Below header

ଯାଜପୁର: ପୁଣି କରୋନାକୁ ନେଇ ମିଥ୍ୟା ପ୍ରଚାର, ଜଣେ ଗିରଫ

ଯାଜପୁର (କେନ୍ୟୁଜ): କରୋନାକୁ ନେଇ ମିଥ୍ୟା ପ୍ରଚାର କରି ଗିରଫ ହୋଇଛନ୍ତି ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ଅରଖପୁର ଗ୍ରାମର ମନୋରଞ୍ଜନ ଜେନା । ସେ ଜଣେ ଦଳିତ ନେତା। ‘ବୈଷ୍ଣୋଦେବୀ ମନ୍ଦିରରେ ଫସିଥିବା ୪୦୦ ଭକ୍ତଙ୍କ ମଧ୍ୟରୁ ୧୪୫ ଜଣ କରୋନା ସଂକ୍ରମଣ, ସମସ୍ତଙ୍କୁ ମାରିଦେବେ’ ଭଳି ମିଛ ଖବର ସେ ନିଜ ଫେସବୁକରେ ପୋଷ୍ଟ କରି ଜନସାଧାରଣଙ୍କ ମଧ୍ୟରେ ଗୁଜବ ସୃଷ୍ଟି କରିଥିଲେ। ବଡ଼ଚଣା ଥାନା ପୋଲିସ ତାଙ୍କ ବିରୋଧରେ ଆଇପିସି ଦଫା ୧୮୮, ୫୦୫ ଏବଂ ବିପର୍ଯ୍ୟୟ ପରିଚାଳନା ନିୟମ ୩ ଅନୁଯାୟୀ କେସ୍ ନଂ. ୭୮ /୨୦ରେ ଏକ ମାମଲା ରୁଜୁ କରିଛି। ଆଜି ତାଙ୍କୁ ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଦୀପକ ଜେନା ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.