ଭାରତରେ ରହିଛି “ଦ ଗ୍ରେଟ ବାନିୟନ ଟ୍ରି’, ଯାହାର ନାମ ଗିନିଜ ୱାଲର୍ଡ ରେକର୍ଡରେ ମଧ୍ୟ ହୋଇଛି ସାମିଲ

ବର ଗଛ ଦୀର୍ଘଜୀବି ଏବଂ ବିଶାଳ ବୃକ୍ଷ ହୋଇଥାଏ, ଯାହାକୁ ହିନ୍ଦୁ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ମଧ୍ୟ କରାଯାଏ । ଆପଣ ହୁଏତ ଦୁନିଆର ଅନେକ ବରଗଛ ଦେଖିଥିବେ । କିନ୍ତୁ ଦୁନିଆର ସବୁଠାରୁ ବଡ ବରଗଛ ଭାରତରେ ହିଁ ରହିଛି । ଯାହାର ନାମ ଗିନିଜ ବୁକ୍‍ ଅଫ୍‍ ୱାଲର୍ଡ ରେକର୍ଡରେ ଏହାର ନାମ ରହିଛି । ଏହି ଗଛଟି  “ଦ ଗ୍ରେଟ୍‍ ବାନିୟନ ଟ୍ରି’ ନାମରେ ପରିଚିତ । କୁହାଯାଏ ଏହି ଗଛ ୨୫୦ ବର୍ଷରୁ ଅଧିକ ପୁରୁଣା ।

22

ଏହି ବିଶାଳ ବରଗଛ କଲିକତାର ଆଚାର୍ଯ୍ୟ ଜଗଦୀଶ ଚନ୍ଦ୍ର ବୋଷ ବଟାନିକାଲ ଗାର୍ଡେନରେ ରହିଛି । ୧୭୮୭ରେ ଏହି ଗଛକୁ ଲଗାଯାଇଥିଲା । ସେତେବେଳେ ଏହାର ବୟସ ୨୦ ବର୍ଷ ଥିଲା । ଏହି ଗଛର ଏତେ ଶାଖା ରହିଛି ଯେ, ଗୋଟେ ଗଛ ସଂପୂର୍ଣ୍ଣ ଜଙ୍ଗଲ ଭଳି ଦେଖାଯାଏ । ହୁଏତ ଆପଣ ଅନୁମାନ କରିପାରୁଥିବେ କି, ଗଛଟି କେତେ ବଡ ।

tree 2

୧୪,୫୦୦ ବର୍ଗମିଟରରେ ପରିବ୍ୟାପ୍ତ ଏବଂ ୨୪ ମିଟର ଉଚ୍ଚତା ରହିଛି ଏହି ଗଛର । ଏହି ଗଛରେ ୩୦୦୦ରୁ ଅଧିକ ଓହଳ ରହିଛି, ଯାହା ଗଛର ଚେର ଭାବେ ପରିଣତ ହୋଇଗଲାଣି । ଏଥିପାଇଁ ଏହାକୁ ବିଶ୍ୱର ସବୁଠାରୁ ଅଧିକ ଚଉଡା ବୃକ୍ଷ ବୋଲି କୁହାଯାଏ । ଏହି ଗଛରେ ୮୦ରୁ ଉର୍ଦ୍ଧ୍ୱ ପ୍ରଜାତିର ପକ୍ଷୀ ବସା କରି ରହିଛନ୍ତି ।

୧୮୮୪ ଏବଂ ୧୯୨୫ରେ କଲିକତାରେ ହୋଇଥିବା ଚକ୍ରବର୍ତ୍ତୀ ତୋଫାନ ମଧ୍ୟ ଏହି ଗଛକୁ ଅନେକ କ୍ଷତି ପହଞ୍ଚାଇଥିଲା । ଏହି ଗଛର ଅନେକ ଶାଖା ଭାଙ୍ଗିପଡିଥିଲା । ଏହାତ୍ତ୍ୱେ ମଧ୍ୟ ଏହା ଦୁନିଆର ସବୁଠାରୁ ବଡ ବିଶାଳକାୟ ବରଗଛ ଭାବେ ପ୍ରସିଦ୍ଧ ।

tree 1

୧୯୮୭ରେ ଭାରତ ସରକାର ଏହି ବିଶାଳକାୟ ବରଗଛର ସମ୍ମାନ ସଦୃଶ ଡାକ ଟିକଟ ମଧ୍ୟ ଜାରି କରିଥିଲେ । ଯାହାକୁ ବଟନିକାଲ ସର୍ଭେ ଅଫ ଇଣ୍ଡିଆର ପ୍ରତୀକ ଚିହ୍ନ ଭାବେ ମଧ୍ୟ ଗଣାଯାଏ । ଏହି ଗଛର ଦେଖାଶୁଣା କରିବା ପାଇଁ ୧୩ ଜଣିଆ ଟିମ୍‍ ରହିଛି । ଏଥିରେ ଜଣେ ବୈଜ୍ଞାନିକ ମଧ୍ୟ ରହିଛନ୍ତି । ସମୟ ସମୟରେ ଏହି ଗଛକୁ ଯାଞ୍ଚ ମଧ୍ୟ କରାଯାଏ । କାରଣ, ଭାରତ ସରକାର ଏହି ଗଛକୁ କୌଣସି ହାନି ପହଞ୍ଚାଇବାକୁ ମଧ୍ୟ ଚାହାନ୍ତି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.