ଦେଶ ବିଦେଶ

କରୋନା ଠାରୁ ରକ୍ଷା କରିପାରିବ ଘର ତିଆରି ମାସ୍କ, ବାହାରକୁ ବାହାରିବା ପୂର୍ବରୁ ନିଶ୍ଚିତ ପିନ୍ଧନ୍ତୁ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଆମେରିକା ପରେ ଏବେ ଭାରତ ସରକାର ମଧ୍ୟ ଲୋକଙ୍କୁ ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧି ଯିବା ପାଇଁ ପରାମର୍ଶ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସୁସ୍ଥ ଲୋକ ମଧ୍ୟ ଘର ତିଆରି ମାସ୍କ ପିନ୍ଧି ନିଜକୁ କାରୋନା ଭାଇରସ ଠାରୁ ରକ୍ଷା କରିପାରିବେ। ଭାରତରେ କାରୋନା ଭାଇରସ ଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ବହୁତ ମାତ୍ରାରେ ବଢ଼ିବାରେ ଲାଗିଛି। ଏହିସବୁ ମଧ୍ୟରେ ଆଜି ଅର୍ଥାତ ଶନିବାର ଏକ ପରାମର୍ଶ ଜାରି କରାଯାଇଛି। କେନ୍ଦ୍ର ସରକାର କହିଛନ୍ତି ଯେ କୋଭିଡ଼-୧୯ର ପ୍ରକୋପକୁ ରୋକିବା ପାଇଁ ସୁସ୍ଥ ଲୋକମାନେ ମଧ୍ୟ ଘର ତିଆରି ଫେସ୍ ମାସ୍କ ପିନ୍ଧିବା ଉଚିତ। ଖାସ କରି ଯେତେବେଳେ ଘରୁ ବାହାରକୁ ବାହାରୁଛନ୍ତି।

ଭାରତ ସରକାର ଜାରି କରିଥିବା ଏହି ଗାଇଡ଼ ଲାଇନରେ କୁହାଯାଇଛି ଯେ ଏହି ମୁହଁ ଆବରଣ ସ୍ୱାସ୍ଥ୍ୟକର୍ମୀ, “covid-୧୯’ ଆକ୍ରାନ୍ତ ଓ ସେମାନଙ୍କ ସହ କାମ କରୁଥିବା ଅବା ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ । ଜଣେ ବ୍ୟବହାର କରୁଥିବା ଘରତିଆରି ମାସ୍କକୁ ଅନ୍ୟ ଜଣେ ବ୍ୟବହାର କରିବା ଅନୁଚିତ । ପ୍ରତ୍ୟେକ ବ୍ୟକ୍ତି ୨ଟି ଲେଖାଏଁ ମାସ୍କ ପାଖରେ ରଖିବା ଉଚିତ । ବ୍ୟବହାର କରିଥିବା ମାସ୍କକୁ ସାବୁନ ଓ ଗରମପାଣିରେ ସଫା କରିବା ଆବଶ୍ୟକ । ମାସ୍କ ବାନ୍ଧିବା ପୂର୍ବରୁ ହାତକୁ ଭଲଭାବେ ଧୋଇବା ଉଚିତ ।

ସେହିପରି କରୋନା ସନ୍ଦିଗ୍ଧ ରୋଗୀଙ୍କ ଦେଖାଶୁଣା କିମ୍ବା ଚିକିତ୍ସା କରୁଥିବା ବ୍ୟକ୍ତି ମାସ୍କ ପିନ୍ଧିବା ଉଚିତ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି । ସରକାର କହିଛନ୍ତି ଯେ କୋଭିଡ଼-୧୯ର ପ୍ରକୋପକୁ ରୋକିବା ପାଇଁ ସୁସ୍ଥ ଲୋକମାନେ ମଧ୍ୟ ଘର ତିଆରି ଫେସ୍ ମାସ୍କ ପିନ୍ଧିବା ଉଚିତ। ଖାସ କରି ଯେତେବେଳେ ଘରୁ ବାହାରକୁ ବାହାରୁଛନ୍ତି।

