ଦେଶ ବିଦେଶ

ଯୁଦ୍ଧ ସମୟରେ ନୂଆ ବର୍ଦ୍ଦିରେ ଦେଖାଯିବେ ଯବାନ, ଡ୍ରେସ୍‌କୁ ନେଇ ଏମିତି ଯୋଜନା କରୁଛି ଭାରତୀୟ ସେନା; ପୋଷାକରେ ରହିବ ଡିଜିଟାଲ ପ୍ରିଣ୍ଟ

ଭାରତୀୟ ସେନା ଆସନ୍ତା ବର୍ଷଠାରୁ ନିଜ ସେନାକର୍ମୀଙ୍କ ପାଇଁ ହାଲୁକା ତଥା ଅଧିକ ଜଳବାୟୁ ଅନୁକୂଳ ପୋଷାକ ଆଣିବାକୁ ଯାଉଛି, ଯାହାକୁ ଯୁଦ୍ଧ ସମୟରେ ପିନ୍ଧା ଯାଇ ପାରିବ। ସୂଚନା ମୁତାବକ, ନୂଆ ବର୍ଦ୍ଦି ଜାନୁଆରୀ ୧୫ରୁ ସେନା ଦିବସ ପରେଡ୍‌ରେ ପ୍ରଦର୍ଶିତ ହେବ। ତେବେ କିଛି ଦେଶର ସୈନ୍ୟ ବର୍ଦ୍ଦି ଉପରେ ବ୍ୟାପକ ବିଚାର-ବିମର୍ଶ ଏବଂ ବିଶ୍ଳେଷଣ ପରେ ଏହି ନୂଆ ବର୍ଦ୍ଦିକୁ ଶେଷ ରୂପ ଦିଆଯାଇଛି। ଭାରତରେ ପାଖାପାଖି ୧୩ ଲକ୍ଷ ଯବାନ ଅଛନ୍ତି ଏବଂ Digital Destructive Patternରେ ସେନା ଏବେ ଯୁଦ୍ଧ ପାଇଁ ନୂଆ ବର୍ଦ୍ଦି ଉପରେ କାମ କରୁଛି।

ସୂଚନା ରହିଛି କି, ନୂଆ ବର୍ଦ୍ଦି ଦୀର୍ଘସ୍ଥାୟୀ ହେବା ସହିତ ଗରମ ଏବଂ ଶୀତଦିନେ ଆରାମଦାୟକ ରହିବ। ଏହାକୁ ସେନା ମୁତୟନ ଅଞ୍ଚଳ ଏବଂ ଜଳବାୟୁ ପରିସ୍ଥିତି ଉପରେ ନଜରରେ ରଖି ଡିଜାଇନ କରାଯାଇଛି। କହି ରଖୁଛୁ, ନୌସେନା ଗତବର୍ଷ ନୂଆ ବର୍ଦ୍ଦି ଆଣିଥିଲା। ସେନାର ଯବାନମାନଙ୍କର ନୂଆ ଡ୍ରେସ୍‌ରେ ଏଣିକି ସାର୍ଟକୁ ପ୍ୟାଣ୍ଟ ଭିତରେ (ଅଣ୍ଡରଶୁଟିଙ୍ଗ୍‌) ଭର୍ତ୍ତି କରାଯିବ ନାହିଁ। ସେନା ଚେଷ୍ଟା କରୁଛି କି, ଯବାନମାନଙ୍କ ପାଇଁ ଯୁଦ୍ଧ ସମୟରେ ଯେପରି ଆରାମଦାୟକ କପଡ଼ା ଅଣାଯାଇ ପାରିବ।

ଅନ୍ୟପକ୍ଷରେ ଏହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ କି, ସେନାର ଯବାନ ଏବଂ ଅଧିକାରୀମାନଙ୍କ ବର୍ଦ୍ଦିରେ ଷ୍ଟାର, ବ୍ୟାଜ୍‌ ଓ ଅନ୍ୟାନ୍ୟ ଜିନିଷ ରହିବ କି ନାହିଁ। ଏ ନେଇ ଜଣେ ଅଧିକାରୀଙ୍କ କହିବା ହେଉଛି, ଯବାନମାନଙ୍କ ପାଇଁ ଆରାମଦାୟକ ବର୍ଦ୍ଦି ଆଣିବା ଏହି ପୂରା କସରତର ମୂଳ ଉଦ୍ଦେଶ୍ୟ। ଭାରତୀୟ ସେନାର ଅଧିକାରୀମାନଙ୍କ ସୂଚନା ମୁତାବକ, ନୂଆ ବର୍ଦ୍ଦିରେ ଏମିତି କିଛି ରଙ୍ଗ ବ୍ୟବହାର କରାଯାଇଛି, ଯାହାକି ସେମାନଙ୍କୁ ଯୁଦ୍ଧ ସମୟରେ ଲୁଚେଇବାରେ ସାହାଯ୍ୟ କରିବ।

