Below header

ଗଳା ବାଟ ଦେଇ ଶିକାରୀ ସକ୍ରିୟ, ରାଜପଥ କଡ଼ରୁ ମିଳିଲା ମାଳ ମାଳ ବିଦେଶୀ ପକ୍ଷୀଙ୍କ ମୃତହେଦ  

ଟାଙ୍ଗୀ(କେନ୍ଯୁଜ୍): ମରାଳ ମାଳିନୀ ଚିଲିକାକୁ ଶୀତ ଋତୁ ଆରମ୍ଭ ରୁ ଶହ ଶହ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ । ଏବେ ବିଦେଶୀ ପକ୍ଷୀଙ୍କ ଆଗମନ ଜାରି ରହିଛି । ଚିଲିକାରେ ବ ର୍ତ୍ତମାନ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବେଶ୍ ବୃଦ୍ଧି ପାଉଛି । ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ପକ୍ଷୀଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । କିନ୍ତୁ ଗଳା ବାଟଦେଇ ପକ୍ଷୀ ଶିକାରୀ ମାନେ ସକ୍ରିୟ ହୋଇଛନ୍ତି । ପକ୍ଷୀ ଶୀକାର କରିବାକୁ ପଛ ଘୁଂଚା ଦେଉ ନାହାଁନ୍ତି ଶିକାରୀ। ଯାହାର ପ୍ରମାଣ ଦେଖିବାକୁ ମିଳିଛି ରାଜପଥ କଡ଼ରେ ।

ଯାହାଖବର ମିଳିଛି ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ରତାମାଟି ନିକଟସ୍ଥ ମ୍ୟାଗନିୟମ ସି ଫୁଡ଼ ନିକଟରେ ବିଦେଶୀ ପକ୍ଷୀଙ୍କ ମୃତଦେହ ପଡିଥିବା ଖବର ମିଳିଥିଲା । ଖବର ପାଇ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତ ପକ୍ଷୀ ଙ୍କୁ ଜବତ କରିଛି। ମୃତ ପକ୍ଷୀଙ୍କ ସଂଖ୍ୟା ୨୦ରୁ ୩୦ଗୋଟି ହେବ ବୋଲି ଟାଙ୍ଗୀ ରେଞ୍ଜର ଚୂଡ଼ାମଣି ମୁର୍ମୁ ସୂଚନା ଦେଇଛନ୍ତି । କିନ୍ତୁ ଘଟଣା ସ୍ଥଳରେ ପଡିଥିବା ପକ୍ଷୀ ମାନଙ୍କ ଭିଡିଓ ଦେଖିଲେ ଲାଗୁଛି ପକ୍ଷୀ ସଂଖ୍ୟା ଶତାଧିକ । ଏଣୁ ଏବେ  ସନ୍ଧେହ ଘେରରେ ବନ୍ୟପ୍ରାଣୀ ବିଭାଗ।

ବଡଦିନ ଏବଂ  ନୂଆ ବର୍ଷ ପାଇଁ ରାଜପଥ କଡ଼ ଢାବା ମାନଙ୍କରେ ବିଦେଶୀ ପକ୍ଷୀଙ୍କ ଚାହିଦା ବେଶ ଅଧିକ ରହିଛି । ଏଣୁ ପକ୍ଷୀ ଶିକାରୀ ମାନେ ଚିଲିକା ରୁ ପକ୍ଷୀ ଶିକାର କରି ବିଭିନ୍ନ ହୋଟେଲ ଓ ଢାବା ମାନଙ୍କୁ ବିକ୍ରି କରି ବେଶ ଅର୍ଥ ଉପାର୍ଜନ କରୁଛନ୍ତି । ଏହାକୁ ଲକ୍ଷ ରଖି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ରାଜପଥ କଡ଼ ଢାବା ମାନଙ୍କରେ ଚଢ଼ାଉ ଜାରି ରଖିଛନ୍ତି । ଯାହାର ପ୍ରଭାବରେ ଭୟବିତ ହୋଇ ରାସ୍ତା କଡରେ ଫିଙ୍ଗି ଦେଇଥିବା ବନ୍ୟପ୍ରାଣୀ ବିଭାଗ ସନ୍ଦେହ କରୁଛି । ପକ୍ଷୀଙ୍କ ମୃତ ଦେହକୁ ଜବତ କରିବା ସହ ଅଧିକା ତଦନ୍ତ ଆରମ୍ଭ କରିଛି ବନ୍ୟ ପ୍ରାଣୀ ବିଭାଗ ।

ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। କିନ୍ତୁ ଗଳା ବାଟଦେଇ ପକ୍ଷୀ ଶୀକାରୀମାନେ ସକ୍ରିୟ ହେଉଛନ୍ତି। ପକ୍ଷୀ ଶିକାର କରିବାକୁ ପଛ ଘୁଞ୍ଚା ଦେଉ ନାହାଁନ୍ତି । ତେବେ ଏ ଦିଗରେ ପ୍ରଶାସନ ଏବଂ ବନ୍ୟ ପ୍ରାଣୀ ବିଭାଗ ଆହୁରୀ କଡା ଆଭିମୁଖ୍ଯ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

ଟାଙ୍ଗୀରୁ ମନୋଜ ନାଇଡୁ, କେନ୍ଯୁଜ୍

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.