Below header

ଗଜପତି ଜିଲ୍ଲା ସଉରା ବାପଟିଷ୍ଟ ଖ୍ରୀଷ୍ଟିଆନ ମଣ୍ଡଳୀ ସମ୍ମିଳନୀ ତରଫରୁ କରୋନା ସହାୟତା, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କଲେ ୧ଲକ୍ଷ ଟଙ୍କାର ଚେକ୍

ଗଜପତି(କେନ୍ୟୁଜ):ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କର୍ଯ୍ୟାଳୟ ପରିସରରେ କରୋନା ଭାଇରସ୍ ସଂକ୍ରମଣର ପ୍ରତିରୋଧ ନିମନ୍ତେ ଗଜପତି ଜିଲ୍ଲା ସଉରା ବାପଟିଷ୍ଟ ଖ୍ରୀଷ୍ଟିଆନ ମଣ୍ଡଳୀ ସମ୍ମିଳନୀ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । ସଉରା ବାପଟିଷ୍ଟ ଖ୍ରୀଷ୍ଟିୟାନ ମଣ୍ଡଳୀର ସାଧାରଣ ସମ୍ପାଦକ ଏଲିଆଜର ମଣ୍ଡଳ ଏହି ଚେକ୍ ଗଜପତି ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଛନ୍ତି । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଗ୍ୟାନରଞ୍ଜନ ଭଞ୍ଜଦେଓ ଚେକ୍ ଗ୍ରହଣ କରିଥିଲେ । ସେହିପରି ପାରଳାଖେମୁଣ୍ଡି ପିନ୍ନିଣ୍ଟି ସାହିର ଯୁବ ଆଇନଜୀବି ପ୍ରବୀନ ପଟନାୟକ ମଧ୍ୟ ୫ହଜାର ଟଙ୍କାର ଚେକ ପ୍ରଦାନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.