Below header

ବୌଦ୍ଧ ବଲାକିରାରେ ବୀଭତ୍ସ ହତ୍ୟାକାଣ୍ଡ: ଗାଁ ଦାଣ୍ଡରେ ଜ୍ୱାଇଁକୁ ପିଟି ପିଟି ହତ୍ୟା କଲେ କକା ଶ୍ବଶୁର ଓ ୨ ଶଳା

ବୌଦ୍ଧ(କେନ୍ଯୁଜ୍): ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ବଲାକିରା ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ । ଗାଁ ଦାଣ୍ଡରେ ଜ୍ୱାଇଁକୁ ପିଟି ପିଟି ହତ୍ୟା କଲେ କକା ଶ୍ବଶୁର ଓ ୨ ଶଳା । ମୃତକ ହେଲେ ଗୋବର୍ଦ୍ଧନ ଖଟୁଆ । ହତ୍ୟାକାରୀ ହେଲେ ପ୍ରବିତ୍ର ପ୍ରଧାନ, ବିଷ୍ଣୁ ପ୍ରଧାନ ଓ ବ୍ରହ୍ମା ପ୍ରଧାନ । ହତ୍ୟାକାରୀ ଏ ପର୍ଯ୍ୟନ୍ତ ଫେରାର ଥିବା ଜଣାପଡିଛି।

ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ବଲାକିରା ଗ୍ରାମର ଗୋବର୍ଦ୍ଧନ ଖଟୁଆ ମଦ୍ୟପାନ କରି ନିଜ ଶ୍ବଶୁର ଘର ଆଗରେ ଗାଳିଗୁଲଜ କରିବା ସହ ଶ୍ଵଶୁର ଘର ଲୋକଙ୍କ ସହ ପାଟି ତୁଣ୍ଡ କରିଥିଲେ । ଶ୍ବଶୁର ଘର ଲୋକ ଏବଂ ଗୋବର୍ଦ୍ଧନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ତେବେ ଏଥିରେ ଶଶୁର ଘର ଲୋକେ ଅତିଷ୍ଠ ହୋଇ ଦାଣ୍ଡରେ ପଡ଼ିଥିବା ଏକ କାଠ ଫାଳିଆରେ ଗାଁ ଦାଣ୍ଡରେ ଜ୍ବାଇଁ କୁ ଗୋଡ଼ାଇ ଗୋଡ଼ାଇ ପିଟି ପିଟି ହତ୍ୟା କରିଥିଲେ। ଯାହାଫଳରେ ଘଟଣା ସ୍ଥଳରେ ହିଁ ଜ୍ବାଇଁର ମୃତ୍ୟୁ ହୋଇଥିବା ଜଣାପଡିଛି ।

ବାଉଁଶୁଣି ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବାଉଁଶୁଣି ଡାକ୍ତରଖାନାରେ ରଖିଥିବା ବେଳେ, ପୋଲିସ ଫେରାରଥିବା ଅଭିଯୁକ୍ତ ମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.