ଏହାଛଡା ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ ଘର ତିଆରି ମାସ୍କ ପିନ୍ଧିବାକୁ କାହିଁକି ସରକାର କହିଲେ? ଘର ତିଆରି ମାସ୍କ ପିନ୍ଧିବାକୁ ଏଥିପାଇଁ କହିଲେ ଯେ ଏବେ କାରୋନା ମହାମାରୀ ପ୍ରବଳ ବେଗରେ ବ୍ୟାପୁଛି। ଏଥିପାଇଁ ବଜାରରୁ କୌଣସି ଜିନିଷ ଆଣି ବ୍ୟବହାର କରିବା ଦ୍ୱାରା ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି। ତେଣୁ ଆପଣ ଘରେ ହିଁ ମାସ୍କ ତିଆରି କରି ପିନ୍ଧନ୍ତୁ ଆଉ ନିଜକୁ ସୁସ୍ଥ ରଖନ୍ତୁ।

Pritiparna

Recent Posts

ଏଠି ଯୁବକ ବି ଚାଲୁଛନ୍ତି ବାଡି ଧରି, ଘାରିଛି ଅଜଣା ରୋଗ ଚିନ୍ତାରେ ଗାଁ ଲୋକେ

ରେଢାଖୋଲ (କେନ୍ୟୁଜ) : କିଏ ଖଟରେ ଶୋଇ ରହିଛି ତ, ଆଉ କିଏ ବାଡି ଧରି ନଇନଇ ଚାଲୁଛି ।…

5 mins ago

ଟି୨୦ ବିଶ୍ୱକପ : ପରାଜୟ ପରେ ବାବର ଆଜମ ବୁଝିପାରିଲେନି ଇଂଲିଶ ପ୍ରଶ୍ନ, ଜବାବ ଦେଲେ ଏମିତି

ଆଇସିସି ଟି୨୦ ବିଶ୍ୱକପରେ ପାକିସ୍ତାନ ଆମେରିକା ଠାରୁ ପରାଜୟ ପାଇଛି । ବିଶ୍ୱକପର ପ୍ରଥମ ମ୍ୟାଚରେ ପାକିସ୍ତାନକୁ  ସୁପର ଓଭରରେ…

16 mins ago

ମୋ ବସକୁ ପଛରୁ ଧକ୍କା ଦେଲା ଟ୍ରକ୍, ୧୬ଜଣ ଗୁରୁତର ଆହତ

କଟକ : ମୋ ବସକୁ ପଛରୁ ଧକ୍କା ଦେଲା ଟ୍ରକ୍ । କଟକ ସଦର ଥାନା ତେଲେଙ୍ଗାପେଣ୍ଠ ନିକଟରେ ଦୁର୍ଘଟଣା…

29 mins ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଗୋଟିଏ ଦିନ ବନ୍ଦ ରହିବ ତେଲୁଗୁ ସିନେମା ଇଣ୍ଡଷ୍ଟ୍ରୀ, ହେବନି କୌଣସି ସୁଟିଂ

ରାମୋଜୀ ଫିଲ୍ମ ସିଟିର ପ୍ରତିଷ୍ଠାତା ରାମୋଜୀ ରାଓଙ୍କ ପରଲୋକରେ ଆସନ୍ତାକାଲି ବନ୍ଦ ରହିବ ତେଲୁଗୁ ଇଣ୍ଡଷ୍ଟ୍ରୀ । ଆସନ୍ତାକାଲି ରାମୋଜୀ…

53 mins ago

ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଅଘଟଣ, ବୁଡ଼ିଯାଇ ଦୁଇ ଛାତ୍ର ମୃତ

କେନ୍ୟୁଜ(ବ୍ୟୁରୋ ) : ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଅଘଟଣ । ନଦୀରେ ବୁଡ଼ି ଦୁଇ ଛାତ୍ର ମୃତ ।…

1 hour ago

ଫ୍ୟାଟି ଲିଭର ଯୋଗୁ ଚିନ୍ତିତ କି ? ପ୍ରତିଦିନ ଏହି ଆୟୁର୍ବେଦିକ ଔଷଧ ଗ୍ରହଣ କରନ୍ତୁ ସମସ୍ୟାରୁ ମିଳିବ ମୁକ୍ତି

ଫ୍ୟାଟି ଲିଭର ଦୁଇ ପ୍ରକାରର ଅଛି, ପ୍ରଥମଟି ହେଉଛି ଆଲକୋହଲିକ୍‌ ଫ୍ୟାଟି ଲିଭର, ଯାହା ଅତ୍ୟଧିକ ମଦ୍ୟପାନ ହେତୁ ହୋଇଥାଏ…

1 hour ago