Below header

ଆପଣ ୱାର୍କ ଫ୍ରମ ହୋମ କରୁଛନ୍ତି କି ? ଏୟାରଟେଲ ଦେଉଛି ୧୦୦ ଟଙ୍କାରେ ଆଡ ଅନ୍‍ ପ୍ଲାନ, ମିଳୁଛି ୧୫ ଜିବି ଡାଟା

କରୋନା ଭାଇରସ ସଂକ୍ରମଣ ଧିରେ ଧିରେ ଭାରତରେ ବଢିବାରେ ଲାଗିଛି । ଏପରି ସ୍ଥଳେ ଭାରତକୁ ୨୧ ଦିନ ପର୍ଯ୍ୟନ୍ତ ଲକ୍‍ଡାଉନ କରାଯାଇଛି । ପ୍ରାୟତଃ ଲୋକ ଯେଉଁସବୁ ଅଫିସରେ କାମ କରୁଥିଲେ, ସେମାନେ ଏବେ ୱାର୍କ ଫ୍ରମ ହୋମ୍‍ କରୁଛନ୍ତି । ତେଣୁ ଘରେ କାମ କରିବା ପାଇଁ ଲାପଟପ୍ରେ ଭରପୂର ମାତ୍ରାରେ ଇଣ୍ଟରନେଟ ଡାଟା ଆବଶ୍ୟକତା ପଡିଥାଏ । ଲୋକଙ୍କ ଏପରି ଆବଶ୍ୟକତା ଧ୍ୟାନରେ ରଖି ଏୟାରଟେଲ ଆଡ୍‍ ଅନ୍‍ ପ୍ଲାନ ଆରମ୍ଭ କରିଛି ।

aa

ଏୟାରଟେଲରେ ଏହି ପ୍ଲାନ କେବଳ ପୋଷ୍ଟପେଡ ଗ୍ରାହକଙ୍କ ପାଇଁ ରହିଛି । ଏୟାରଟେଲର ଏହି ୧୦୦ ଟଙ୍କିଆ ପ୍ଲାନରେ କେବଳ ଡାଟାର ସୁବିଧା ମିଳିବ । ଏହି ପ୍ଲାନର କୌଣସି ବୈଧତା କିମ୍ବା କଲିଂର ସୁବିଧା ନାହିଁ । ଏଥିରେ କେବଳ ୧୫ ଜିବି ଡାଟା ମିଳିବ । ଏହାଛଡା କମ୍ପାନୀ ପକ୍ଷରୁ ୨୦୦ ଟଙ୍କିଆ ଏକ ପ୍ଲାନ ରହିଛି, ଯେଉଁଥିରେ କେବଳ ୩୫ ଜିବି ଡାଟା ମିଳିବ ।

ଏହି ଡାଟା ପ୍ୟାକକୁ ବ୍ୟବହାର କରିବାକୁ ହେଲେ ଏୟାରଟେଲର ଥ୍ୟାକ୍ସ ଆପକୁ ଯାଇ ମ୍ୟାନେଜ ସର୍ଭିସ ସେକ୍ସନକୁ ଯାଇ ଆକ୍ଟିଭ କରିବାକୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.