ପୂର୍ବରୁ ୩ ଥର ହୋଇ ସାରିଛି ପରିବର୍ତ୍ତନ

ଭାରତୀୟ ସେନାର ବର୍ଦ୍ଦିରେ ଏହା ଚତୁର୍ଥ ବଡ଼ ପରିବର୍ତ୍ତନ ହେବ। ସ୍ୱାଧୀନତା ପରେ ପ୍ରଥମ ଥର ପାକିସ୍ତାନ ସେନାର ବର୍ଦ୍ଦିଠାରୁ ଅଲଗା ରଖିବା ପାଇଁ ଏହାକୁ ଖାକିରୁ ଅଲିଭ୍‌ ଗ୍ରୀନ୍‌ରେ ପରିବର୍ତ୍ତନ କରାଯାଇଥିଲା। ପାକିସ୍ତାନୀ ସେନା ଏବେ ବି ଖାକି ବର୍ଦ୍ଦି ବ୍ୟବହାର କରୁଛନ୍ତି। ଦ୍ୱିତୀୟ ଥର ୧୯୮୦ରେ ବ୍ୟାଟେଲ ଫଟିଗ୍‌ ଅର୍ଥାତ୍‌ ଅପରେସନ ସମୟରେ ପିନ୍ଧା ଯାଉଥିବା ବର୍ଦ୍ଦିକୁ ସୂତାରୁ ପରିବର୍ତ୍ତନ କରାଯାଇ Disruptive Pattern (DP) ବ୍ୟାଟଲ ଡ୍ରେସ୍‌ କରାଯାଇଥିଲା।

୫ ପ୍ରକାର ବର୍ଦ୍ଦି ପିନ୍ଧି ଥାଆନ୍ତି ସେନା

ଭାରତୀୟ ସେନାରେ ୫ ପ୍ରକାରର ବର୍ଦ୍ଦି ପିନ୍ଧା ଯାଇଥାଏ। ସବୁଠାରୁ ଅଧିକ ପିନ୍ଧା ଯାଉଥିବା ସାଧାରଣ ଡ୍ୟୁଟି ପୋଷାକ, ଯେଉଁଥିରେ ପ୍ୟାଣ୍ଟ ଏବଂ ସାର୍ଟ ଅଲିଭ ରଙ୍ଗର ହୋଇଥାଏ। ଶୀତଦିନେ ପିଚ୍‌ ରଙ୍ଗର ସାର୍ଟ ସହିତ କଳା ଟାଇ ଏବଂ ଅଲିଭ୍‌ ଗ୍ରୀନ ରଙ୍ଗର ପ୍ୟାଣ୍ଟ ଓ ବ୍ଲେଜର ପିନ୍ଧା ଯାଇଥାଏ। ଏହାଛଡ଼ା ସେନା ଅଲିଭ୍‌ ଗ୍ରୀନ ରଙ୍ଗର ଅଙ୍ଗୋରା ସାର୍ଟ ମଧ୍ୟ ଶୀତଦିନେ ପିନ୍ଧି ଥାଆନ୍ତି। କହି ରଖୁଛୁ, ନୂଆ ବର୍ଦ୍ଦି ଆମେରିକୀୟ ସେନାର ଯବାନମାନଙ୍କ ଭଳି ଡିଜିଟାଲ ପ୍ୟାଟର୍ନର ହେବ।

Roshni

Recent Posts

ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ

ମୟୂରଭଞ୍ଜ(କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…

3 mins ago

ଆସନ୍ତୁ ଜାଣିବା ଆଜି କେଉଁ ସହରରେ କେତେ ରହିଛି ଡିଜେଲ ଓ ପେଟ୍ରୋଲ୍ ମୂଲ୍ୟ

ଆସନ୍ତୁ ଜାଣିବା ଆଜି କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା…

22 mins ago

ଜାଣନ୍ତୁ ଆଜିର ସୁନା ଓ ରୁପା ଦର

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

28 mins ago

ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର

କେନ୍ଦୁଝର (କେନ୍ୟୁଜ): ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । କାଠି କଣ୍ଢେଇ ନୃତ୍ୟ ସଂସ୍କୃତିକୁ ବଞ୍ଚେଇ ରଖିଥିବା…

33 mins ago

ଭୋଟ ଦେଉଛି ଯାଜପୁର,ବାଲେଶ୍ୱର,ଜଗତସିଂପୁର,ଭଦ୍ରକ: ବୁଥ୍ ସମ୍ମୁଖରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଯାଜପୁର/ବାଲେଶ୍ୱର/ଜଗତସିଂପୁର/ଭଦ୍ରକ(କେନ୍ୟୁଜ୍‌): ଯାଜପୁର ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ ୧୫…

42 mins ago

କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ

କେନ୍ଦ୍ରାପଡ଼ା (କେନ୍ୟୁଜ୍‌): କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ…

1 hour ago