Below header

କରୋନା ଠାରୁ ରକ୍ଷା କରିପାରିବ ଘର ତିଆରି ମାସ୍କ, ବାହାରକୁ ବାହାରିବା ପୂର୍ବରୁ ନିଶ୍ଚିତ ପିନ୍ଧନ୍ତୁ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଆମେରିକା ପରେ ଏବେ ଭାରତ ସରକାର ମଧ୍ୟ ଲୋକଙ୍କୁ ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧି ଯିବା ପାଇଁ ପରାମର୍ଶ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସୁସ୍ଥ ଲୋକ ମଧ୍ୟ ଘର ତିଆରି ମାସ୍କ ପିନ୍ଧି ନିଜକୁ କାରୋନା ଭାଇରସ ଠାରୁ ରକ୍ଷା କରିପାରିବେ। ଭାରତରେ କାରୋନା ଭାଇରସ ଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ବହୁତ ମାତ୍ରାରେ ବଢ଼ିବାରେ ଲାଗିଛି। ଏହିସବୁ ମଧ୍ୟରେ ଆଜି ଅର୍ଥାତ ଶନିବାର ଏକ ପରାମର୍ଶ ଜାରି କରାଯାଇଛି। କେନ୍ଦ୍ର ସରକାର କହିଛନ୍ତି ଯେ କୋଭିଡ଼-୧୯ର ପ୍ରକୋପକୁ ରୋକିବା ପାଇଁ ସୁସ୍ଥ ଲୋକମାନେ ମଧ୍ୟ ଘର ତିଆରି ଫେସ୍ ମାସ୍କ ପିନ୍ଧିବା ଉଚିତ। ଖାସ କରି ଯେତେବେଳେ ଘରୁ ବାହାରକୁ ବାହାରୁଛନ୍ତି।

homemadeଭାରତ ସରକାର ଜାରି କରିଥିବା ଏହି ଗାଇଡ଼ ଲାଇନରେ କୁହାଯାଇଛି ଯେ ଏହି ମୁହଁ ଆବରଣ ସ୍ୱାସ୍ଥ୍ୟକର୍ମୀ, “covid-୧୯’ ଆକ୍ରାନ୍ତ ଓ ସେମାନଙ୍କ ସହ କାମ କରୁଥିବା ଅବା ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ । ଜଣେ ବ୍ୟବହାର କରୁଥିବା ଘରତିଆରି ମାସ୍କକୁ ଅନ୍ୟ ଜଣେ ବ୍ୟବହାର କରିବା ଅନୁଚିତ । ପ୍ରତ୍ୟେକ ବ୍ୟକ୍ତି ୨ଟି ଲେଖାଏଁ ମାସ୍କ ପାଖରେ ରଖିବା ଉଚିତ । ବ୍ୟବହାର କରିଥିବା ମାସ୍କକୁ ସାବୁନ ଓ ଗରମପାଣିରେ ସଫା କରିବା ଆବଶ୍ୟକ । ମାସ୍କ ବାନ୍ଧିବା ପୂର୍ବରୁ ହାତକୁ ଭଲଭାବେ ଧୋଇବା ଉଚିତ ।

maskସେହିପରି କରୋନା ସନ୍ଦିଗ୍ଧ ରୋଗୀଙ୍କ ଦେଖାଶୁଣା କିମ୍ବା ଚିକିତ୍ସା କରୁଥିବା ବ୍ୟକ୍ତି ମାସ୍କ ପିନ୍ଧିବା ଉଚିତ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି । ସରକାର କହିଛନ୍ତି ଯେ କୋଭିଡ଼-୧୯ର ପ୍ରକୋପକୁ ରୋକିବା ପାଇଁ ସୁସ୍ଥ ଲୋକମାନେ ମଧ୍ୟ ଘର ତିଆରି ଫେସ୍ ମାସ୍କ ପିନ୍ଧିବା ଉଚିତ। ଖାସ କରି ଯେତେବେଳେ ଘରୁ ବାହାରକୁ ବାହାରୁଛନ୍ତି।

maskଏହାଛଡା ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ ଘର ତିଆରି ମାସ୍କ ପିନ୍ଧିବାକୁ କାହିଁକି ସରକାର କହିଲେ? ଘର ତିଆରି ମାସ୍କ ପିନ୍ଧିବାକୁ ଏଥିପାଇଁ କହିଲେ ଯେ ଏବେ କାରୋନା ମହାମାରୀ ପ୍ରବଳ ବେଗରେ ବ୍ୟାପୁଛି। ଏଥିପାଇଁ ବଜାରରୁ କୌଣସି ଜିନିଷ ଆଣି ବ୍ୟବହାର କରିବା ଦ୍ୱାରା ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି। ତେଣୁ ଆପଣ ଘରେ ହିଁ ମାସ୍କ ତିଆରି କରି ପିନ୍ଧନ୍ତୁ ଆଉ ନିଜକୁ ସୁସ୍ଥ ରଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.