ ଆପଲ୍ ସାଇଡର୍ ଭିନେଗାର ଲଗାଇବା ପାଇଁ ଆପଣ ଏହାକୁ କେଶ ଧୋଇବା ପାଣିରେ ମିଶାଇ ପାରିବେ, ଯଦ୍ଦ୍ଵାରା କେଶ ଲମ୍ବା, ମଜଭୁତ ଏବଂ ଚମକଦାର ବନିଥାଏ।
ପିଆଜ ରସ: ପିଆଜରେ ଥିବା ସଲଫର କେଶ ମୂଳକୁ ମଜଭୁତ କରିଥାଏ ଏବଂ ଦ୍ରୁତ ଗତିରେ ଏହାକୁ ବୃଦ୍ଧି କରାଇଥାଏ। କେଶରେ ପିଆଜ ରସ ବ୍ୟବହାର କରିବା ପାଇଁ ପିଆଜକୁ ଛୋଟ ଛୋଟ ଆକାରରେ କାଟି ନିଅନ୍ତୁ ଏବଂ ଏହାପରେ ଏହାର ରସ ବାହାର କରନ୍ତୁ। ଏହି ପିଆଜ ରସକୁ ମୁଣ୍ଡର ତ୍ୱଚା ଏବଂ କେଶ ମୂଳରେ ଭଲ ଭାବରେ ଲଗାନ୍ତୁ। ପାଖାପାଖି ୧୫ ମିନିଟ୍ ପରେ ମାଇଲ୍ଡ ସାମ୍ପୁରେ କେଶ ଧୋଇ ଦିଅନ୍ତୁ।
ଅଣ୍ଡାର ହେୟାର ମାସ୍କ: ଅଣ୍ଡା କେଶକୁ ପ୍ରୋଟିନ୍ ପ୍ରଦାନ କରିଥାଏ, ଯଦ୍ଦ୍ଵାରା କେଶର ବିକାଶରେ ଶକ୍ତି ମିଳିଥାଏ। ଆପଣ ଅଣ୍ଡାର ହେୟାର ମାସ୍କ ତିଆରି କରିବା ପାଇଁ ଏକ ପାତ୍ରରେ ଅଣ୍ଡାର କେବଳ ଧଳା ଅଂଶ ବାହାର କରି ସେଥିରେ ୧ ଚାମଚ ଅଲିଭ୍ ତେଲ ଏବଂ ୧ ଚାମଚ ମହୁ ମିଶାନ୍ତୁ। ଏହି ପେଷ୍ଟକୁ କେଶ ମୂଳ ଏବଂ ତାଳୁରେ ଭଲ ଭାବରେ ଲଗାନ୍ତୁ। ପାଖାପାଖି ୨୦ ମିନିଟ୍ ପରେ ହେୟାର ମାସ୍କକୁ ସାଧାରଣ ପାଣି ଏବଂ ମାଇଲ୍ଡ ସାମ୍ପୁରେ ଧୋଇ ଦିଅନ୍ତୁ।