ଦେଶ ବିଦେଶ

କରୋନା ସଂକ୍ରମଣରେ ଲାଗୁନି ବ୍ରେକ୍‌, ଦୈନିକ ସଂକ୍ରମଣ ୧୨ ହଜାର ଉପରେ

କରୋନା ସଂକ୍ରମଣରେ ଲାଗୁନି ବ୍ରେକ୍‌ । ଗତ ୨୪ ଘଣ୍ଟାରେ ୧୧ହଜାର ୬୯୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ ସଂକ୍ରମଣର ୬୦ ପ୍ରତିଶତ ୫ ରାଜ୍ୟରୁ ବାହାରିଛି । ୬୬ ହଜାର ପାର କରିଛି ଆକ୍ଟିଭ କେସ୍‌ । ଏପଟେ ଓଡ଼ିଶାରେ ୪୦୦ ଟପିଛି ସଂକ୍ରମଣ। ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୩୧ ନୂଆ ଆକ୍ରାନ୍ତ । ନବରଙ୍ଗପୁର, ସମ୍ବଲପୁର ଓ ନୂଆପଡାରେ ମାମଲା ବଢୁଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

୫ ରାଜ୍ୟରୁ ବାହାରିଛି ୭ ହଜର ୯୪ ମାମଲା । କେରଳରୁ ୨ହଜାର ୪୮୪ କେସ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ୧ ହଜାର ୬୦୩, ମହାରାଷ୍ଟ୍ରରେ ୧ ହଜାର ୧୧୩, ହରିଆଣାରେ ୧୦୫୯ ଓ ଉତ୍ତର ପ୍ରଦେଶରେ ୮୩୭ ଡେଲି କେସ ଚିହ୍ନଟ ହୋଇଛି ।

ଏପ୍ରିଲ ମାସର ପ୍ରଥମ ୩ ଦିନ ୩ ହଜାର ଉପରେ ଥିଲା ଦୈନିକ ସଂକ୍ରମଣ। ୪ ଏପ୍ରିଲରେ ୪ ହଜାର ଟପିଲା। ୫ ଏପ୍ରିଲରେ ୫ ହଜାର ପାର କରିଥିବା ବେଳେ ଗତ ୧୯ ତାରିଖରେ ଚଳିତ ବର୍ଷର ସର୍ବାଧିକ ଦୈନିକ ସଂକ୍ରମଣ ୧୨ ହଜାର ୫୯୧ ମାମଲା ଚିହ୍ନଟ ହୋଇଥିଲା ।

ଏବେ ଡେଲି କେସ୍‌ ୧୦ରୁ ୧୨ ହଜାର ପର୍ଯ୍ୟନ୍ତ ରହୁଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍‌ । ଆଉ ୨୮ ଜୀବନ ନେଇଛି କରୋନା । ଗତକାଲି ୨୯ଜଣଙ୍କ ମୃତ୍ୟୁ ହୋଇଥିଲା । ସଂକ୍ରମଣ ବଢ଼ିବା ସହ ଆକ୍ଟିଭ କେସ ବଢ଼ୁଛି । ୬୬ହଜାର ପାର କଲାଣି ଆକ୍ଟିଭ କେସ୍‌ ।

ଏଣିକି କୋର୍ଟ ପରିସରରେ ମାସ୍କ ବାଧ୍ୟତାମୂଳକ । ଗହଳି କରିବା ବି ମନା । ଆଦେଶ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି । ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଏବେ ଉପରମୁହାଁ ଥିବା ବେଳେ ଏପରି ପଦକ୍ଷେପ ନିଆଯାଇଛି ।

କୋଭିଡ ମାମଲା ବୃଦ୍ଧି ପାଉଥିବାରୁ ସଜାଗ କେନ୍ଦ୍ର ସରକାର । ଦିଲ୍ଲୀ, ତାମିଲନାଡୁ, ୟପି, ହରିଆଣା, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର ଓ ରାଜସ୍ଥାନର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । କୋଭିଡ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆବଶ୍ୟକ ଔଷଧ, ବେଡ, ଚିକିତ୍ସା ସରଞ୍ଜାମ ସହ ମେଡିକାଲ ଅକ୍ସିଜେନ ଯଥେଷ୍ଟ ପରିମାଣରେ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି। କୋଭିଡର ପାଞ୍ଚସୂତ୍ରୀ ନିୟମାବଳୀ ପାଳନ କରିବାକୁ ଗୁରୁତ୍ୱ ଦିଆଯାଇଛି।

 

Niharanjan

Recent Posts

ଆଜିର ରାଶିଫଳ: କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତି ହେବ, ବ୍ୟବସାୟ ବିସ୍ତାର ହେବ

ମେଷ: ଆସନ୍ତାକାଲି ଏକ ଭଲ ଦିନ ହେବ । ସ୍ୱାସ୍ଥ୍ୟ ଭଲ ରହିବ । କୌଣସି ଶାରୀରିକ ଯନ୍ତ୍ରଣା ହେବ…

7 hours ago

ତୁଳସୀ ପାହାଡରେ ବିଏସଏଫ ଜବାନଙ୍କୁ ବଡ଼ ସଫଳତା, ମାଓ ଡ଼ମ୍ପିଙ୍ଗ ଠାବ

ମାଲକାନଗିରି : ମାଲକାନଗିରି ଜିଲ୍ଲା ତୁଳସୀ ପାହାଡରେ BSF ଜବାନଙ୍କୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ କୁମ୍ବିଙ୍ଗ ଅପରେସନ…

7 hours ago

ପୋଖରୀରେ ବୁଡି ବୃଦ୍ଧ ମୃତ, ଗାଧୋଉଥିବା ସମୟରେ ପାଣିରେ ବୁଡି ଗଲେ

ଆନନ୍ଦପୁର : ପୋଖରୀରେ ବୁଡି ବୃଦ୍ଧ ମୃତ । ରାମଚନ୍ଦ୍ରପୁର ଥାନା ନର୍ଦା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଘଟଣ…

8 hours ago

ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି

ଜଳେଶ୍ୱର : ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି । ଦକ୍ଷିଣ-ପୂର୍ବ ରେଳ ପଥର ବାଲେଶ୍ବର ଜିଲ୍ଲା…

8 hours ago

ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଟିମ ବିଜେପି ଭେଟିଲେ ରାଜ୍ୟପାଳଙ୍କୁ, ସରକାର ଗଠନ ଦାବି କଲେ

କେନ୍ୟୁଜ (ବ୍ୟୁରୋ) : ଓଡ଼ିଶାରେ ସରକାର ଗଠନ କରିବାକୁ ବିଜେପି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି । ଆଜି ରାଜ୍ୟ…

9 hours ago

ଗରମ ସହି ନପାରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ, ଚାଲିଗଲା ବୃଦ୍ଧଙ୍କ ଜୀବନ

ଆନନ୍ଦପୁର(କେନ୍ୟୁଜ୍‌): ଅସହ୍ୟ କଲା ଗରମ ଗୁଳୁଗୁଳି । ପୋଖରୀକୁ ଗାଧୋଇବାକୁ ଯାଇଥିଲେ ବୃଦ୍ଧ । ଗୋଡ଼ ଖସିଗଲା ପାଣିରେ ବୁଡି…

10 hours ago